ETV Bharat / bharat

ବିଦ୍ୟାଳୟରେ ପିଅନ କାମ କରୁଛନ୍ତି ଛାତ୍ରଛାତ୍ରୀ, ସ୍କୁଲ ଦାୟିତ୍ବ ପିଲାଏ ବୁଝିବା ଦରକାର କହିଲେ ପ୍ରଧାନ ଶିକ୍ଷକ - ଛାତ୍ରଛାତ୍ରୀ

ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳରେ ପିଅନ କାମ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଝାଡୁ କରିବାଠୁ ଆରମ୍ଭ କରି ଓଜନ ବେଞ୍ଚ ଡେସ୍କକୁ ସ୍ଥାନାନ୍ତର କରୁଛନ୍ତି । ଏ ନେଇ ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ କରିବାରୁ ସ୍କୁଲ ଦାୟିତ୍ବ ପିଲାମାନେ ବୁଝିବା ଦରକାର ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

http://10.10.50.85:6060/reg-lowres/02-January-2023/wb-dur-01-packagenationalnetworkstory-minorstudentsarelabournowintheirownschoolinkaksa-7204345_02012023135823_0201f_1672648103_850_0201newsroom_1672652733_27.jpg
http://10.10.50.85:6060/reg-lowres/02-January-2023/wb-dur-01-packagenationalnetworkstory-minorstudentsarelabournowintheirownschoolinkaksa-7204345_02012023135823_0201f_1672648103_883_0201newsroom_1672652733_85.jpg
author img

By

Published : Jan 3, 2023, 7:27 AM IST

କୋଲକାତା: ବିଦ୍ୟାଳୟରେ ପିଅନ କାମ କରୁଛନ୍ତି କୁନିକୁନି ଛାତ୍ରଛାତ୍ରୀ (Students do all school works in WB) । ଝାଡୁ କରିବାଠୁ ଆରମ୍ଭ କରି ଓଜନ ବେଞ୍ଚ ଡେସ୍କକୁ ସ୍ଥାନାନ୍ତର କରିବା ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । ଏପରି ଦୃଶ୍ୟ ପଶ୍ଚିମବଙ୍ଗ ଦୁର୍ଗାପୁର ଖେରୋବାଦି ପ୍ରାଥମିକ ବିଦ୍ୟାଳୟ (Kherobadi Primary School)ରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟଗୁଡି଼କ ଇଟିଭି ଭାରତ କ୍ୟାମେରାରେ କଏଦ ହୋଇଥିବା ବେଳେ ଏ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Students do all school works
ବିଦ୍ୟାଳୟରେ ପିଅନ କାମ କରୁଛନ୍ତି ଛାତ୍ରଛାତ୍ରୀ

ଦୁର୍ଗାପୁର କାଙ୍କସାସ୍ଥିତ ଖେରୋବାଦି ପ୍ରାଥମିକ ବିଦ୍ୟାଳୟରେ କୁନି କୁନି ପିଲାମାନେ ପାଠ ପଢିବା ବ୍ୟତୀତ ପିଅନର ସମସ୍ତ କାର୍ଯ୍ୟ କରୁଛନ୍ତି । ବାଲ୍ଟିରେ ପାଣି ଭରିବା ସହ ଓଜନ ବେଞ୍ଚ୍‌ଡେସ୍କ୍‌ ସ୍ଥାନାନ୍ତର କରିବା, ପଡ଼ିଆ ଝାଡୁ ମାରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକ ଅଭିଭାବକମାନେ ଦେଖିବା ପରେ କ୍ରୋଧ ଭାବ ପ୍ରକାଶ କରିଛନ୍ତି । ଏହି ବିଦ୍ୟାଳୟରେ ମୋଟ ୬୩ ଜଣ ଛାତ୍ରଛାତ୍ରୀ ପାଠ ପଢିଥାନ୍ତି । ଏଠାରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୩ ଜଣ ଶିକ୍ଷକ ପାଠ ପଢାଇଥାନ୍ତି । ଏଠାରେ କୌଣସି ପିଅନ ନିଯୁକ୍ତି ହୋଇଥାନ୍ତି । ଫଳରେ କୁନିକୁନି ପିଲାମାନେ ବିଦ୍ୟାଳୟର କାର୍ଯ୍ୟ କରୁଥିବା ନଜରକୁ ଆସିଛି ।

ଏହା ବି ପଢନ୍ତୁ- ସଫା କରୁଥିଲେ ଶୌଚାଳୟ, ହଠାତ୍ ମିଳିଲା 45 ଲକ୍ଷ ଟଙ୍କାର ସୁନା

ଏଠାରେ ପ୍ରଥମଠୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀର ଛାତ୍ରଛାତ୍ରୀ ଓଜନିଆ ବେଞ୍ଚଡେସ୍କ ସ୍ଥାନାନ୍ତର କରୁଛନ୍ତି । ଏଭଳି ସ୍ଥିତିରେ କୌଣସି ବି ଅଘଟଣ ଘଟିପାରେ । ଗୋଟିଏ ପଟେ ରାଜ୍ୟ ସରକାର ଆଦିବାସୀ ପିଲାଙ୍କୁ ପାଠ ପଢାଇବା ଲାଗି ଉଦ୍ୟମ କରୁଥିବା ବେଳେ ଏପଟେ ପାଠ ପଢିବା ପରିବର୍ତ୍ତେ ପିଅନ କାର୍ଯ୍ୟ କରୁଛନ୍ତି କୁନିକୁନି ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉତ୍ତମ ହାଜରା କରିଛନ୍ତି, "ସ୍କୁଲର ଦାୟିତ୍ବ ମଧ୍ୟ ଛାତ୍ରଛାତ୍ରୀମାନେ କରିବା ଉଚିତ । ବିଦ୍ୟାଳୟରେ ପିଅନ ନଥିବାରୁ ପିଲମାନେ କାର୍ଯ୍ୟ କରୁଛନ୍ତି । ଏ ନେଇ ଉଚ୍ଚ କର୍ତ୍ତୃପକ୍ଷ ଅବଗତ ରହିଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.