ETV Bharat / bharat

SSC Recruitment Scam: 2ଟି କମ୍ପାନୀ ଚଳାଉଥିଲେ ପାର୍ଥ ଚାଟାର୍ଜୀ-ଅର୍ପିତା - ଶିକ୍ଷକ ନିଯୁକ୍ତି ଦୁର୍ନୀତି

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଫସିଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଗୋଟିଏ ଗୋଟିଏ ଗୁମର ଫିଟୁଛି। ସହରରେ ଉଭୟଙ୍କର ଦୁଇଟି କମ୍ପାନୀ ଥିବା ଜଣାପଡିଛି । ଅଧିକ ପଢନ୍ତୁ

SSC recruitment scam
SSC recruitment scam
author img

By

Published : Aug 3, 2022, 10:15 PM IST

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଫସିଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଗୋଟିଏ ଗୋଟିଏ ଗୁମର ଫିଟୁଛି। ସହରରେ ଉଭୟଙ୍କର ଦୁଇଟି କମ୍ପାନୀ ଥିବା ଜଣାପଡିଛି । ବଙ୍ଗ ସ୍କୁଲ ଶିକ୍ଷା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର (ଇଡି) ପଚରାଉଚରା ବେଳେ ଏହା ଜଣାପଡିଛି ।

ଇଡି ସୂଚନାଅନୁସାରେ, ଡକ୍ୟୁମେଣ୍ଟରୁ ମିଳିଥିବା ତଥ୍ୟ ଆଧାରରେ କମ୍ପାନୀ 2011 ଓ 2012 ମଧ୍ୟରେ ହୋଇଛି। ଦୁଇଟି ଯାକ କମ୍ପାନୀ ସହରର କେନ୍ଦ୍ରରେ ରହିଛି । ଏହାବାଦ ତଦନ୍ତରେ ପାର୍ଥ ଚାଟାର୍ଜୀ ଓ ଅର୍ପିତାଙ୍କ ଅନ୍ୟ ସମ୍ପତ୍ତି ଜବତ ହୋଇଛି । ନାକତାଲା ବାସଭବନରୁ ପାର୍ଥଙ୍କର 3ଟି ଡାଏରୀ ଜବତ କରିଛି ଅନୁସନ୍ଦାନକାରୀ ଟିମ। 3ଟି ଡାଏରୀର ପ୍ରତିଟି ପୃଷ୍ଠାରେ ଟଙ୍କା ନେଣଦେଣ ଓ ହିସାବ ହୋଇଥିବା ଦେଖିବାକୁ ମିଳିଛି । ତଦନ୍ତକାରୀ ଟିମ ଅନୁଭବ କରିଛି ଯେ ପାର୍ଥ ଚାଟାର୍ଜୀ ଅର୍ପିତାଙ୍କ ମିଳିତ କମ୍ପାନୀ କେବଳ କାଗଜପତ୍ରରେ ଚାଲିଥିବା ସକ୍ରିୟ ନଥିଲା ।

ଏହା ବି ପଢନ୍ତୁ...ଅର୍ପିତାଙ୍କ ଘରେ ଟଙ୍କାର ପାହାଡ ! ଯେତେ ଖୋଳିଲେ ସେତେ ବାହାରୁଛି

ପ୍ରକାଶ ଥାଉ କି, ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଛନ୍ତି ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା । ଇଡି ଘଟଣାରେ ମୂଳ ଯାଏଁ ପହଞ୍ଚିବାକୁ ତଦନ୍ତ ଚଳାଇଛି । ଅର୍ପିତାଙ୍କ ଘରେ ଅନେକ ଥର ଚଢାଉ କରିଥିଲା ଇଡି । 50କୋଟିରୁ ଅଧିକ ଟଙ୍କା ଓ ସୁନା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେପଟେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତିରେ ଗିରଫ ହୋଇ ଜେଲରେ ଥିବା ମମତା କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.