ETV Bharat / bharat

Vande Bharat Express: ପଶ୍ଚିମବଙ୍ଗରେ ୩ୟ ଥର ଲାଗି ଟ୍ରେନ ଉପରେ ପଥର ମାଡ଼

author img

By

Published : Jan 9, 2023, 7:55 AM IST

ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଆକ୍ରମଣ (Stones pelted at Vande Bharat Express) । ପଶ୍ଚିମବଙ୍ଗରେ ୩ୟ ଥର ଲାଗି ଏକ୍ସପ୍ରେସ ଉପରେ ହୋଇଛି ପଥରମାଡ଼ । ଅଧିକ ପଢନ୍ତୁ

Vande Bharat Express
Vande Bharat Express

କୋଲକାତା: ପଶ୍ଚିମବଙ୍ଗରେ ଲଗାତାର ୩ୟ ଥର ଲାଗି ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଛି (Stones pelted at Vande Bharat Express) । ରେଳ ବିଭାଗର ସୂଚନା ଅନୁସାରେ ରବିବାର ବିହାରର କଟିହାର ବାରସୋଇ ଜଙ୍କସନକୁ ଟ୍ରେନ ଅତିକ୍ରମ କରି ପଶ୍ଚିମବଙ୍ଗର ମାଲଦା ଜିଲ୍ଲାକୁ ପ୍ରବେଶ କରୁଥିବା ସମୟରେ ହୋଇଛି ଏହି ଆକ୍ରମଣ । ଟ୍ରେନର C-11 କମ୍ପାର୍ଟମେଣ୍ଟରେ ପଥର ବାଜିଥିବା ବେଳେ ଏଥିରେ ଥିବା ଯାତ୍ରୀ ଭୟଭୀତ ହୋଇପଡ଼ିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରେଳ ବିଭାଗର ସୂଚନା ଅନୁସାରେ କେହି ଦୁର୍ବୃତ୍ତ C-11 କମ୍ପାର୍ଟମେଣ୍ଟ (C-11 Compartment)ର ସିଟ ନଂ-୫୭ ଉପରେ ପଥରମାଡ଼ କରିଥିଲା । ଏଥିରେ କାହାର କୌଣସି କ୍ଷତି ଘଟିନାହିଁ । ଘଟଣାଟି କିପରି ଘଟିଲା ସେ ସମ୍ପର୍କରେ ଜାଣିବା ଲାଗି ଏଥିରେ ଥିବା ଯାତ୍ରୀଙ୍କ ସହିତ ରେଳ ବିଭାଗ ଯୋଗାଯୋଗ କରିଛି । ଏହାସହିତ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି । ଚଳିତ ମାସ ପହିଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ପଡ଼ୋଶୀ ରାଜ୍ୟ ବିହାର ପଟରୁ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥରମାଡ଼ ହେଉଛି । ଏଥିରେ ପଶ୍ଚିମବଙ୍ଗବାସୀଙ୍କ ସମ୍ପୃକ୍ତି ନାହିଁ ।

ଏହା ବି ପଢନ୍ତୁ-ପୁଣି Vande Bharat Express ଉପରେ ପଥର ମାଡ଼, ଭାଙ୍ଗିଲା ଟ୍ରେନର କାଚ

ମାତ୍ର ଗଣମାଧ୍ୟମ ସଂସ୍ଥାରେ ପଶ୍ଚିମବଙ୍ଗରେ ପଥରମାଡ଼ ଖବର ପ୍ରକାଶ କରାଯାଇଥିବାରୁ ଏହାକୁ ମିଥ୍ୟା ଖବର (Fake News) ବୋଲି କହିଥିଲେ । ପଶ୍ଚିମବଙ୍ଗର ନାମକୁ ବଦନାମ କରିବା ଲାଗି ଏପରି କରାଯାଉଥିବା ଅଭିଯୋଗ ଆଣି ଉକ୍ତ ଗଣମାଧ୍ୟମ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ଗତ ଜାନୁଆରୀ ୩ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସରେ ହୋଇଥିବା ଆକ୍ରମରେ ଟ୍ରେନର ଝରକା କାଚ ଭାଙ୍ଗିଥିଲା । ଦାର୍ଜିଲିଂ ଜିଲ୍ଲାର ଫାନ୍ସିଦେୱା ଅଞ୍ଚଳରେ ହୋଇଥିଲା ଏହି ଆକ୍ରମଣ ।

ଏହା ବି ପଢନ୍ତୁ- ବିହାରରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼, ବଦନାମ ବରଦାସ୍ତ କରାଯିବନି କହିଲେ ମମତା

ଏହା ପୂର୍ବରୁ ଜାନୁଆରୀ ୨ ତାରିଖରେ ମଧ୍ୟ ପ୍ରଥମ କରି ବନ୍ଦେ ଭାରତ ଏକ୍ସପ୍ରେସକୁ ଉପରକୁ ଆକ୍ରମଣ ହୋଇଥିଲା । ହାଓଡାରୁ ନ୍ୟୁ ଜଲପାଇଗୁଡି ଅଞ୍ଚଳକୁ ଯୋଗାଯୋଗ କରୁଥିବା ବିହାରର କିଶାନଗଞ୍ଜଠାରେ ଟ୍ରେନ ଉପରକୁ ପଥର ଫିଙ୍ଗା ଯାଇଥିଲା । ଏଥିରେ ପୋଲିସ ବିହାରର ୩ଜଣ ନାବାଳିକଙ୍କୁ ଗିରଫ କରିଥିଲା । ସୂଚନା ଥାଉ କି ଗତ ଡିସେମ୍ବର ୩୦ ତାରିଖରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.