ETV Bharat / bharat

ପ୍ରାକ୍ଟିକାଲରେ ମାର୍କ କମିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର

author img

By

Published : Aug 31, 2022, 8:44 PM IST

ପ୍ରାକ୍ଟିକାଲ ପରୀକ୍ଷାରେ ଆସିଲା କମ ମାର୍କ । ଶିକ୍ଷକଙ୍କୁ ଗଛରେ ବାନ୍ଧି ନିର୍ଧୁମ ମାଡ ମାରିଲେ ଛାତ୍ର (jharkhand students tie teachers) । ଝାଡଖଣ୍ଡରେ ଘଟିଛି ଏପରି ଘଟଣା । ଭାଇରାଲ ହେଉଥିବା ଭିଡିଓ ଆଧାରରେ ପୋଲିସ କରୁଛି ତଦନ୍ତ । ଅଧିକ ପଢନ୍ତୁ

ପ୍ରାକ୍ଟିକାଲରେ ମାର୍କ କମିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର
ପ୍ରାକ୍ଟିକାଲରେ ମାର୍କ କମିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର

ରାଞ୍ଚି: ପରୀକ୍ଷାରେ କମ ମାର୍କ ଆସିବା ପରେ କ୍ରୋଧରେ ନିୟନ୍ତ୍ରଣ ହରାଇ ବସିଲେ ଛାତ୍ର । ପ୍ରାକ୍ଟିକାଲରେ ମାର୍କ କମିବା ପାଇଁ ଶିକ୍ଷକଙ୍କୁ ଦାୟୀ କଲେ, ଗଛରେ ବାନ୍ଧି ମାଡ ମଧ୍ୟ ମାରିଲେ (jharkhand students tie teachers )। ଏପରି କିଛି ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ଦୁମକାରେ । ଛାତ୍ରମାନେ ଏକାଧିକ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ ମାରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏପରି କାଣ୍ଡ ଭିଆଇଛନ୍ତି 9ମ ଶ୍ରେଣୀର ଛାତ୍ରମାନେ ।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଶ୍ରେଣୀରେ 10ଜଣ ଛାତ୍ର ପରୀକ୍ଷାରେ ଫେଲ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ, ପ୍ରାକ୍ଟିକାଲରେ ଶିକ୍ଷକଙ୍କ କମ ମାର୍କ ପ୍ରଦାନ ଯୋଗୁ ସେମାନେ ଫେଲ ହୋଇଛନ୍ତି । ଫଳାଫଳ ପ୍ରକାଶ ପାଇବା ପରେ ଅକୃତକାର୍ଯ୍ୟ ହୋଇଥିବା ଉତ୍ୟେକ୍ତ ଛାତ୍ରମାନେ ସ୍କୁଲରେ ପଶି ଶିକ୍ଷକଙ୍କୁ ନିସ୍ତୁକ ମାଡ ମାରିବା ସହ ସେମାନଙ୍କୁ ସ୍କୁଲ କ୍ୟାମ୍ପସରେ ଥିବା ଏକ ଗଛରେ ବାନ୍ଧିଥିଲେ (students tie teachers to tree for poor marking)। ସଂଘବଦ୍ଧ ଭାବେ ମାଡ ମଧ୍ୟ ମାରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଶିକ୍ଷକଙ୍କ ଅବହେଳା ପାଇଁ ସେମାନଙ୍କ ମାର୍କ କମିବା ସହ ଭବିଷ୍ୟତ ଖରାପ ହୋଇଛି ବୋଲି ସେମାନେ ଅଭିଯୋଗ କରୁଥିବା ବେଳେ, ଶିକ୍ଷକଙ୍କୁ ଏପରି ଭାବରେ ଗଛରେ ବାନ୍ଧି ମାଡ ମରାଯିବା ଘଟଣାକୁ ନେଇ ମଧ୍ୟ ଉଦବେଗ ପ୍ରକଶ ପାଇଛି ।

ଅନ୍ୟଏକ ସୂଚନା ଅନୁସାରେ, ବିହାରର ମୋତିହାରୀରେ ଅତୀତରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ​ସାରର କଳା ବଜାରି ପାଇଁ କୃଷକମାନେ କୃଷି ପରାମର୍ଶଦାତାଙ୍କୁ ଦାୟୀ କରିବା ସହ ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ ମାରିଥିଲେ । ପରେ ପୋଲିସ ପହଞ୍ଚି ଅଧିକାରୀଙ୍କୁ ଉଦ୍ଧାର କରିଥିଲା । ଭାଇରାଲ ହୋଇଥିବା ଭିଡିଓ ମାଧ୍ୟମରେ ଆକ୍ରମଣକାରୀ କୃଷକଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା ।

ପରୀକ୍ଷାରେ ମାର୍କ କମିବାକୁ ନେଇ ଝାଡଖଣ୍ଡରେ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ ମରାଯିବା ଘଟଣା(jharkhand students tie teachers ) ଶିକ୍ଷକଙ୍କ ସୁରକ୍ଷା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହ ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷ ପୋଲିସରେ ଅଭିଯୋଗ କରିଥିବା ନେଇ କୌଣସି ସୂଚନା ନଥିବା ବେଳେ ଭାଇରାଲ ଭିଡିଓ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.