ETV Bharat / bharat

ରାୟପୁରରେ ରହସ୍ୟମୟ ଅଗ୍ନିକାଣ୍ଡ, ଚାହୁଁ ଚାହୁଁ ଘରେ ଲାଗିଯାଉଛି ନିଆଁ

ଉତ୍ତରପ୍ରଦେଶର ରାୟପୁରରେ ଘଟିଛି ରହସ୍ୟମୟ ଅଗ୍ନିକାଣ୍ଡ । ଦିନେକି ଦୁଇ ଦିନ ନୁହଁ ଦିର୍ଘ ୫ଦିନ ହେଲା ରାୟପୁର ନିବାସୀ ରୂପ କିଶୋର ସୋଲକିଙ୍କ ଘରେ ୫୦ରୁ ଅଧିକ ଥର ଘଟିଛି ଅଗ୍ନିକାଣ୍ଡ। ଘରେ ଥିବା ଜିନିଷ ଗୁଡିକରେ ହଠାତ ନିଆଁ ଲାଗୁଥିବା ବେଳେ ଏହାର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

author img

By

Published : Apr 8, 2022, 2:13 PM IST

ରାୟପୁରରେ ରହସ୍ୟମୟ ଅଗ୍ନିକାଣ୍ଡ, ଚାହୁଁ ଚାହୁଁ ଘରେ ଲାଗିଯାଉଛି ନିଆଁ
ରାୟପୁରରେ ରହସ୍ୟମୟ ଅଗ୍ନିକାଣ୍ଡ, ଚାହୁଁ ଚାହୁଁ ଘରେ ଲାଗିଯାଉଛି ନିଆଁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାସଗଞ୍ଜ ଜିଲ୍ଲାର ରାୟପୁରରେ ଘଟିଛି ଆଶ୍ଚର୍ଯ୍ୟ ଜନକ ଘଟଣା । ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ବିନା କାରଣରେ ଘରେ ଲାଗୁଛି ନିଆଁ । ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ୫ଦିନ ଧରି ରାୟପୁର ନିବାସୀ ରୂପ କିଶୋର ସୋଲଙ୍କିଙ୍କ ଘରେ ଦିନକୁ ପ୍ରାୟ ୫୦ରୁ ଅଧିକ ଥର ଅଗ୍ନିକାଣ୍ଡ ଘଟୁଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟୁଛି ତାହା ଅସ୍ପଷ୍ଟ ରହିଥିବା ବେଳେ କେହି ଏହାକୁ ପ୍ରାକୃତିକ କହୁଛନ୍ତି ତ ଆଉ କିଏ ଭୂତ ପ୍ରେତ ଏହା ପଛର କାରଣ ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସନ୍ଧ୍ୟା ୬ଟାରୁ ସକାଳ ୫ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟୁନାହିଁ । ଏହି ସମୟ ସମାପ୍ତ ପରେ ଘରେ ଥିବା ଆସବାପତ୍ର ଓ ଅନ୍ୟାନ୍ୟ ଜିନିଷରେ ହଠାତ ନିଆଁ ଲାଗିବା ଆରମ୍ଭ ହେଉଛି । ଏନେଇ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଏହି ରହସ୍ୟମୟ ଅଗ୍ନିକାଣ୍ଡର କେହି ଟେର ପାଉନାହାନ୍ତି । ଏହି ଘଟଣା ନେଇ ପୁରା ଗ୍ରାମରେ ଆତଙ୍କ ଖେଳିଯାଇଥିବା ବେଳେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ଏବଂ କଣ ରହିଛି ଏହାପଛରେ ରହସ୍ୟ ନଜର ପକାନ୍ତୁ ପୁରା ଘଟଣା ଉପରେ...

ରହସ୍ୟମୟ ଅଗ୍ନିକାଣ୍ଡ

ରାୟପୁର ଗ୍ରାମର ରୂପ ସିଂ ସୋଲାଙ୍କି, କହ୍ନାଇ ପାଲ ସିଂ ସୋଲାଙ୍କି, ବିରେନ୍ଦ୍ର ସିଂ ସୋଲାଙ୍କି ତିନି ଭାଇ । ତିନି ଭାଇଙ୍କ ମଧ୍ୟରୁ ରୂପ ସିଂହଙ୍କ ଘରେ ଥିବା ଜିନିଷ ଗୁଡିକରେ ଏପ୍ରିଲ ୧ରେ ସକାଳ ୫ଟା ୩୦ ସମୟରେ ହଠାତ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଏନେଇ ପରିବାର ଲୋକେ ଦେଖିବା ପରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ପରେ ଏହି ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା । ଯାହାକୁ ନେଇ ପୁରା ଗ୍ରାମବାସୀ ଆତଙ୍କିତ ହୋଇଯାଇଥିଲେ । ଏମିତିକି ନିଆଁ ଲାଗିଥିବା ସ୍ଥାନକୁ କେହି ଯିବାକୁ ମଧ୍ୟ ଭୟ କରୁଥିଲେ । ଏ ଘଟଣା ନେଇ ଗ୍ରାମବାସୀ ପ୍ରଶାସନକୁ ଜଣାଇବା ପରେ ତଦନ୍ତ ଆରମ୍ଭ ହୋଇଥିଲା । ଏହି ସମୟରେ ପ୍ରଶାସନିକ ଅଧିକାରି ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସମୟରେ ହଠାତ ତାଙ୍କ ସମ୍ମୁଖରେ ଏକ ଅଖାରେ ହଠାତ ନିଆଁ ଲାଗିଯାଇଥିଲା ।

ସଂନ୍ଧ୍ୟା ୬ଟାରୁ ସକାଳ ୫ଟା ମଧ୍ୟରେ ଲାଗୁନି ନିଆଁ

ରୂପ ସିଂ ସୋଲାଙ୍କି ଏନେଇ କହିଛନ୍ତି ଯେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ମଧ୍ୟରେ ଅଗ୍ନିକାଣ୍ଡ ଘଟିନଥିାଏ । ଏହା ପର ସମୟରେ ଘରେ ଥିବା ଜିନିଷ ଗୁଡିକରେ ହଠାତ ନିଆଁ ଲାଗିବା ଆରମ୍ଭ ହୋଇଥାଏ। ପ୍ରଥମ ଦୁଇ ଦିନ ଏଥିପ୍ରତି ସେ ଧ୍ୟାନ ଦେଇନଥିଲେ । ସେ ଭାବିଥିଲେ କେହି ପିଲା ଏହି କାଣ୍ଡ ଘଟାଉଥିବେ । ତେବେ ଦିନକୁ ପ୍ରାୟ ୫୦ଥର ଅଗ୍ନିକାଣ୍ଡ ଘଟୁଥିବା ସେ କହିଛନ୍ତି ।

ନିଆଁ ଲିଭାଇବାକୁ ସଜାଗ ଗ୍ରାମବାସୀ

ଏନେଇ ଜଣେ ଗ୍ରାମବାସୀ କହିଛନ୍ତି ଯେ ଗତ ୫ଦିନ ହେଲା ନିଆଁ ଲାଗିଛି । କିନ୍ତୁ ଏହା କେମତି ହେଉଛି ତାହା କାହାକୁବି ଜଣା ନାହିଁ । ଚାହୁଁ ଚାହୁଁ ନିଆଁ ଲାଗିଯାଉଥିବାରୁ ଘର ସମ୍ପୂର୍ଣ୍ଣ ଜଳିଯିବା ଭୟରେ ଗ୍ରାମବାସୀ ପାତ୍ରରେ ପାଣି ରଖୁଛନ୍ତି । ଏହାପରେ ନିଆଁ ଲାଗିବା ମାତ୍ରେ ଲିଭାଉଛନ୍ତି । ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.