ETV Bharat / bharat

Sri Lankas Crisis: ଦାୟିତ୍ୱ ନେବାର 24ଘଣ୍ଟା ନପୁରୁଣୁ ନୂଆ ଅର୍ଥମନ୍ତ୍ରୀଙ୍କ ଇସ୍ତଫା

author img

By

Published : Apr 5, 2022, 4:32 PM IST

Updated : Apr 5, 2022, 5:01 PM IST

ଶ୍ରୀଲଙ୍କା ଆର୍ଥିକ ସଙ୍କଟ ନିୟନ୍ତ୍ରଣକୁ ଆସିବାର ନାଁ ନେଉନାହିଁ । ଅଣାୟତ ହେବାରେ ଲାଗିଛି ସ୍ଥିତି । ଦାୟିତ୍ବ ନେବାର 24 ଘଣ୍ଚା ନପୁରୁଣୁ ଇସ୍ତାଫା ଦେଲେ ନୂଆ ଅର୍ଥମନ୍ତ୍ରୀ । ଦେଶବ୍ୟାପୀ ପ୍ରତିବାଦ ସହ ରାଜନୈତିକ ଅସ୍ଥିରତା ମଧ୍ୟ ଜାରି । ଅଧିକ ପଢନ୍ତୁ

Sri Lankas crisis: 24 ଘଣ୍ଟା ନପୂରଣୁ ଇସ୍ତାଫା ଦେଲେ ନୂଆ ଅର୍ଥମନ୍ତ୍ରୀ

କଲମ୍ବୋ: ନିୟନ୍ତ୍ରଣକୁ ଆସିପାରୁ ନାହିଁ ଶ୍ରୀଲଙ୍କା ଆର୍ଥିକ ସଙ୍କଟ । ଦେଶରେ ସ୍ଥିତି ଅଣାୟତ ହେବା ସହ ଅସନ୍ତୋଷ ମଧ୍ୟ ବ୍ୟାପିବାରେ ଲାଗିଛି । ଏହାରି ମଧ୍ୟରେ ନୂଆ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିବା ଅଲି ସାବ୍ରି ଦାୟିତ୍ବ ନେବାର ମାତ୍ର 24 ଘଣ୍ଟା ନପୁରୁଣୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ।

ଏକ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ଅଲି ସାବ୍ରି ନିଜ ଇସ୍ତଫା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ସେ ନିଜ ସଂସଦୀୟ କ୍ଷେତ୍ରରୁ ମଧ୍ୟ ଇସ୍ତଫା ଦେବାପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଯଦି ରାଷ୍ଟ୍ରପତି ସଂସଦ ବାହାରୁ କେହି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ବ ଦେଇ ଏପରି ଆର୍ଥିକ ସଙ୍କଟରେ ସୁଧାର ଆଣିବାକୁ ଚାହାନ୍ତି, ତେବେ ସେ ସେପରି ନିଷ୍ପତ୍ତିକୁ ସ୍ବାଗତ କରିବେ ବୋଲି ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଗତକାଲି (ସୋମବାର) ଜାରି ରହିଥିବା ଆର୍ଥିକ ସଙ୍କଟ ଓ ଦେଶରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସାବ୍ରି ଏବଂ ଅନ୍ୟ ତିନି ଜଣ କ୍ୟାବିନେଟର ସୁପାରିଶ କ୍ରମେ ମନ୍ତ୍ରୀ ଭାବ ଶପଥ ଗ୍ରହଣ କରିଥିଲେ । ତେବେ ଅସମ୍ଭାଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଏକାଧିକ ମନ୍ତ୍ରୀଙ୍କ ଇସ୍ତଫା ପରେ ଶ୍ରୀଲଙ୍କାରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ମଧ୍ୟ ଗଠନ ହୋଇପାରେ ବୋଲି ସେ ମତ ରଖିଛନ୍ତି ।

ଦେଶରେ ବର୍ତ୍ତମାନ ଜରୁରୀ ସାମଗ୍ରୀ, ଶକ୍ତି ଓ ଇନ୍ଧନର ଘୋର ଅଭାବ ଲାଗି ରହିଛି । ସାରା ଦେଶରେ ଅଚଳାବସ୍ଥା ଲାଗି ରହିଥିବା ବେଳେ କ୍ରମଶଃ ଜନ ଅସନ୍ତୋଷ ମଧ୍ୟ ତେଜିବାର ଲାଗିଛି । ସରକାରଙ୍କ ଭୁଲ ଅର୍ଥନୀତି ଓ ତୁରନ୍ତ ସୁଧାରମୂଳକ ପଦକ୍ଷେପ ଦାବିରେ ଦେଶବ୍ୟାପୀ ପ୍ରତିବାଦ ମଧ୍ୟ ଜାରି ରହିଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ବିଭିନ୍ନ କଟକଣା ମଧ୍ୟ ଲାଗୁ କରାଯାଇଛି । ଏପରି ସମସ୍ୟା ମଧ୍ୟରେ ରାଜନୈତିକ ଅସ୍ଥିରତା ମଧ୍ୟ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 5, 2022, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.