ETV Bharat / bharat

ବିଶ୍ବାସରେ ବିଷ: ପିକ୍‌ନିକ୍‌ ଡାକି ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ସହପାଠୀ

author img

By

Published : Aug 26, 2021, 7:13 AM IST

ପୁଣି ଲଜ୍ଜା । ସାଙ୍ଗମାନଙ୍କ ସହ ପିକନିକ ଯିବା ହେଲା କାଳ । ଜଣେ ଛାତ୍ରୀଙ୍କୁ ତାଙ୍କ ତିନିଜଣ ସାଙ୍ଗ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ବନ୍ଧା ହେଲେ 3 ସହପାଠି

ଭୋପାଳ: ପୁଣି ଲଜ୍ଜା । ସାଙ୍ଗମାନଙ୍କ ସହ ପିକନିକ ଯିବା ହେଲା କାଳ । ଜଣେ ଛାତ୍ରୀଙ୍କୁ ତାଙ୍କ ତିନିଜଣ ସାଙ୍ଗ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଅନୁସାରେ ଜଣେ ଛାତ୍ରୀ ତିନି ଜଣ ସହପାଠୀଙ୍କ ସହ ମାଣ୍ତାବ ଅଞ୍ଚଳକୁ ପିକନିକ କରିବାକୁ ଯାଇଥିଲେ । ସେଠାରେ ପିକନିକ ମଧ୍ୟ କରିଥିଲେ । ପରେ ଘରକୁ ଫେରିବା ସମୟରେ ପୂର୍ବ ଯୋଜନା ମୁତାବକ ଜଣେ ଛାତ୍ର ଛାତ୍ରୀଙ୍କୁ ନିଜ ଘରକୁ ଡାକି ନେଇଥିଲେ । ସେଠାରେ ତିନି ଜଣ ଛାତ୍ର ମିଶି କରିଥିଲେ ଦୁଷ୍କର୍ମ । ପୀଡିତାଙ୍କୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ତିନି ଅଭିଯୁକ୍ତ ।

ପରେ ଛାତ୍ରୀ ଜଣକ ସେଠାରୁ ଖସି ଆସି ଘର ଲୋକଙ୍କୁ ଯୋଗାଯୋଗ କରିଥିଲେ । ପରେ ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିବା ସହ ପୀଡିତାଙ୍କୁ ନେଇ ଲାସୁଦିଆ ପୋଲିସ ଷ୍ଟେସନରେ ଯାଇଥିଲେ । ସେଠାରେ ଏନେଇ ପୀଡିତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ରାଜେସ ରଘୁବଂଶୀ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.