ETV Bharat / bharat

ଓମିକ୍ରନ ଭାରିଆଣ୍ଟର ନୂତନ ଉପ ପ୍ରଜାତି ଆଣିପାରେ କୋରୋନାର ନୂଆ ଲହର - ଓମିକ୍ରନ ଭାରିଆଣ୍ଟର ନୂତନ ଉପ ପ୍ରଜାତି ଆଣିପାରେ କୋରୋନାର ନୂଆ ଲହର

ଦେଶରେ ଭୟଙ୍କର ଭାବେ ମାଡି ଚାଲିଛି କୋରୋନା । ଏହି ସମୟରେ ପୁଣି ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ଉପ-ପ୍ରଜାତି ଆଣିପାରେ କରୋନାର ନୂଆ ଲହର । ଅଧିକ ପଢନ୍ତୁ

ଓମିକ୍ରନ ଭାରିଆଣ୍ଟର ନୂତନ ଉପ ପ୍ରଜାତି ଆଣିପାରେ କୋରୋନାର ନୂଆ ଲହର

author img

By

Published : May 2, 2022, 11:57 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ମହାମାରୀ COVID-19 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ଦେଖାଦେଇଛି । ଏପରି ସମୟରେ ପୁଣି ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଏକ ରିସର୍ଚ୍ଚରେ ଜାଣିବାକୁ ପାଇଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ନୂତନ ଉପ-ପ୍ରଜାତି(Omicron Subvariant) ମଣିଷ ଶରୀରରେ ଥିବା ଇମ୍ୟୁନିଟିକୁ ଚକମା ଦେଇପାରେ । ଏହି କାରଣରୁ କୋରୋନାର ନୂଆ ଲହର ଆସିବାର ସମ୍ଭାବନା ରହିଛି । ତେବେ ଆଶ୍ବସ୍ତିର କଥା ଏହା ଯେ, ଟିକା ନେଇଥିବା ମଣିଷଙ୍କ ରକ୍ତରେ ଏହି ଉପ-ପ୍ରଜାତି(Sub-Variant) ଅଧିକ ସମୟ ତିଷ୍ଠିବାକୁ ବହୁତ କମ ସକ୍ଷମ ହେବ।

ଏକ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଅନୁଷ୍ଠାନର ବୈଜ୍ଞାନିକମାନେ ଓମିକ୍ରନର BA.4 ଏବଂ BA.5 ସବ୍‌-ଭାରିଆଣ୍ଟ ଉପରେ ଅଧ୍ୟୟନ କରୁଥିଲେ, ଯାହା ଗତ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ମନିଟରିଂ ତାଲିକାରେ ଅର୍ନ୍ତଭୁକ୍ତ କରିଥିଲା । ସେମାନେ ପ୍ରଥମେ ଗତ ବର୍ଷ ଶେଷରେ ଓମିକ୍ରନ୍ ଦ୍ବାରା ସଂକ୍ରମିତ ୩୯ଜଣଙ୍କର ରକ୍ତ ନମୁନା ପରୀକ୍ଷା କରିଥିଲେ, ଯେଉଁଥିରୁ ନୂତନ ଉପ-ପ୍ରଜାତି ମାନବ ଶରୀରରେ ଥିବା ରୋଗ ପ୍ରତିରୋଧକ କ୍ଷମତାକୁ ନଷ୍ଟ କରୁଥିବା ସାମ୍ନାକୁ ଆସିଥିଲା ।

ଭାରତରେ କୋରୋନା ସ୍ଥିତି ଦେଖିବାକୁ ଗଲେ ଗତ କିଛି ଦିନ ହେବ ଭାରତରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦେଶରେ ୩,୩୨୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓ ୪୦ମୃତ୍ୟୁ ରେକର୍ଡ କରାଯାଇଛି । ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୭୯,୧୮୮ରେ ପହଞ୍ଚିଛି । ଦୈନିକ ସଂକ୍ରମଣ ହାର 0.71 ପ୍ରତିଶତ ଏବଂ ସାପ୍ତାହିକ ହାର 0.68 ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ କୋରୋନାରୁ ସୁସ୍ଥ ହୋଇଥିବା ୨୮୭୬ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୪,୨୫,୩୬,୨୫୩ ରହିଛି । ମୃତ୍ୟୁ ହାର 1.22 ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୮୯,୧୭,୬୯,୩୪୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.