ETV Bharat / bharat

Statue Of Equalityକୁ ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଉପରାଷ୍ଟ୍ରପତି

ଗତକାଲି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ହାଇଦ୍ରାବାଦ ସ୍ଥିତ ଷ୍ଟାଚ୍ୟୁ ଅଫ ଇକ୍ବାଲିଟିର ପରିଦର୍ଶନ କରିଛନ୍ତି । ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମାରକୀ ଦର୍ଶନ କରି ଏହା ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ ବାଲି ବର୍ଣ୍ଣନା କରିଛନ୍ତି । ଅଧିକ ପଢ଼ନ୍ତୁ

statue of equality is eighth wonder of the world says vice president
‘ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’କୁ ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଉପରାଷ୍ଟ୍ରପତି
author img

By

Published : Feb 13, 2022, 10:08 AM IST

ହାଇଦ୍ରାବାଦ: ଗତକାଲି(ଶନିବାର) ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ହାଇଦ୍ରାବାଦ ସ୍ଥିତ ଷ୍ଟାଚ୍ୟୁ ଅଫ ଇକ୍ବାଲିଟିର ପରିଦର୍ଶନ କରିଛନ୍ତି । ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମାରକୀ ଦର୍ଶନ କରି ଏହା ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ ବାଲି ବର୍ଣ୍ଣନା କରିଛନ୍ତି । ତେଲେଙ୍ଗାନା ସ୍ଥିତ ହାଇଦ୍ରାବାଦର‘ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’କୁ ଦର୍ଶନ କରିବା ପରେ ଆୟୋଜିତ ସମାରୋହରେ ଏହାର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ।

statue of equality is eighth wonder of the world says vice president
‘ଷ୍ଟାଚ୍ୟୁ ଅଫ ଇକ୍ବାଲିଟି’କୁ ବିଶ୍ବର ଅଷ୍ଟମ ଆଶ୍ଚର୍ଯ୍ୟ କହିଲେ ଉପରାଷ୍ଟ୍ରପତି

ସେ କହିଛନ୍ତି, ଏଠାକୁ ପରିଦର୍ଶନ କରି ଆସୁଥିବା ବ୍ୟକ୍ତି ଏହାର କାରୁକାର୍ଯ୍ୟ ଦେଖି ବିସ୍ମିତ ହେବେ । ଏବଂ ଏଭଳି ଏକ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ଐତିହ୍ୟ କେନ୍ଦ୍ର ପରିଦର୍ଶନ କରି ଖୁସି ଅନୁଭବ କରିବେ । ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନର ଯୁବପିଢ଼ି ରାମାନୁଜାଙ୍କ ପରି ମହାନ ସାଧୁମାନଙ୍କ ଜୀବନ ଏବଂ ଶିକ୍ଷାଠାରୁ ପ୍ରେରଣା ଗ୍ରହଣ କରିବା ଉଚିତ୍‌ । ଏବଂ ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ପାଇବାକୁ ଏହି ସ୍ଥାନ ପରିଦର୍ଶନ କରୁଛୁ | ତେଣୁ ଲୋକମାନଙ୍କୁ ମୁଁ ନିବେଦନ କରୁଛି, ଜୀବନରେ ଥରେ ହେଲେ ଏହି ସ୍ଥାନକୁ ପରିଦର୍ଶନ କରିବା ପାଇଁ ଆସନ୍ତୁ । ଏବଂ ଏହାର ପବିତ୍ରତାକୁ ଅନୁଭବ କରିବା ସହ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ । ଜାତି, ଧର୍ମ ଏବଂ ସାମାଜିକ ଅସମାନତାକୁ ଦୂର କରିବା ପାଇଁ ସେ ରାମାନୁଜାଚାର୍ଯ୍ୟଙ୍କୁ ମହାନ ବିଦ୍ବାନ, ଦାର୍ଶନିକ ତଥା ସାମାଜିକ ସଂସ୍କାରକ ଭାବରେ ଉଲ୍ଲେଖ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଯୋଗ ଦେଇଥିଲେ । ଏଥିସହ ହରିୟାଣା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ଗୃହମନ୍ତ୍ରୀ ମହମ୍ମଦ ଅଲ୍ଲୀ, ଆରଏସଏସ ନେତା ସୁରେଶ ସୋନି, ଅଭିନେତା କେ ଚିରଞ୍ଜୀବୀ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.