ନୂଆଦିଲ୍ଲୀ: ଦିଲ୍ଲୀର 2ଟି ହସ୍ପିଟାଲରେ ଏହି ସପ୍ତାହ ଶେଷ ସୁଦ୍ଧା ରୁଷିଆର କୋରୋନା ଟିକା ସ୍ପୁଟନିକ -ଭି ର ପରିଚାଳନା ଆରମ୍ଭ ହେବ । ଦିଲ୍ଲୀର ମାଧୁକର ରେନବୋ ଶିଶୁ ହସ୍ପିଟାଲରେ ରୁଷିଆର କୋରୋନା ଟିକା ସ୍ପୁଟନିକ୍ -ଭି ପରିଚାଳନା ଆରମ୍ଭ ହେବା ନେଇ କହିଛନ୍ତି ହସ୍ପିଟାଲର ଅଧିକାରୀ । ସପ୍ତାହ ଶେଷ ସୁଦ୍ଧା ଡୋଜର ସଠିକ ଉପଲବ୍ଧ ସଂଖ୍ୟା ନିଶ୍ଚିନ୍ତ ହେବ ବୋଲି ମଧ୍ୟ କହିଛନ୍ତି ଅଧିକାରୀ ଜଣଙ୍କ ।
ଏଥି ସହ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଲୋକଙ୍କ ପାଇଁ ସ୍ପୁଟନିକ -ଭି ର ଉପଲବ୍ଧ ହେବାର ସମ୍ଭାବନା ରହିଛି। ସ୍ପୁଟନିକ-ଭି ର 1000 ଡୋଜ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲା ଏବଂ ଏହି 170 ଟି ଡୋଜ ମଧ୍ୟରୁ ଲ୍ୟାବ କର୍ମଚାରୀଙ୍କୁ ଦିଆଯାଇଥିଲା।
କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପରେ ସ୍ପୁଟନିକ ଭି ହେଉଛି ତୃତୀୟ ଟିକା ଯାହା ଦେଶରେ ବ୍ୟବହାର ପାଇଁ ଭାରତ ସରକାରଙ୍କ ଦ୍ବାରା ଅନୁ ମୋଦିତ ହୋଇଛି । ବେସରକାରୀ ଡାକ୍ତରଖାନାଗୁଡ଼ିକରେ ସ୍ପୁଟନିକ-ଭି ର ଡୋଜ ପିଛା ମୂଲ୍ୟ 1,145 ଟଙ୍କା ରହିଛି । ହାଇଦ୍ରାବାଦ ସ୍ଥିତ ରେଡ୍ଡୀ ଲାବ୍ରୋଟୋରିରେ ରୁଷିଆ ଡାଇରେକ୍ଟ ଇନଭେଷ୍ଟ ଫଣ୍ଡ ସହିତ ଭାରତରେ 2ଡୋଜ ଟିକା ରୋଲଆଉଟ୍ ପାଇଁ ସହଭାଗୀ ହୋଇଛି।
@ANI