ETV Bharat / bharat

MP:ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସାବତ ବାପା, ପାପ ଲୁଚାଇବାକୁ ଜୀବନ ନେଲା

author img

By ETV Bharat Odisha Team

Published : Sep 3, 2023, 12:29 PM IST

ଝିଅକୁ ଦୁଷ୍କର୍ମ କଲା ବାପା । ଗର୍ଭବତୀ ହେବା ପରେ ହତ୍ୟା କରି ନାବାଳିକାକୁ ଫୋପାଡି ଦେଲା ସାବତ ବାପା । ଅଧିକ ପଢନ୍ତୁ

Stepfather murdered minor daughter after raping

ଭୋପାଳ: ମଧ୍ୟ ପ୍ରଦେଶରେ ଲଜ୍ଜା । ସାବତ ବାପାର ନାରକୀୟ କାଣ୍ଡ । ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସାବତ ବାପା । ନିଜ ପାପ ଲୁଚାଇବାକୁ ଯାଇ ଝିଅକୁ ହତ୍ୟା କରିବା ପରେ ରେଲଓ୍ବେ ଷ୍ଟେସନ କ୍ରସିଂରେ ଫୋପାଡି ଦେଲା ସଇତାନ ବାପା । ମୃତ୍ୟୁର ଦୁଇ ଦିନ ପରେ ପୁରା ଘଟଣାର ପର୍ଦାଫାସ କଲା ପୋଲିସ । ହତ୍ୟାକାରୀ ସାବତ ବାପା ସହଦେବକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

ଶନିବାର ଦିନ ଗୋରେଘାଟ ରେଳ କ୍ରସିଂ ନିକଟରେ ନାବାଳିକାର ମୃତଦେହ ପଡଥିବା ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ କରିଥିଲା । ତଦନ୍ତ ସମୟରେ ପୋଲିସ ନାବାଳିକା ହତ୍ୟାର କାରଣ ଜାଣିବାକୁ ପାଇଥିଲା । ନାବାଳିକାର ସାବତ ବାପା ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା । ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହେବାରୁ ନିଜ କୁକର୍ମକୁ ଲୁଚାଇବାକୁ ଯାଇ ସେ ଝିଅକୁ ହତ୍ୟା କରିବାକୁ ଯୋଜନା କରିଥିଲେ ।

ଏହା ମଧ୍ଯ ପଢନ୍ତୁ-ବାପା ଓ ପଡୋଶୀ ଯୁବକର ଦୁଷ୍କର୍ମରେ ନାବାଳିକା ଗର୍ଭବତୀ: ଉଭୟ ଅଭିଯୁକ୍ତ ଗିରଫ

ଏଥି ପାଇଁ ଅଗଷ୍ଟ 30 ତାରିଖରେ ନାବାଳିକାଙ୍କ ସହ ଗଡରଓ୍ବାଡା ଅଭିମୁଖେ ଟ୍ରେନରେ ଯାତ୍ରା କରିଥିଲା ସହଦେବ । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଗୋରେଘାଟର ରେଳ କ୍ରସିଂ ନିକଟରେ ନିଜ ଝିଅକୁ ପୁଣି ଥରେ ଦୁଷ୍କର୍ମ କରି ହତ୍ୟା କରିବା ପରେ ମୃତଦେହକୁ ଫୋପାଡି ଦେଇଥିଲା । ଏହାପରେ ପୋଲିସ ଗତକାଲି ମୃତଦେହ ଉଦ୍ଧାର କରିଥିଲା ।

ଏନେଇ ପୋଲିସ କହିଛି ଯେ, ସହଦେବ ଦ୍ବିତୀୟ ବିବାହ କରିଥିଲା । ଦ୍ବିତୀୟ ପତ୍ନୀର 3 ଜଣ ଝିଅ ରହିଥିଲେ । 2 ଜଣଙ୍କର ବିବାହ ହୋଇସାରିଥିବା ବେଳେ ସାନ ଝିଅ ସହଦେବ ପାଖରେ ରହୁଥିଲା । ଏହାର ସୁଯୋଗ ନେଇ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ତାର ବାପା । ଯେତେବେଳେ ସେ ଗର୍ଭବତୀ ହୋଇଥିବା ଜଣିବାକୁ ପାଇଥିଲା ସେହି ସମୟରେ ନିଜ ଦୋଷକୁ ଲୁଚାଇବାକୁ ଝିଅକୁ ହତ୍ୟା କରିବା ପାଇଁ ଚିନ୍ତା କରିଥିଲା । ପୋଲିସ ସହଦେବଙ୍କୁ ଏ ବିଷୟରେ ପଚରାଉଚରା ପରେ ସେ ସତ ମାନିଥିବା ଜଣାପଡିଛି ।

ଜୁଲାଇ 24 ତାରିଖରେ ଏମିତି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି । ଜନ୍ମିତ ଝିଅକୁ ତାର ବାପା ଦୁଷ୍କର୍ମ କରିବାରୁ ନାବାଳିକ ଜଣଙ୍କ ଗର୍ଭବତୀ ହୋଇଥିଲେ । କେବଳ ତାର ବାପା ନୁହେଁ ବିବାହର ପ୍ରତିଶୃତି ଦେଇ ପଡୋଶୀ ଯୁବକ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରୁଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ବାପା ସହ ପଡୋଶୀ ଯୁବକୁ ମିଶାଇ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.