ETV Bharat / bharat

SSC Recruitment Scam: ଦିଦିଙ୍କ ମନ୍ତ୍ରୀ ମଣ୍ଡଳରୁ ପ୍ରାର୍ଥ ଚାଟାର୍ଜୀ ବିଦା

author img

By

Published : Jul 28, 2022, 4:25 PM IST

ମନ୍ତ୍ରୀ ମଣ୍ଡଳରୁ ବିଦା ହେଲେ ମମତାଙ୍କ ବରିଷ୍ଠ ତଥା ଗିରଫ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ । ଗିରଫ ପରେ ପ୍ରାର୍ଥ ଓ ତାଙ୍କ ସହଯୋଗୀଙ୍କ ଘରୁ ମିଳିଲାଣି 50 କୋଟି ନଗଦ ଟଙ୍କା । ଅଧିକ ପଢନ୍ତୁ

SSC recruitment scam: ମନ୍ତ୍ରୀ ମଣ୍ଡଳରୁ ପ୍ରାର୍ଥ ଚାଟାର୍ଜୀ ବିଦା

କୋଲକାତା: ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତିରେ ଗିରଫ ହୋଇ ଜେଲରେ ଥିବା ମମତା କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି । ଆଜି (ଗୁରୁବାର) ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ପ୍ରାର୍ଥଙ୍କୁ ମନ୍ତ୍ରୀ ପଦରୁ ଅପସାରଣ କରିବା ନେଇ ନିଷ୍ପତ୍ତି ହୋଇଛି । ପ୍ରାର୍ଥଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ସୂଚନା ମଧ୍ୟ ପ୍ରଦାନ କରାଯାଇଛି ।

  • Partha Chatterjee, accused in West Bengal SSC recruitment scam, relieved of his duties as Minister in Charge of his Departments with effect from 28th July: Government of West Bengal pic.twitter.com/12Asu6b4L8

    — ANI (@ANI) July 28, 2022 " class="align-text-top noRightClick twitterSection" data=" ">

Partha Chatterjee, accused in West Bengal SSC recruitment scam, relieved of his duties as Minister in Charge of his Departments with effect from 28th July: Government of West Bengal pic.twitter.com/12Asu6b4L8

— ANI (@ANI) July 28, 2022

ଶିକ୍ଷକ ନିଯୁକ୍ତି ଘୋଟାଲରେ ସମ୍ପୃକ୍ତ ଥିବା ବିଭାଗୀୟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଏବେ ଗିରଫ ହୋଇ ଜେଲରେ ରହିଛନ୍ତି । ପ୍ରାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଏକାଧିକ ଚଢାଉରେ ପ୍ରାୟ 50 କୋଟି ଟଙ୍କା ଜବତ ହୋଇ ସାରିଲାଣି । ପ୍ରାର୍ଥଙ୍କୁ ସରକାର ଓ ଦଳରୁ ବରଖାସ୍ତ କରିବା ପାଇଁ ପ୍ରଦେଶ ବିଜେପି ମଧ୍ୟ କୋଲକାତାରେ ପ୍ରତିବାଦ ଜାରି ରଖିଛି । ଏହାରି ମଧ୍ୟରେ ଆଜି ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଛି । ସଂଧ୍ୟାରେ ଶାସକ ଦଳ ଟିଏମସିର ଏକ ସାଙ୍ଗଠନିକ ବୈଠକ ମଧ୍ୟ ଆୟୋଜିତ ହେବା ନେଇ ସୂଚନା ରହିଛି । ସେଥିରେ ପ୍ରାର୍ଥଙ୍କୁ ଦଳରୁ ମଧ୍ୟ ବିଦା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

କୋଲକାତା: ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତିରେ ଗିରଫ ହୋଇ ଜେଲରେ ଥିବା ମମତା କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି । ଆଜି (ଗୁରୁବାର) ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ପ୍ରାର୍ଥଙ୍କୁ ମନ୍ତ୍ରୀ ପଦରୁ ଅପସାରଣ କରିବା ନେଇ ନିଷ୍ପତ୍ତି ହୋଇଛି । ପ୍ରାର୍ଥଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ସୂଚନା ମଧ୍ୟ ପ୍ରଦାନ କରାଯାଇଛି ।

  • Partha Chatterjee, accused in West Bengal SSC recruitment scam, relieved of his duties as Minister in Charge of his Departments with effect from 28th July: Government of West Bengal pic.twitter.com/12Asu6b4L8

    — ANI (@ANI) July 28, 2022 " class="align-text-top noRightClick twitterSection" data=" ">

ଶିକ୍ଷକ ନିଯୁକ୍ତି ଘୋଟାଲରେ ସମ୍ପୃକ୍ତ ଥିବା ବିଭାଗୀୟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀ ଏବେ ଗିରଫ ହୋଇ ଜେଲରେ ରହିଛନ୍ତି । ପ୍ରାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ଏକାଧିକ ଚଢାଉରେ ପ୍ରାୟ 50 କୋଟି ଟଙ୍କା ଜବତ ହୋଇ ସାରିଲାଣି । ପ୍ରାର୍ଥଙ୍କୁ ସରକାର ଓ ଦଳରୁ ବରଖାସ୍ତ କରିବା ପାଇଁ ପ୍ରଦେଶ ବିଜେପି ମଧ୍ୟ କୋଲକାତାରେ ପ୍ରତିବାଦ ଜାରି ରଖିଛି । ଏହାରି ମଧ୍ୟରେ ଆଜି ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇଛି । ସଂଧ୍ୟାରେ ଶାସକ ଦଳ ଟିଏମସିର ଏକ ସାଙ୍ଗଠନିକ ବୈଠକ ମଧ୍ୟ ଆୟୋଜିତ ହେବା ନେଇ ସୂଚନା ରହିଛି । ସେଥିରେ ପ୍ରାର୍ଥଙ୍କୁ ଦଳରୁ ମଧ୍ୟ ବିଦା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.