ETV Bharat / bharat

ରାଞ୍ଚିରେ IIM ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାଞ୍ଚି ସ୍ଥିତ IIM ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ରାଞ୍ଚିର IIM ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Jan 18, 2023, 2:46 PM IST

ହାଇଦ୍ରାବାଦ: ରାଞ୍ଚି ସ୍ଥିତ IIM ହଷ୍ଟେଲରେ ଜଣେ ଛାତ୍ରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଛାତ୍ରଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ତାଙ୍କ ନାମ ଶିବମ ପାଣ୍ଡେ ବୋଲି ଜଣାପଡିଛି । ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ସୁଦ୍ଧା ତାଙ୍କର ଦୁଇ ହାତ ବନ୍ଧା ହେବା ଅବସ୍ଥାରେ ମିଳିବା ହତ୍ୟା ସନ୍ଦେହକୁ ଜନ୍ମ ଦେଇଥିବା ପୋଲିସ ସୂଚନା ଦେଇଛି । ସ୍ଥାନୀୟ ନାଗଡି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା । ହତ୍ୟା ଏବଂ ଆତ୍ମହତ୍ୟା ଉଭୟ ଦିଗରୁ ତଦନ୍ତ ଜାରି ରହିଛି । ହଷ୍ଟେଲରେ ଲଗାଯାଇଥିବା ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ଯାଞ୍ଚ କରୁଛି । ଅନ୍ୟ ସହପାଠୀଙ୍କୁ ମଧ୍ୟ ଜେରା କରୁଛି ପୋଲିସ । ଉତ୍ତର ପ୍ରଦେଶର ବାରାଣାସୀର ବାସିନ୍ଦା ଶିବମ ପାଣ୍ଡେ ହଷ୍ଟେଲର 505 ନମ୍ବର କୋଠରୀରେ ଏକୁଟିଆ ରହୁଥିଲେ । ତେବେ ତାଙ୍କ କୋଠରୀରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଯେଉଁ ଅବସ୍ଥାରେ ଶିବମଙ୍କ ମୃତଦେହ ମିଳିଛି ​​ତାହା ସନ୍ଦେହଜନକ । ଉଭୟ ହାତ ଆଗରୁ ବନ୍ଧା ହୋଇଥିବା ଜଣାପଡିଥିବା ନେଇ ପୋଲିସ କହିଛି । ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଶିବମଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହି ମାମଲାରେ ତଦନ୍ତ ଜାରି ରହିଛି । ରାଞ୍ଚି ଗ୍ରାମୀଣ ଏସପି ନୌଶାଦ ଆଲାମ କହିଛନ୍ତି, "ନାଗଡି ପୋଲିସ ଟିମ୍ ହଷ୍ଚେଲର 505 ରୁମକୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଛି । ଆସବାବପତ୍ର ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଶିବମଙ୍କର ଦୁଇ ହାତ ଆଗରୁ ବନ୍ଧା ହୋଇଥିବା କାରଣରୁ ଉଭୟ ଆତ୍ମହତ୍ୟା ଓ ହତ୍ୟା ଦିଗରୁ ତଦନ୍ତ ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ । ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟମାନେ ରାଞ୍ଚିରେ ପହଞ୍ଚିଛନ୍ତି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.