ETV Bharat / bharat

ଭାରତରେ କ୍ରିପ୍ଟୋକରେନ୍ସିର ସ୍ଥିତି

ଭାରତରେ ଏହି ଅନଲାଇନ ଟ୍ରାନଜାକ୍ସନ କ୍ରିପ୍ଟୋକରେନ୍ସିକୁ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ଆଇନଗତ ଭାବେ ଏହାକୁ ଲାଗୁ କରାଯାଇନାହିଁ । ଅଧିକ ପଢନ୍ତୁ...

Status of Cryptocurrency in India
ଭାରତରେ କ୍ରିପ୍ଟୋକରେନ୍ସିର ସ୍ଥିତି
author img

By

Published : Feb 13, 2021, 4:51 PM IST

ହାଇଦ୍ରାବାଦ: ଅନଲାଇନ ମାଧ୍ୟମରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପାଇଁ ଟଙ୍କା ପୈଠ କରିବାର ପ୍ରକ୍ରିୟାକୁ କ୍ରିପ୍ଟୋକରେନ୍ସି ବୋଲି କୁହାଯାଏ । ଏଥିଲାଗି ଏକ ଅନଲାଇନ ଲେଜରର ବ୍ୟବହାର କରାଯାଇଥାଏ । ଏହି ଲେଜର ଦ୍ବାରା ଅନଲାଇନରେ ସୁରକ୍ଷିତ ଟ୍ରାନଜାକ୍ସନ ହୋଇଥାଏ । ଏହି କାର୍ଯ୍ୟରେ ବ୍ଲକଚେନ ନାମକ ଏକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରାଯାଇଥାଏ । ଏହି ବ୍ଲକଚେନ କମ୍ପ୍ୟୁଟର ମଧ୍ୟରେ ରହିଥାଏ, ଯାହାକି ଟ୍ରାନଜାକ୍ସନର ବିବରଣୀକୁ ଗଚ୍ଛିତ କରି ରଖିଥାଏ । ଦେଶରେ ସୁପ୍ରିମକୋର୍ଟ ବ୍ୟାଙ୍କ ଗୁଡିକୁ କ୍ରିପ୍ଟୋକରେନ୍ସି ଟ୍ରାନଜାକ୍ସନ କରିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ଆଇନଗତ ଭାବେ ଭାରତରେ କ୍ରିପ୍ଟୋକରେନ୍ସି ଲାଗୁ ହୋଇନାହିଁ ।

କ୍ରିପ୍ଟୋକରେନ୍ସିର ବର୍ତ୍ତମାନର ସ୍ଥିତି:- ତେବେ ପ୍ରାୟ 6 ହଜାର 700ଟି କ୍ରିପ୍ଟୋକରେନ୍ସି କାର୍ଯ୍ୟ କରୁଛି । CoinMarketCap.com ଏକ ବଜାର ଗବେଷଣା ୱେବସାଇଟ ଅନୁସାରେ ଚଳିତ ବର୍ଷ ଜାନୁଆରୀ 27 ତାରିଖ ପର୍ଯ୍ୟନ୍ତ କ୍ରିପ୍ଟୋକରେନ୍ସିଂର ମୋଟ ମୂଲ୍ୟ 897.3 ବିଲିୟନ ରହିଛି ।

କ୍ରିପ୍ଟୋକରେନ୍ସିର ଆଇନଗତ ଦିଗ:- ଏହା ଏକ ଆଇନଗତ ଟେଣ୍ଡର ନୁହେଁ । କେନ୍ଦ୍ର ସରକାର କିମ୍ବା ବ୍ୟାଙ୍କ ଦ୍ୱାରା ସମର୍ଥିତ ନୁହେଁ । ଏହା ବିକେନ୍ଦ୍ରୀକରଣ ଏବଂ ବିଶ୍ୱବ୍ୟାପୀ ଅଟେ । ଏହାର ଫର୍ମ ଡିଜିଟାଲ ବ୍ୟାଙ୍କ କ୍ରେଡିଟ ବ୍ୟାଙ୍କ ପରି ହୋଇଥାଏ । କିନ୍ତୁ ଏହା କୌଣସି ବ୍ୟାଙ୍କ କିମ୍ବା ସରକାରଙ୍କ ଦ୍ବାରା ସମର୍ଥିତ ନୁହେଁ । ଏହା ଏକ ଆଲଗୋରିଦମ ଯୋଗାଣକୁ ନିୟନ୍ତ୍ରଣ କରେ ଏବଂ ଜଣେ ବ୍ୟକ୍ତି କ୍ରିପ୍ଟୋକରେନ୍ସି ମାଧ୍ୟମରେ ନିଜର ଟ୍ୟାକ୍ସ ଦେଇ ପାରିବ ନାହିଁ, ଏହା ବଦଳରେ ଉକ୍ତ ବ୍ୟକ୍ତିକୁ ଏହା ଉପରେ ଟିକସ ଦେବାକୁ ପଡିଥାଏ ।

କ୍ରିପ୍ଟୋକରେନ୍ସି ସହିତ ଭାରତୀୟ କିପରି ଭାବରେ ଜଡିତ ?

  • 2018 ମସିହା ଏପ୍ରିଲ 6 ତାରିଖରେ, ଆରବିଆଇ ଏକ ସର୍କୁଲାର୍ ଜାରି କରି ବ୍ୟାଙ୍କଗୁଡ଼ିକୁ କ୍ରିପ୍ଟୋ-ଫାର୍ମ ଏବଂ ଭର୍ଚ୍ଚୁଆଲ୍ ମୁଦ୍ରା ସହିତ କାରବାର କରିବାକୁ ବାରଣ କରିଥିଲା । ସର୍କୁଲାର ଅନୁସାରେ ଏହିପରି ସେବାଗୁଡିକ ହେଉଛି ଆକାଉଣ୍ଟ୍ ରକ୍ଷଣାବେକ୍ଷଣ, ପଞ୍ଜୀକରଣ, ବାଣିଜ୍ୟ, ସେଟଲିଂ, କ୍ଲିୟରାନ୍ସ, ଭର୍ଚ୍ଚୁଆଲ୍ ଟୋକନ୍ ବିରୁଦ୍ଧରେ ଋଣ ଦେବା, ସେମାନଙ୍କୁ ବନ୍ଧକ ଭାବରେ ଗ୍ରହଣ କରିବା, ସେମାନଙ୍କ ସହିତ କାରବାର କରୁଥିବା ଏକ୍ସଚେଞ୍ଜର ଖାତା ଖୋଲିବା ଏବଂ କ୍ରୟ ବିକ୍ରୟ ସମ୍ବନ୍ଧୀୟ ଆକାଉଣ୍ଟରେ ଟଙ୍କା ସ୍ଥାନାନ୍ତର କରିବା ଆଦି ।
  • 2019 ମସିହା ଫେବୃଆରୀ 28 ତାରିଖରେ ଅର୍ଥ ମନ୍ତ୍ରଣାଳୟ କମିଟି ଭର୍ଚ୍ଚୁଆଲ୍-ମୁଦ୍ରା ଉପରେ ଏକ ନିଷେଧାଦେଶ ଜାରି କରି ଭାରତ ଏକ ଡିଜିଟାଲ୍ ଟଙ୍କା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲା । ଏହାସହ ଦେଶର ସମସ୍ତ କ୍ରିପ୍ଟୋ କାର୍ଯ୍ୟକଳାପକୁ ନିଷିଦ୍ଧ କରୁଥିବା ଏକ ବିଲ୍ ପ୍ରସ୍ତୁତ କରିଥିଲା, ଯାହା 25 କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଏକରୁ ଦଶ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଉଭୟ ଦଣ୍ଡାଦେଶ ରହିବ । ତଥାପି ଏହା ସଂସଦ ଦ୍ୱାରା ଅନୁମୋଦନ ହୋଇନଥିଲା ।
  • 2020 ମସିହା ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ବ୍ୟାଙ୍କଗୁଡିକୁ କ୍ରିପ୍ଟୋକରେନ୍ସି ଟ୍ରାନଜାକ୍ସନ କରିବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ଆଇନଗତ ଭାବେ ଭାରତରେ କ୍ରିପ୍ଟୋକରେନ୍ସି ଲାଗୁ ହୋଇନାହିଁ । ତେବେ ଚଳିତ ବର୍ଷ ସଂସଦର ବଜେଟ ଉପସ୍ଥାପନା ସମୟରେ କେନ୍ଦ୍ର ସରକାର କ୍ରିପ୍ଟୋକରେନ୍ସି ସମ୍ପର୍କରେ କହିଥିଲେ ।

ଭାରତରେ କ୍ରିପ୍ଟୋର ସ୍ଥିତି:-

  • ଭାରତରେ ପ୍ରାୟ 7 ମିଲିୟନ ବା 70 ଲକ୍ଷ ଭାରତୀୟ କ୍ରିପ୍ଟୋକରେନ୍ସି ମାଧ୍ୟମରେ 1 ବିଲିୟନ ବା 1000 କୋଟି ମୂଲ୍ୟର ଟ୍ରାନଜାକ୍ସନ କରୁଛନ୍ତି । ଭାରତରେ କ୍ରିପ୍ଟୋକରେନ୍ସି ଗତବର୍ଷ ପ୍ରାୟ 700 ପ୍ରତିଶତ ବୃଦ୍ଧି ପାଇଛି ବୋଲି ସରକାରୀ ସ୍ତରରୁ ସୂଚନା ମିଳିଛି ।
  • ବିଟକଏନ ହେଉଛି ଏକ ପ୍ରକାର କ୍ରିପ୍ଟୋକରେନ୍ସି । ପ୍ରତ୍ୟେକ ବିଟକଏନ୍ ହେଉଛି ଏକ କମ୍ପ୍ୟୁଟର ଫାଇଲ୍ ଯାହା ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟରରେ ଏକ 'ଡିଜିଟାଲ୍ ୱାଲେଟ୍' ଆପରେ ଗଚ୍ଛିତ ହୋଇ ରହିଥାଏ । ଲୋକମାନେ ଆପଣଙ୍କର ଡିଜିଟାଲ୍ ୱାଲେଟକୁ ବିଟକଏନ୍ ପଠାଇ ପାରିବେ ଏବଂ ଆପଣ ଅନ୍ୟ ଲୋକଙ୍କୁ ବିଟକଏନ୍ ପଠାଇ ପାରିବେ ।
  • ବିଟକଏନ ବ୍ଲକ ଚେନ ଟେକନିକ ଉପରେ ଆଧାରିତ । ଅନଲାଇନରେ ଦ୍ରବ୍ୟ କ୍ରୟ ପାଇଁ ଏହାକୁ ବ୍ୟବହାର କରାଯାଏ । ବିଟ କଏନ ଦ୍ବାରା ବିଶ୍ୱର ଯେକୌଣସି ସ୍ଥାନରୁ ସିଧାସଳଖ କିଣାବିକା କରାଯାଇପାରେ । ଏହା ଏକ ଭର୍ଚ୍ଚୁଆଲ ମୁଦ୍ରା ହୋଇଥିବାରୁ ବିଶ୍ବର କୌଣସି ସରକାରଙ୍କ ଏହା ଉପରେ ନିୟନ୍ତ୍ରଣ ନାହିଁ । ଯାହାକି ଏହାର ସବୁଠୁ ବଡ ଅସୁବିଧା । ତେବେ ବର୍ତ୍ତମାନ ଭାରତୀୟ ମୁଦ୍ରାରେ ବିଟକଏନର ମୂଲ୍ୟ 34 ଲକ୍ଷ 31 ହଜାର 858 ଟଙ୍କା ରହିଛି ।

ବିଟକଏନକୁ ଅନୁମତି ଦେଇଥିବା ଦେଶ:-

  • ଜାପାନ
  • ଆମେରିକା
  • କାନାଡା
  • ଦକ୍ଷିଣ କୋରିଆ
  • ଦି ୟୁରୋପିଆନ ୟୁନିଅନ
  • ଫିନଲାଣ୍ଡ
  • ବେଲଜିଅମ
  • ୟୁନାଇଟେଡ କିଙ୍ଗଡମ
  • ଜର୍ମାନୀ
  • ଅଷ୍ଟ୍ରେଲିଆ

ବିଟକଏନକୁ ଆଇନଗତ ଭାବେ ଅନୁମତି ଦେଇନଥିବା ଦେଶ:-

  • ଚୀନ
  • ଭାରତ
  • ଋଷିଆ
  • ଭିଏତନାମ
  • ବୋଲିଭିଆ
  • କଲୋମ୍ବିଆ
  • ଏକ୍ୟୋଡ଼ର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.