ETV Bharat / bharat

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବା ଫଳରେ ଟ୍ରେନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଅଧିକ ପଢନ୍ତୁ...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ
author img

By

Published : Jun 19, 2021, 1:39 PM IST

ରାଞ୍ଚି: ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଲା ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ । ପ୍ରବଳ ବର୍ଷା ଯୋଗୁଁ ବାସକଟୱା ଏବଂ ନାଥଗଞ୍ଜ ମଧ୍ୟରେ ଥିବା ପୋଲ 414/44 ନିକଟ ଟ୍ରେନ ଟ୍ରାକରେ ବିପୁଳ ପରିମାଣର ମାଟି ଓ ପଥର ଖସି ପଡିଥିଲା । ଫଳରେ ଏହି ଟ୍ରାକ ଦେଇ ଯାଉଥିବା ଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ ମାଟି ସହ ଧକ୍କା ହୋଇ କ୍ଷତିଗ୍ରସ୍ତ ହୋଇଥିଲା । ଶନିବାର ସକାଳେ ଏହି ଅଘଟଣ ଘଟିଛି ।

ଲଗାଣ ବର୍ଷା ଯୋଗୁଁ ନୂଆଦିଲ୍ଲୀ ହାୱଡା ମେଲ ଲାଇନର କୋଡରମା-ଗୟା ରେଳଖଣ୍ଡ ନିକଟରେ ଆଜି ସକାଳେ ହିଁ ଭୂସ୍ଖଳନ ହୋଇଥିଲା । ଯାହାଦ୍ବାରା ଟ୍ରେନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ତେବେ ଦୁର୍ଘଟଣା ଯୋଗୁଁ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ବର୍ଷା ଫଳରେ ଏହି ଅଞ୍ଚଳରେ ଅନେକ ସମୟରେ ଭୂସ୍ଖଳନ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.