ରାୟପୁର: ବସ୍ତର ଜିଲ୍ଲାରେ ପ୍ରାୟ ଚାରି ଦଶନ୍ଧି ହେବ ନକ୍ସଲଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆଜି ବି କିଛି ଗାଁ ଅଛି, ଯେଉଁମାନେ ନକ୍ସଲମାନଙ୍କୁ ଭୟଭୀତ କରନ୍ତି ନାହିଁ । ଏଭଳି ଏକ ଗାଁ ହେଉଛି ଆଲଦଣ୍ଡ ଗାଁ । ଆଲଦଣ୍ଡ ଗ୍ରାମ ନାରାୟଣପୁର ଜିଲ୍ଲା ଏବଂ କାନକର ଜିଲ୍ଲା ମଧ୍ୟରେ ଅବସ୍ଥିତ । ଏହି ଗ୍ରାମର ବିଶେଷତ୍ବ ହେଲା ଏଠାରେ ଏକ ନକ୍ସଲଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି ।
ଏହି ପ୍ରତିମା ନକ୍ସଲାଇଟ୍ ସୋମଜୀ ଓରଫ ମହାଦେବଙ୍କର ଅଟେ । ସୋମଜୀ ଆଜିଠାରୁ ଏକ ବର୍ଷ ପୂର୍ବେ କାନକର ଆମାବେଡା ଜୋନରେ ପ୍ରାଣ ହରାଇଥିଲେ । ସୋମଜୀଙ୍କ ଗ୍ରାମ ଆଲଦଣ୍ଡ ହୋଇଥିବା ବେଳେ ଆଜି ମଧ୍ୟ ପରିବାର ଲୋକେ ସେଠାରେ ବସବାସ କରିଥାନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ପରିବାର ଲୋକଙ୍କ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି । ଏହାକୁ ପୂଜା ମଧ୍ୟ କରାଯାଉଛି ।
କାଙ୍କରରେ ସୋମଜୀ ଆତଙ୍କ ଖେଳାଉଥିଲେ(Terror of Naxalite Somji in Kankers) । ତେବେ ଆତଙ୍କ ସୃଷ୍ଟି ପାଇଁ ୨୦୨୧ ଫେବୃଆରୀ ୧୮ ତାରିଖରେ ସୋମଜୀ ଏକ ବିସ୍ଫୋରକ କାରଖାନା କରିଥିଲେ । ତେବେ ବୋମା ଲଗାଇବା ବେଳେ ହଠାତ୍ ବୋମା ଫାଟି ଯାଇଥିଲା । ଫଳରେ ସୋମଜୀର ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ।
ଏହି ଘଟଣା ନେଇ କାଙ୍କର ଏସପି ଶାଲାବ ସିହ୍ନା କହିଛନ୍ତି ଯେ, "ଜିଲ୍ଲାର ଅନେକ ଅଞ୍ଚଳ ଅଛି ଯେଉଁଠାରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ପହଞ୍ଚି ନାହାଁନ୍ତି । ଯେଉଁଠାରେ ସୁରକ୍ଷା ଶିବିର ଖୋଲା ଅଛି, ଯେଉଁଠାରେ ପୋଲିସ୍ ଷ୍ଟେସନ୍ ଅଛି, ଯେଉଁଠାରେ ଫୋର୍ସ ଅଛି, ସେଠାରେ ଲୋକଙ୍କ ସହ ନିୟମିତ ବୈଠକ ହେଉଛି । ସେମାନେ ଜାଣନ୍ତି ଯେ ନକ୍ସଲମାନେ କିପରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଏବଂ ସେମାନଙ୍କୁ ବିକାଶରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । କିନ୍ତୁ ଆଲଡାଣ୍ଡ ପରି କିଛି କ୍ଷେତ୍ର ଅଛି, ଯେଉଁଠାରେ ଆମର ଉପସ୍ଥିତି ସ୍ଥିର ନୁହେଁ । ନକ୍ସଲମାନେ ଚାହୁଁଛନ୍ତି ଯେ ଗ୍ରାମବାସୀ ଅନ୍ଧକାରରେ ରୁହନ୍ତୁ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ