ETV Bharat / bharat

ସିବିଆଇ ଡିଜି ପଦରେ ଦାୟିତ୍ବ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ - ସିବିଆଇ ଡିଜି

ସିବିଆଇ ଡିଜି ପଦରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁବୋଧ କୁମାର ଜୈସୱାଲ । ବୁଧବାର ନିଜର ପଦଭାର ସମ୍ଭାଳିଛନ୍ତି ସୁବୋଧ । ଅଧିକ ପଢନ୍ତୁ...

ସିବିଆଇ ଡିଜି ପଦରେ ଦାୟିତ୍ବ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ

author img

By

Published : May 26, 2021, 10:28 PM IST

ନୂଆଦିଲ୍ଲୀ: ବହୁ ଦିନର ପ୍ରତୀକ୍ଷା ପରେ ସିବିଆଇକୁ ମିଳିଛି ଏହାର ନୂଆ ଡିଜି । ସିବିଆଇ ଡିଜି ପଦରେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁବୋଧ କୁମାର ଜୈସୱାଲ । ବୁଧବାର ନିଜର ପଦଭାର ସମ୍ଭାଳିଛନ୍ତି ସୁବୋଧ ।

ମଙ୍ଗଳବାର ସିବିଆଇର ନିର୍ଦ୍ଦେଶକ ଭାବେ ଆଇପିଏସ୍ ସୁବୋଧ କୁମାର ଜୈସୱାଲ ନିଯୁକ୍ତ ହୋଇଥିଲେ । ଜାତୀୟ ତଦନ୍ତକାରୀ ସଂସ୍ଥା (CBI)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ଆଇପିଏସ୍ ସୁବୋଧ କୁମାର । ଦାୟିତ୍ବ ଗ୍ରହଣ ଦିନଠାରୁ ସୁବୋଧ ୨ ବର୍ଷ ଧରି ସିବିଆଇ ମୁଖ୍ୟ ରହିବେ ।

୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡରର ଆଇପିଏସ୍ ହେଉଛନ୍ତି ସୁବୋଧ ଜୈସୱାଲ୍ । ସେ ମହାରାଷ୍ଟ୍ରର ପୂର୍ବତନ ଡିପିଜି ଭାବେ ମଧ୍ୟ ତୁଲାଇଛନ୍ତି କାମ । ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ସିବିଆଇ)ର ନୂଆ ନିର୍ଦ୍ଦେଶକ ନିଯୁକ୍ତି ନେଇ ସୋମବାର ହୋଇଥିଲା ମାନସମନ୍ଥନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ 3 ଜଣିଆ ସଦସ୍ୟ ବିଶିଷ୍ଟ କମିଟି ପାଖାପାଖି 2 ଘଣ୍ଟା ଯାଏଁ ଆଲୋଚନା କରିବା ପରେ ଜୈସୱାଲଙ୍କ ନାଁରେ ମୋହର ମାରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.