ETV Bharat / bharat

Interesting Story: ଗଫୋର ଓ ନେଉଳ ମଧ୍ୟରେ ନଛୋଡବନ୍ଧା ବନ୍ଧୁତା, ପଢନ୍ତୁ କେମିତି ହେଲା ଦୋସ୍ତି - ନେଉଳ ମଣିଷର ଅତୁଟ ବନ୍ଧୁତ୍ବ

ସାଧାରଣତଃ ନେଉଳ ମନୁଷ୍ୟଙ୍କଠୁ ଦୂରେଇ ରହିଥାଏ । ହେଲେ ଏଠାରେ ଗଫୋରଙ୍କ ନେଉଳ ତାଙ୍କୁ କ୍ଷଣେ ଛାଡେ ନାହିଁ । ତାଙ୍କ ସହ ଦୋକାନକୁ ଯିବା ସହିତ ପଡୋଶୀ ପିଲାଙ୍କ ସହିତ ଖେଳିଥାଏ । କେରଳର କୋଝିକୋଡଠାରେ ମଣିଷ ଓ ନେଉଳର ଏହି ଅତୁଟ ବନ୍ଧୁତ୍ବ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Rare friendship: ନେଉଳ-ମଣିଷର ଅତୁଟ ବନ୍ଧୁତ୍ବ

author img

By

Published : Apr 5, 2022, 8:22 PM IST

ଥିରୁଅନନ୍ତପୁରମ: ବନ୍ଧୁତ୍ବ ହେଉଛି ଏକ ନିଆରା ସମ୍ପର୍କ । ସବୁ ସମ୍ପର୍କଠାରୁ ଏହି ସମ୍ପର୍କ ନିତାନ୍ତ ଆବଶ୍ୟକ । ତେବେ ଏହି ସମ୍ପର୍କଟି କୌଣସି ଜାତି, ଧର୍ମ, ବର୍ଣ୍ଣ କିଛି ଦେଖିନଥାଏ । ଯେପରିକି ମନୁଷ୍ୟ କୁକୁର, ମଣିଷ ପକ୍ଷୀ ଏଭଳି ବିଭିନ୍ନ ପ୍ରକାର ପଶୁ ସହିତ ବନ୍ଧୁତ୍ବ ସ୍ଥାପନ କରି ଆସିଛି ମଣିଷ ଜାତି । କେହି କାହାରା ମୁହଁର ଭାଷା ବୁଝୁନଥିଲେ ମଧ୍ୟ ନିଜ ବନ୍ଧୁର ହୃଦୟର ଭାଷାକୁ ଖୁବ ଭଲ ଭାବେ ବୁଝିପାରିଥାନ୍ତି । ତେବେ ଆମେ ଏଠି ମଣିଷ ଓ ନେଉଳର ମଧୁର ସମ୍ପର୍କରେ କହୁଛୁ । ଏଭଳି ଏକ ନିଆରା ବନ୍ଧୁତ୍ବ କେରଳର କୋଝିକୋଡର ତମାରାସରୀ ସହରାଞ୍ଚଳରେ ଦେଖିବାକୁ ମିଳିଛି ।

Rare friendship: ନେଉଳ-ମଣିଷର ଅତୁଟ ବନ୍ଧୁତ୍ବ

ସାଧାରଣତଃ ନେଉଳ ଜାତି ମନୁଷ୍ୟଙ୍କ ଉପସ୍ଥିତିକୁ ପସନ୍ଦ କରିନଥାନ୍ତି । ମନୁଷ୍ୟଙ୍କଠାରୁ ସେମାନେ ଦୂରତା ବଜାୟ ରଖିଥାନ୍ତି । ହେଲେ ଏଠି ଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ଭିନ୍ନ । ଗଫୋରଙ୍କ ପାଳିତ ନେଉଳ ତାଙ୍କୁ କ୍ଷଣେ ଛାଡିନଥାଏ । ଗଫୋରଙ୍କ ପରିବାରର ସେ ଏକ ଅଭିନ୍ନ ସଦସ୍ୟ ହୋଇସାରିଥିବା ବେଳେ ପଡୋଶୀ ପିଲାମାନଙ୍କ ସହିତ ଖେଳିଥାଏ ମଧ୍ୟ । ନେଉଳର ଦୁଇ ଭାଇ ଭଉଣୀ ମୃତ୍ୟୁପରେ ଗଫୋର୍ ଏହି ନେଉଳକୁ ପାଳି ଆସୁଛନ୍ତି । ଗଫୋର କହିଛନ୍ତି ଯେ ପ୍ରଥମେ ନେଉଳଟି ମଣିଷଙ୍କ ନିକଟକୁ ଯିବା ପାଇଁ ପ୍ରସ୍ତୁତ ନଥିଲା । ପ୍ରାୟତଃ ମନୁଷ୍ୟର ଉପସ୍ଥିତିକୁ ଏକ ବିପଦ ବୋଲି ଭାବି ସେ ଭୟଭୀତ ହେଉଥିଲା ।

ହେଲେ ପରବର୍ତ୍ତୀ ସମୟରେ ସେ ଗଫୋରଙ୍କ ପରିବାର ସହିତ ମିଶିଗଲା । ସେମାନେ ତାକୁ ଖାଦ୍ୟରେ କ୍ଷୀର ଓ ମାଂସ ଦେଇଥାନ୍ତି । ଏବେ ଗଫୋର ଯେଉଁଠିକି ବି ଯାଆନ୍ତି ତାଙ୍କ ପଛେ ପଛେ ଯାଇଥାଏ ତାଙ୍କ ପୋଷା ନେଉଳ । ଗଫୋରଙ୍କ ଦୋକାନକୁ ଆସୁଥିବା ଗ୍ରାହକ ଧାଡିରେ ଠିଆ ହୋଇ ଏହି ନେଉଳର ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳେ । ଏହି ନେଉଳକୁ କିଣିବା ପାଇଁ ଅନେକ ଗଫୋରଙ୍କୁ ଅର୍ଥର ଲାଳସା ଦେଖାଇଛନ୍ତି । ହେଲେ ଗଫୋର ନିଜ ଘରର ସଦସ୍ୟ ତଥା ନେଉଳକୁ ବିକିବା ପାଇଁ ସିଧା ମନା କରିଦେଇଥିବା କହିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.