ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିକଟରେ ଗୁଳି ଚାଳନା ଖବର ସାମ୍ନାକୁ ଆସିଛି । ବିଧାନସଭାର ଗେଟ ନମ୍ବର 7 ନିକଟରେ ଜଣେ ସବ ଇନ୍ସପେକ୍ଟର ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ଗୁରୁତର ଅବସ୍ଥାରେ ଥିବା ସବ ଇନ୍ସପେକ୍ଟରଙ୍କୁ ସ୍ଥାନୀୟ ଶ୍ୟାମା ପ୍ରସାଦ ମୁଖାର୍ଜୀ ସିଭିଲ ହସ୍ପିଟାଲକୁ ନିଆଯାଇଛି । ହେଲେ କ’ଣ ପାଇଁ ସେ ଏପରି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ତଦନ୍ତ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ