ETV Bharat / bharat

Sri Lanka Economic Crisis: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ

author img

By

Published : May 9, 2022, 4:34 PM IST

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ଇସ୍ତଫା । ଦେଶରେ ଆର୍ଥିକ ସଙ୍କଟ କାରଣରୁ ଲାଗି ରହିଛି ରାଜନୈତିକ ସଙ୍କଟ । ଅଧିକ ପଢନ୍ତୁ

Sri Lanka economic crisis: ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକେସଙ୍କ ଇସ୍ତଫା

କଲମ୍ବୋ: ଉତ୍କଟ ଅର୍ଥନୈତିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ଆଜି (ସୋମବାର) ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସ୍ଥାନୀୟ ଗଣମାଧ୍ୟମରେ ରାଜପାକସେଙ୍କ ଇସ୍ତଫା ନେଇ ଖବର ପ୍ରସାରିତ ହେବା ପରେ ଗଣମାଧ୍ୟମ ସଂସ୍ଥା ANI ମଧ୍ୟ ଖବର ପ୍ରସାରଣ କରିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସଂନ୍ଧ୍ୟାରେ ରାଷ୍ଟ୍ରପତି ଗୋତାବାୟା ରାଜପାକସେ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିଲା । ବର୍ତ୍ତମାନ ଦେଶରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଓ ପ୍ରତିବାଦ ବିକ୍ଷୋଭ ମଧ୍ୟରେ ରାଜନୈତିକ ଅସ୍ଥିରତା ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ଆଜି ନିଜ ପଦରୁ ଇସ୍ତଫା ଦୋଇଛନ୍ତି ।

ଏହା ସହ ଆର୍ଥିକ ସଙ୍କଟରେ ଜର୍ଜରିତ ଶ୍ରୀଲଙ୍କାର ରାଜନୈତିକ ଭବିଷ୍ୟତ ମଧ୍ୟ ଅନୁଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଗତକାଲି ଠାରୁ ଦେଶରେ ଜାତୀୟ ଜରୁରୀକାଳୀନ ସ୍ଥିତି ମଧ୍ୟ ଘୋଷଣା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.