ରାଞ୍ଚି: ପାରିବାରିକ କଳହକୁ ନେଇ ଆତ୍ମହତ୍ୟା । ପାଟିରେ ଡିନାମାଇଟ ଲଗାଇ ମୋବାଇଲ ବ୍ୟାଟେରୀ ସାହାଯ୍ୟରେ କରିଥିଲେ ବିସ୍ପୋରଣ(Suicide by exploding dynamite in mouth)। ଯାହାଦ୍ବାରା ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଗାରୁ ଥାନା ଅନ୍ତର୍ଗତ କୋରବାଟୋଲି ଗ୍ରାମରେ । ତେବେ ମୃତ ବ୍ୟକ୍ତି ଜଣକ ମନିକା ଥାନା ଅନ୍ତର୍ଗତ ନ୍ଦୁଦୁ ଗ୍ରାମର ଚରିତର ସିଂ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଚରିତରଙ୍କ ଶ୍ବଶୁର ଘର କୋରବାଟୋଲି ଥିବାବେଳେ 15ରୁ 20 ଦିନ ପୂର୍ବରୁ ସେ ତାଙ୍କ ଶ୍ବଶୁର ଘରେ ହିଁ ଯାଇ ରହୁଥିଲେ । ଏହି ମଧ୍ୟରେ କୌଣସି କାରଣ ଯୋଗୁଁ ଘର ଲୋକଙ୍କ ସହ ଝଗଡା ହୋଇଥିଲା । ଯାହାପରେ ଏଭଳି ମୋବାଇଲ ବ୍ୟାଟେରୀ ସାହାଯ୍ୟରେ ବିସ୍ପୋରଣ କରିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଅନ୍ୟପଟେ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଲୋତହାର ସଦର ହସ୍ପିଟାଲକୁ ପଠେଇବା ସହିତ ଘଟଣା ବିଷୟରେ ତଦନ୍ତ ଜାରି ରଖିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ