ETV Bharat / bharat

violence in delhi: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ, ପୋଲିସ ସମେତ ଅନେକ ଆହତ - ଦିଲ୍ଲୀରେ ଦଙ୍ଗା

ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ । ପୋଲିସ ସମେତ ଏକାଧିକ ଆହତ । ବ୍ୟାପକ ପୋଲିସ ମୁତୟନ । ଅଧିକ ପଢନ୍ତୁ

ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ, ପୋଲିସ ସମେତ ଏକାଧିକ ଆହତ

author img

By

Published : Apr 16, 2022, 8:39 PM IST

Updated : Apr 16, 2022, 9:26 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ଶୋଭାଯାତ୍ରା ଜାରି ରହିଥିବା ବେଳେ ନିର୍ଦ୍ଦିଷ୍ଟ ପକ୍ଷ ପଥରମାଡ କରିଥିଲେ । ଫଳରେ ଗୋଷ୍ଠୀ ସଂଘର୍ଷ ସହ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏଥିରେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଜାହାଙ୍ଗୀରପୁରୀରୁ ବାବୁ ଜଗଜୀବନ ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

violence in delhi: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥରମାଡ, ପୋଲିସ ସମେତ ଅନେକ ଆହତ

ସୂଚନା ଅନୁସାରେ, ଜାହାଙ୍ଗୀରପୁରୀ ଅଞ୍ଚଳରେ ଆଜି ସନ୍ଧ୍ୟାରେ ଶୋଭାଯାତ୍ରା ବାହାରିଥିଲା । ପଥରମାଡ ଆରମ୍ଭ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛି । ଆହତଙ୍କ ଚିକିତ୍ସା ଜାରି ରହିଛି । ତେବେ ରାମନବମୀ ପରଠାରୁ ଦେଶର ଅନେକ ସ୍ଥାନରେ ଏପରି ପଥରମାଡ ଦେଖିବାକୁ ମିଳୁଛି । କିଛି ରାଜ୍ୟରେ କଡା କାର୍ଯ୍ୟାନୁଷ୍ଠାନ ସ୍ବରୂପ ଦଙ୍ଗାକାରୀଙ୍କ ସମ୍ପତ୍ତି ଭଙ୍ଗାଯିବା ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2022, 9:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.