ETV Bharat / bharat

ଦୁଗ୍ଧ ଚାଷୀଙ୍କୁ ୩୦୫ କୋଟି ଟଙ୍କାର ବୋନସ ଦେବ ସୁମୂଲ ଡେଏରୀ

ଦୁଗ୍ଧ ଚାଷୀଙ୍କୁ ୩୦୫ କୋଟି ଟଙ୍କାର ବୋନସ । ଗୁଜାରଟର ସୁରଟ ଓ ତାପି ଜିଲ୍ଲାରେ ପ୍ରତ୍ୟେକ ଦୁଗ୍ଧ ଚାଷୀମାନଙ୍କୁ ମିଳିବ ଏହି ବୋନସ । ଅଧିକ ପଢ଼ନ୍ତୁ

ଦୁଗ୍ଧ ଚାଷୀଙ୍କୁ ୩୦୫ କୋଟି ଟଙ୍କାର ବୋନସ ଦେବ ସୁମୂଲ ଡେଏରୀ
ଦୁଗ୍ଧ ଚାଷୀଙ୍କୁ ୩୦୫ କୋଟି ଟଙ୍କାର ବୋନସ ଦେବ ସୁମୂଲ ଡେଏରୀ
author img

By

Published : May 16, 2023, 7:40 AM IST

ଗାନ୍ଧୀନଗର: ପ୍ରତ୍ୟେକ କର୍ମଜୀବୀ ଲୋକଙ୍କୁ ବୋନସ ପସନ୍ଦ । ନିଜ କମ୍ପାନୀ ମାଲିକଙ୍କଠାରୁ ବୋନସ ପାଇବା ପାଇଁ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି । ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କୁ ମାସକର ଦରମା କିମ୍ବା କିଛି ପ୍ରାପ୍ୟ ଦେଇଥାଏ । କିନ୍ତୁ ବର୍ତ୍ତମାନ ଜଣେ ଡେଏରୀ ଫାର୍ମର ମାଲିକ ଦୁଗ୍ଧ ଚାଷୀଙ୍କୁ ବୋନସ ଦେବାକୁ ସ୍ଥିର କରିଛନ୍ତି । ହଜାର କି ଲକ୍ଷ ନୁହେଁ ସେ କର୍ମଚାରୀଙ୍କୁ ୩୦୫ କୋଟି ଟଙ୍କାର ବୋନସ ଦେବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

କର୍ମଚାରୀଙ୍କୁ ୩୦୫ କୋଟି ଟଙ୍କାର ବୋନସ ଦିଆଯିବା ନେଇ ସୁମୂଲ ଡେଏରୀର ଅଧ୍ୟକ୍ଷ ମନସିଂହ ଭାଇ ପଟେଲ ଘୋଷଣା କରିଛନ୍ତି । ଏହି ବୋନସ ୫ ଜୁନରୁ ପ୍ରତ୍ୟେକ ଦୁଗ୍ଧ ଚାଷୀଙ୍କୁ ପ୍ରଦାନ କରାଯିବ । ଗୁଜାରଟର ସୁରଟ ଓ ତାପି ଜିଲ୍ଲାରେ ପ୍ରତ୍ୟେକ ଦୁଗ୍ଧ ଚାଷୀମାନଙ୍କୁ ଏହି ବୋନସ ମଳିବ । ଯାହାକୁ ଶୁଣିବା ପରେ ପ୍ରତ୍ୟେକ ଗୋପାଳକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସୁମୂଲ ଡେଏରୀର ନିର୍ଦ୍ଦେଶ ଅନୁଯାୟୀ ୫ ଜୁନରୁ ଏହି ବୋନସ କାର୍ଯ୍ୟକାରୀ ହେବ ।

ସୁମୂଲ ଡେଏରୀର ଅଧ୍ୟକ୍ଷ ମନସିଂହ ଭାଇ ପଟେଲ କହିଛନ୍ତି,"ତାପି ଜିଲ୍ଲାର ଦୁଗ୍ଧ ଚାଷୀମାନଙ୍କୁ ପ୍ରତି ଲିଟର ପିଛା ୧୧୦ ଟଙ୍କା ଦିଆଯିବ । ଏଭଳି ବୋନସ ଗତ ଦଶନ୍ଧୀ ମଧ୍ୟରେ ସର୍ବାଧିକ । ତାପି ଗାଁରୁ ୨.୫୦ ଲକ୍ଷ ଲିଟର କ୍ଷୀର କ୍ରୟ କରେ ସୁମୂଲ ଡେଏରୀ । ବିଗତ ଦିନରେ କ୍ଷୀର ଲିଟର ପିଛା ୮୬ ରୁ ୯୨ଟଙ୍କା ଥିଲା । ତେବେ ଜୁନ୍‌ରୁ ଏହାକୁ ବୃଦ୍ଧି କରି ୧୧୦ ଟଙ୍କା କରାଯିବ । ଯାହା ଫଳରେ ଦୁଗ୍ଧ ଚାଷୀମାନଙ୍କୁ ଗୋଟିଏ ବର୍ଷ ମଧ୍ୟରେ ୩୦୫ କୋଟି ଟଙ୍କାର ମୁନାଫା ହେବ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଦୁଗ୍ଧ ଚାଷୀମନଙ୍କୁ ବର୍ଷକୁ ବେତନ ମଧ୍ୟ ଦିଆଯିବ । ସେମାନେ କ୍ଷୀର ବିକିବା ସହ କର୍ମଚାରୀଙ୍କ ପରି ଦରମା ମଧ୍ୟ ପାଇବେ । ଯାହା ଫଳରେ ଦୁଗ୍ଧ ଚାଷୀମନଙ୍କ ମଧ୍ୟରେ କ୍ଷୀର ଉତ୍ପାଦନକୁ ନେଇ ଆଗ୍ରହ ବଢିବ ।"

ତେବେ ଏହି ବୋନସ ଘୋଷଣା ତ ମୁଦ୍ରାର ଗୋଟିଏ ପାର୍ଶ୍ବ । ଯାହା ଦୁଗ୍ଧ ଚାଷୀମନଙ୍କୁ ଫାଇଦା ପ୍ରଦାନ କରିପାରେ । ହେଲେ ଏହାର ସିଧା ସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିବ । ଯାହାଙ୍କ ପାଇଁ କ୍ଷୀର ମୂଲ୍ୟ ଆକାଶ ଛୁଆଁ ରହିବ । ପ୍ରତିଦିନ କ୍ଷୀର ମୂଲ୍ୟ ବୃଦ୍ଧିକୁ ନେଇ ଅସନ୍ତୁଷ୍ଟ ଲୋକେ । ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.