ETV Bharat / bharat

ଆସନ୍ତା ସପ୍ତାହରେ ଭାରତର ବଜାରରେ ମିଳିବ ଋଷ ଟିକା ସ୍ପୁଟନିକ ଭି

author img

By

Published : May 13, 2021, 5:18 PM IST

ଖୁବ ଶୀଘ୍ର ଦେଶର ବଜାରରେ ଉପଲବ୍ଧ ହେବ ଋଷ ଟିକା ସ୍ପୁଟନିକ ଭି । ଆସନ୍ତା ସପ୍ତାହ ସୁଦ୍ଧା ଦେଶର ବଜାରରେ ସ୍ପୁଟନିକ ଭି ଭ୍ୟାକ୍ସିନ ମିଳିବ । ଅଧିକ ପଢନ୍ତୁ...

ଆସନ୍ତା ସପ୍ତାହ ଭାରତର ବଜାରରେ ମିଳିବ ଋଷ ଟିକା ସ୍ପୁଟନିକ ଭି

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୋଧରେ ଭାରତରେ ଟୀକାକରଣକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଦେଶରେ ଦୁଇଟି ଟିକା ଉପଲବ୍ଧ ଥିବାବେଳେ ପହଞ୍ଚିସାରିଛି ବିଦେଶୀ ଟିକା । ତେବେ ଖୁବ ଶୀଘ୍ର ଦେଶର ବଜାରରେ ଉପଲବ୍ଧ ହେବ ଋଷ ଟିକା ସ୍ପୁଟନିକ ଭି ।

ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ଭିକେ ପଲ ସୂଚନା ଦେଇଛନ୍ତି, ଆସନ୍ତା ସପ୍ତାହ ସୁଦ୍ଧା ଦେଶର ବଜାରରେ ସ୍ପୁଟନିକ ଭି ଭ୍ୟାକ୍ସିନ ମିଳିବ ।

ଭ୍ୟାକ୍ସିନ ସଙ୍କଟ ମଧ୍ୟରେ ଖୁବଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି ଋଷରେ ପ୍ରସ୍ତୁତ ସ୍ପୁଟନିକ-ଭି । ମେ ପହିଲା ଅର୍ଥାତ ଶନିବାର ଭାରତରେ ପହଞ୍ଚିବ ସ୍ପୁଟନିକ-ଭି ଟିକା । ଏହାସହ ଋଷରୁ ଆସିଥିବା ସୀମିତ ଯୋଗାଣର ବିକ୍ରୟ ଆସନ୍ତା ସପ୍ତାହରେ ଆରମ୍ଭ ହେବ ।

ମେ ପହିଲା(ଶନିବାର) ଭାରତରେ ପହଞ୍ଚିଥିଲା ସ୍ପୁଟନିକ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଡୋଜ୍‌ । ତେବେ ଆଗାମୀ ଦିନରେ ଋଷରୁ ଅଧିକ ଡୋଜ ଆସିବ । ଏହାସହ ଭାରତରେ ଜୁଲାଇସୁଦ୍ଧା ଉତ୍ପାଦନ ହେବ ସ୍ପୁଟନିକ ଭି । ଏହି ସମୟ ମଧ୍ୟରେ 15.6 କୋଟି ଡୋଜ ଉତ୍ପାଦନ ହେବ ବୋଲି ଭିକେ ପଲ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.