ETV Bharat / bharat

କେଶ କଟାକୁ ନେଇ ଗାଳି କଲେ ବାପା, ଜୀବନ ହାରିଲେ ଛାତ୍ର

ପିତାଙ୍କ ଗାଳିକୁ ସହ୍ୟ କରିପାରିଲାନି ପୁଅ (Father Grumbles After Seeing His Sons Hair Cut)। ଫାଶୀ ଲଗାଇ କଲା ଆତ୍ମହତ୍ୟା । ଏପରି ଘଟଣା ପଶ୍ଚିମବଙ୍ଗ ଦାସପୁର ଥାନା ଅଞ୍ଚଳରେ ଘଟିଛି । ଅଧିକ ପଢନ୍ତୁ

author img

By

Published : Dec 11, 2022, 7:24 PM IST

Student of class eight died by suicide berceuse his father scolded him over hair cutting style
କେଶ କଟାକୁ ନେଇ ଗାଳି କଲେ ପିତା, ଜୀବନ ହାରିଲେ ଛାତ୍ର

କୋଲକାତା: କେଶ କଟାକୁ ନେଇ ପିତା ଗାଳି କରିବା ପରେ ଆତ୍ମହତ୍ୟା କଲେ ଛାତ୍ର (8th class student commits suicide after his father scolded him ) । ମୃତ ଛାତ୍ରଙ୍କ ପିତା କେବେ କଳ୍ପନା କରିପାରିନଥିଲେ ଯେ ଅଜବ କେଶକଟାକୁ ନେଇ ପୁଅକୁ ଗାଳି ଦେବାର ପରିଣାମ ଏତେ ଭୟଙ୍କର ହେବ (Father Grumbles After Seeing His Sons Hair Cut)। ପିତାଙ୍କ ଗାଳିକୁ ସହ୍ୟ କରିନପାରି ଶେଷରେ ଜୀବନ ହାରିଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର ଜୟଜିତ ପୁରିଆ (୧୪) । ଏହି ଘଟଣା ପଶ୍ଚିମବଙ୍ଗ ଦାସପୁର ଥାନାର ସଲାମପୁରରେ ଘଟିଛି ।

ଜୟଜିତ ଫ୍ୟାଶନକୁ ଆପଣାଇ ଏପରି କେଶ କାଟିଥିଲେ । ଜୟଜିତ ଜଣେ ଛାତ୍ର ହୋଇଥିବାରୁ ଏପରି କେଶ କଟା(Hair Style)କୁ ତାଙ୍କ ପିତା ସହଜରେ ଗ୍ରହଣ କରିନଥିଲେ । ଏଥିଲାଗି ସେ ଗତ ୯ ତାରିଖରେ ତାଙ୍କୁ ଗାଳି କରିଥିଲେ । ପିତାଙ୍କ ଗାଳିକୁ ସହ୍ୟ କରିନପାରି ଶେଷରେ ଜୀବନର ଅନ୍ତିମ ନିଷ୍ପତ୍ତି ନେଇଥିଲେ ଜୟଜିତ । ଗତ ଶୁକ୍ରବାର ଅପରାହ୍ନରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଉକ୍ତ ସ୍ଥାନରେ ପହଞ୍ଚି ଛାତ୍ରଙ୍କ ମୃତଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଏହା ବି ପଢନ୍ତୁ- ରାତି 11ଟା ପରେ ବାହାରେ ଥିଲେ ଦମ୍ପତି, 3 ହଜାର ଫାଇନ କାଟିଲା ନକଲି ପୋଲିସ !

ପୋଲିସର କହିବାନୁସାରେ ଜୟଜିତ ହେଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର । ତେବେ ଜୟଜିତ ନିଜ ଘର ପାଖରେ ରହୁଥିବା ବୟସ୍କ ବ୍ୟକ୍ତିଙ୍କ ସହିତ ଥଟ୍ଟା ପରିହାସ କରିବା ପାଇଁ ଏପରି ହେୟାର କଟ୍‌ କରିଥିଲେ । ଏନେଇ ସେ ଘରେ ମଧ୍ୟ ଜଣାଇନଥିଲେ । ଫିଲ୍ମରେ ଅଭିନେତାମାନେ କାଟୁଥିବା ହେୟାର ଷ୍ଟାଇଲ ଭଳି ଜୟଜିତ ମଧ୍ୟ କେଶ କାଟିଥିଲେ । ପୁଅର ଏପରି କେଶ କଟା ଦେଖି ଜୟଜିତଙ୍କ ପିତା ଶ୍ୟାମପଦ ପୁରିଆ କ୍ରୋଧିତ ହୋଇଥିଲେ । ଏହାପରେ ସେ ଜୟଜିତଙ୍କୁ ଗାଳି କରିଥିଲେ ।

ଏହାସହିତ ତାଙ୍କ ପିତା କହିଥିଲେ ଛାତ୍ରାବସ୍ଥାରେ ଏପରି କେଶ କାଟିବା ଶୋଭନୀୟ ନୁହେଁ । ଏବେ ଏହି ସବୁ ଅପେକ୍ଷା ନିଜ କ୍ୟାରିଅର ଉପରେ ଅଧିକ ଫୋକସ କରିବା ଆବଶ୍ୟକ । ପିତାଙ୍କ ଗାଳିକୁ ସହ୍ୟ କରିନପାରି ଶେଷରେ ଜୟଜିତ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏ ନେଇ ମୃତ ଛାତ୍ରଙ୍କ ସମ୍ପର୍କୀୟ କହିଛନ୍ତି. "କେଶ କଟାକୁ ନେଇ ଜୟଜିତର ପିତା କ୍ରୋଧିତ ଥିଲେ । ସେ ଗାଳି ମଧ୍ୟ କରିଥିଲେ । ମାତ୍ର ଏହି ସାମାନ୍ୟ କଥାକୁ ନେଇ ସେ ଆତ୍ମହତ୍ୟା କରିବ ବୋଲି ଆମେ କଳ୍ପନା କରିନଥିଲୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.