ETV Bharat / bharat

ଜବାହାର ନବୋଦୟ ବିଦ୍ୟାଳୟର ୮୫ ଛାତ୍ରଛାତ୍ରୀ କୋରୋନା ପଜିଟିଭ

ଉତ୍ତରାଖଣ୍ଡ ନୈନିତାଲ ଜବାହାର ନବୋଦୟ ବିଦ୍ୟାଳୟରେ ୮୫ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ । ସୂଚନା ଦେଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

author img

By

Published : Jan 2, 2022, 12:47 PM IST

ଜବାହାର ନବୋଦୟ ବିଦ୍ୟାଳୟରୁ ୮୫ ଛାତ୍ରଛାତ୍ରୀ କୋରୋନା ପଜିଟିଭ

ଡେରାଡୁନ: ପୁଣି ଡରାଇଲା କୋରୋନା । ଉତ୍ତରାଖଣ୍ଡ ନୈନିତାଲ ଜବାହାର ନବୋଦୟ ବିଦ୍ୟାଳୟ(Jawahar Navodaya Vidyalaya)ର ୮୫ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୧୧ ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪୯୬ ଜଣଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୮୫ ଜଣ କୋରୋନା ପଜିଟିଭ ହୋଇଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆକ୍ରାନ୍ତ ଛାତ୍ରଛାତ୍ରୀ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି । ସ୍କୁଲକୁ ଏବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିହ୍ନଟ ଛାତ୍ରଛାତ୍ରୀଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ କଡା ନଜର ରଖିଥିବା ବେଳେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.