ETV Bharat / bharat

Vande Bharat Express: ପୁଣି ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ

author img

By

Published : Feb 11, 2023, 7:56 AM IST

ଦ୍ବିତୀୟଥର ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ । ତେଲେଙ୍ଗାନାର ମହାବୁବାବାଦ ନିକଟରେ ପଥର ମାଡ କରିଛନ୍ତି ଦୁର୍ବୃତ୍ତ । ଏହା ପୂର୍ବରୁ ବିଶାଖାପାଟଣାରେ ଜାନୁଆରୀ ୧୨ ତାରିଖରେ ହୋଇଥିଲା ପଥର ମାଡ ।

Vande Bharat Express
Vande Bharat Express

ହାଇଦ୍ରାବାଦ: ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ ଥମିବାର ନାଁ ନେଉନାହିଁ । ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ ଖବର ସାମ୍ନାକୁ ଆସିଛି । ତେବେ ତେଲେଙ୍ଗାନାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପୂର୍ବରୁ ପଥର ମାଡ ହୋଇଥିବା ବେଳେ ପୁଣି ଶୁକ୍ରବାର ସନ୍ଧ୍ୟାରେ ଦ୍ବିତୀୟ ଥର ପାଇଁ ପଥର ମାଡ ହୋଇଛି । କହିରଖୁଛୁ ଯେ, ଏହା ପୂର୍ବରୁ ଜାନୁଆରୀ ୧୨ ତାରିଖରେ ଉଦଘାଟନ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ ହୋଇଥିଲା ।

ତେଲେଙ୍ଗାନାର ମହାବୁବାବାଦ ନିକଟରେ ପଥର ମାଡ ହୋଇଛି । ପଥରମାଡରେ ଟ୍ରେନର ମିରର ସାମାନ୍ୟ ଭାଙ୍ଗି ଯାଇଥିବା ବେଳେ ବଗିର ଗ୍ଲାସ ପେନ ମଧ୍ୟ ଭାଙ୍ଗିଯାଇଛି । ଏନେଇ ଅଭିଯୋଗ ପରେ ରେଳବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ପରେ ଆନ୍ଧ୍ର, ଶୁଭାରମ୍ଭ ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥରମାଡ଼

ଏନେଇ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ସିଆଇପିଓ ରାକେଶ କହିଛନ୍ତି, "ଆମେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛୁ । ଟ୍ରେନଟି ବିଶାଖାପାଟଣା ପହଞ୍ଚିବା ପରେ ରେଳବାଇ ପୋଲିସ ଅଧିକାରୀ ସ୍ଥିତି ଯାଞ୍ଚ କରିବେ ।"

ପ୍ରକାଶଯୋଗ୍ୟ ଯେ, ପ୍ରଥମେ ଜାନୁଆରୀ ୧୨ ତାରିଖରେ ବିଶାଖାପାଟଣାରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ ହୋଇଥିଲା । ଟ୍ରେନର ଚଳାଚଳ ଆରମ୍ଭ ହେବା ପୂର୍ବରୁ ଟ୍ରେନଟି ବିଶାଖାପାଟଣା ରେଳ ଷ୍ଟେସନରୁ ମାରିପାଲେମ ସ୍ଥିତ ବଗି ରକ୍ଷଣାବେକ୍ଷଣ କେନ୍ଦ୍ରକୁ ଯାଇଥିଲା । ପଥର ମାଡ ଯୋଗୁଁ ଟ୍ରେନର ଗୋଟିଏ ବଗିର ଦୁଇଟି ଗ୍ଲାସ ପେନ ଭାଙ୍ଗିଯାଇଥିଲା । ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୋଙ୍ଗଲରେ ତେଲେଙ୍ଗାନାକୁ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଆଜିଠୁ ଟ୍ରାକରେ ଦୌଡିବ ଟ୍ରେନ

ପୋଙ୍ଗଲରେ ତେଲେଙ୍ଗାନାକୁ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୧୫ ତାରିଖରେ ଭିଡିଓ କନଫରେସିଂ ଯୋଗେ ମୋଦି ଏହାର ଉଦଘାଟନ କରିଥିଲେ । ଏହି ଟ୍ରେନ ସିକନ୍ଦରବାଦଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲୁଅଛି । ୱାରଙ୍ଗଲ, ଖମାମ, ବିଜୟୱାଡା, ଓ ରାଜମୁଣ୍ଡ୍ରୀରେ ଏହାର ଷ୍ଟପେଜ ରହିଛି । ସିକନ୍ଦରବାଦ ଠାରୁ ବିଶାଖାପାଟଣା ୭୦୦ କିମି ରାସ୍ତାକୁ ୮ ଘଣ୍ଟାରେ ଅତିକ୍ରମ କରୁଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ ।

ଏହା ପୂର୍ବରୁ ଗତ ଜାନୁଆରୀ ୨୧ ତାରିଖରେ ବିହାରର ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ ହୋଇଥିଲା । ବିହାର ଡାଲକୋଲା-ଟେଲଟା ରେଳ ଷ୍ଟେସନ ଅତିକ୍ରମ କରୁଥିବା ସମୟରେ ପଥର ମାଡ଼ ହୋଇଥିଲା । ଏନେଇ ଡାଉନ ବନ୍ଦେ ଭାରତ ଏକ୍ସପ୍ରେସର ଏସ୍କର୍ଟ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଥିଲା । ଦୁର୍ବୃତ୍ତଙ୍କ ପଥର ଫିଙ୍ଗିବା କାରଣରୁ କୋଚ୍-Cର ଡାହାଣ ପାର୍ଶ୍ବ ଗ୍ଲାସ ଭାଙ୍ଗି ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.