ETV Bharat / bharat

କୋଭିଡ ଓ ତ୍ବଚାରେ ଲାଲ୍ ଦାଗ - କୋଭିଡ -୧୯ ପଜିଟିଭ

କୋଭିଡ -୧୯ ପଜିଟିଭ ବୟସ୍କମାନଙ୍କଠାରେ ‘ସ୍କିନ ରାସ୍‌’ ସାଧାରଣ କଥା ବୋଲି ଗବେଷକମାନଙ୍କର ଏକ ଟିମ୍‌ର ଅଧ୍ୟୟନରୁ ଜଣାପଡିଛି । ଏଥିପାଇଁ ଏକ ଅନଲାଇନ ସର୍ଭେ କରାଯାଇଥିଲା । ଅଧିକ ପଢନ୍ତୁ...

study links skin rashes to covid
କୋଭିଡ ଓ ତ୍ବଚାରେ ଲାଲ୍ ଦାଗ
author img

By

Published : Mar 16, 2021, 10:29 PM IST

କୋଭିଡ -୧୯ ପଜିଟିଭ ବୟସ୍କମାନଙ୍କ ଠାରେ ‘ସ୍କିନ ରାସ୍‌’ ସାଧାରଣ କଥା ବୋଲି ଗବେଷକମାନଙ୍କର ଏକ ଟିମ୍‌ର ଅଧ୍ୟୟନରୁ ଜଣାପଡିଛି । ଏଥିପାଇଁ ଏକ ଅନଲାଇନ ସର୍ଭେ କରାଯାଇଥିଲା । କୋଭିଡ ପଜିଟିଭ ଚିହ୍ନଟ ୧୭ ପ୍ରତିଶତ ବୟସ୍କ ଲୋକ ସେମାନଙ୍କ ତ୍ବଚାରେ ଲାଲ୍ ଦାଗ ଦେଖାଯାଇଛି ବୋଲି କହିଥିଲେ । ୨୧ ପ୍ରତିଶତ କହିଥିଲେ ଯେ, ସ୍କିନ ରାସ୍ କୋଭିଡ-୧୯ର କ୍ଲିନିକାଲ ସାଇନ୍ ।

ବେଳେବେଳେ କୋଭିଡ-୧୯ର ‘କ୍ୟୁଟାନିୟସ ମାନିଫେଷ୍ଟେସନ’ ପ୍ରଥମ ବା କେବଳ ଗୋଟିଏ ହିଁ ଲକ୍ଷଣ ହୋଇଥାଏ । ବ୍ରିଟେନର କିଙ୍ଗ୍‌ସ କଲେଜର ଗବେଷକ ମାରିଓ ଫାଲଚି ଏ ବିଷୟ ପ୍ରକାଶ କରିଛନ୍ତି । ମୁଖ୍ୟ ଲକ୍ଷଣ ଭିତ୍ତିରେ ଚିହ୍ନଟ ହୋଇପାରୁ ନ ଥିବା କୋଭିଡ ପଜିଟିଭ ମାମଲାଗୁଡିକ ସ୍କିନ ରାସ୍ ଆଧାରରେ ଚିହ୍ନଟ ହୋଇପାରିବ । ଏହା ଫଳରେ ପ୍ରତିକାରମୂଳକ ପଦ କ୍ଷେପ ନିଆଯାଇ ସଂକ୍ରମଣ ଯଥା ସମ୍ଭବ କମ୍ କରାଯାଇପାରିବ ବୋଲି ଗବେଷକ ଫାଲଚି କହିଛନ୍ତି ।

ଗବେଷକମାନଙ୍କ କହିବାନୁସାରେ କୋଭିଡ-୧୯ ରୋଗୀଙ୍କଠାରେ ଅସ୍ବାଭାବିକ ଭାବେ ସ୍କିନ ରାସ୍ ଦେଖାଯାଇଥିବା ପୂର୍ବବର୍ତ୍ତୀ ଅଧ୍ୟୟନରୁ ବି ପ୍ରମାଣିତ ହୋଇଛି । କୋଭିଡ ରୋଗୀଙ୍କଠାରେ ସ୍କିନ ରାସ୍ ସଂପର୍କିତ ସଦ୍ୟତମ ଗବେଷଣା ସଂପର୍କିତ ଲେଖା ବ୍ରିଟିଶ ଜର୍ଣ୍ଣାଲ ଅଫ୍ ଡର୍ମିଟୋଲୋଜିରେ ପ୍ରକାଶିତ ହୋଇଛି । ଏହି ଗବେଷଣା ପାଇଁ ଗବେଷକଙ୍କ ଟିମ୍ ୩ ଲକ୍ଷ ୩୬ ହଜାର ୮୪୭ ବ୍ୟକ୍ତିଙ୍କ ଠାରୁ ସୂଚନା ସଂଗ୍ରହ କରାଯାଇଥିଲା । ସେମାନେ କୋଭିଡ ସିମ୍ପଟମ୍ ଷ୍ଟଡି ଆପ୍ ବ୍ୟବହାର କରିଥିଲେ ।

ବ୍ରିଟିଶ ଆସୋସିଏସନ ଅଫ ଡର୍ମିଟୋଲୋଜି ସହଯୋଗରେ ଏହି ଗବେଷଣା କରାଯାଇଥିଲା । ଆଉ ଏହାର ଫଳାଫଳ କୋଭିଡ-୧୯ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ । (IANS)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.