ETV Bharat / bharat

ବର୍ଷକ 6 ମାସ ବନ୍ୟାରେ ବୁଡେ ଗାଁ, ଡଙ୍ଗାରେ ଶିକ୍ଷାଦାନ ଆରମ୍ଭ କରି ଚର୍ଚ୍ଚାରେ 2 ଶିକ୍ଷକ

author img

By

Published : Sep 6, 2021, 2:13 PM IST

ଡଙ୍ଗାରେ ଚାଲିଛି ପାଠପଢା । ଆଉ ଶିକ୍ଷାଦାନ କରୁଛନ୍ତି ୨ ଶିକ୍ଷକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର କଟିହାରରେ । ଅଧିକ ପଢନ୍ତୁ...

ବିହାରରେ ବନ୍ୟା ବିଭିଷିକା;ଡଙ୍ଗାରେ ମାଗଣା ଶିକ୍ଷାଦାନ କରୁଛନ୍ତି ଦୁଇ ଶିକ୍ଷକ

ପାଟନା: ଡଙ୍ଗାରେ ଚାଲିଛି ପାଠପଢା । ଆଉ ଶିକ୍ଷାଦାନ କରୁଛନ୍ତି ୨ ଜଣ ଶିକ୍ଷକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର କଟିହାରରେ । ମହାମାରୀ କାଳରେ ବିହାରରେ ବନ୍ୟା ବିଭିଷିକା ଦେଖାଦେଇଛି । ଜଳବନ୍ଦୀ ହୋଇ ରହିଛି ବିହାରର ଏକାଧିକ ଅଞ୍ଚଳ । କୋରୋନାର କୋପ ପାଇଁ ସ୍କୁଲ ବି ବନ୍ଦ କରି ଦିଆଯାଇଛି । ଫଳରେ ଏହି ସମୟକୁ ଅପଚୟ ନ କରି ଶୁଖିଲା ସ୍ଥାନ ନମିଳିବାରୁ ଡଙ୍ଗାରେ ପିଲାଙ୍କୁ ବସାଇ ପାଠ ପଢାଉଛନ୍ତି ଦୁଇ ଶିକ୍ଷକ ରବିନ୍ଦ୍ର ଓ ପଙ୍କଜ ।

ଜୁନ୍ ମାସରୁ ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ସମସ୍ତ ସ୍ଥାନ ଜଳମଗ୍ନ ହୋଇଛି। ବନ୍ୟାଯୋଗୁଁ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ତିମ ସଂସ୍କାର ପାଇଁ ବି ଲୋକଙ୍କୁ ଶୁଖିଲା ସ୍ଥାନ ମିଳିବା କଷ୍ଟକର ହୋଇପଡିଛି । ତେବେ କଟିହାରର ମାରାଲାଣ୍ଡ ଗାଁରେ ବର୍ଷରେ ୬ ମାସ ବନ୍ୟା ଜଳ ରହୁଥିବା ବେଳେ ବାକି ୬ ମାସ ଶୁଖିଲା ରହିଥାଏ । ଏହା ଏକ ବନ୍ୟା ପ୍ରବଣ ଅଞ୍ଚଳ। ଏଭଳି ପରିସ୍ଥିତିରେ ଡଙ୍ଗା ହିଁ ଏକମାତ୍ର ବିକଳ୍ପ । ୬ ମାସ ଯାଏଁ ଏଠାରେ ବନ୍ୟା ଜଳ ରହୁଥିବାରୁ ଏଠାକାର ପିଲାମାନେ ପାଣିକୁ ଭୟ କରନ୍ତି ନାହିଁ । ଏହା ସେମାନଙ୍କ ପାଇଁ ନିତିଦିନିଆ ଘଟଣା ହୋଇଯାଇଛି ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି ।

ବନ୍ୟା ଯୋଗୁଁ ସ୍ଥାନର ଅଭାବ ରହିଛି । ପାଠପଢା ପାଇଁ ଛାତ୍ରଛାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ କେବଳ 3 ରୁ 4 ଛାତ୍ର ପାଠ ପଢିବା ପାଇଁ ଆସୁଥିଲେ । କିନ୍ତୁ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଜଣେ ଛାତ୍ର କହିଛନ୍ତି ଯେ, ପରୀକ୍ଷା ପାଖେଇ ଆସୁଛି । କୋରୋନା କାରଣରୁ ଏପର୍ଯ୍ୟନ୍ତ ସିଲାବସ୍ ଶେଷ ହୋଇ ନାହିଁ । ସେ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ସ୍ଥାନର ଅଭାବରୁ ସେ ଡଙ୍ଗାରେ ପାଠପଢା ଆରମ୍ଭ କରିଥିଲେ। ଭବିଷ୍ୟତରେ ଛାତ୍ର ଜଣକ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.