ETV Bharat / bharat

Sputnik V ଟିକା ନେଇଥିଲେ ନେଇପାରିବେ ବୁଷ୍ଟରଡୋଜ: NTAGI

author img

By

Published : May 1, 2022, 12:42 PM IST

ଋଷ ଟିକା ସ୍ପୁଟନିକ ଭି(Sputnik V) ନେଇଥିଲେ, ସେମାନେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହି ଟିକାର ପ୍ରଥମ ଡୋଜ୍‌ ନେଇପାରିବେ। ଏନେଇ ଅନୁମତି ଦେଇଛି ନ୍ୟାସ୍‌ନାଲ ଟେକ୍ନିକାଲ ଆଡ୍‌ଭଇଜରୀ ଗ୍ରୁପ୍(NTAGI) । ଅଧିକ ପଢନ୍ତୁ

Sputnik V ଟିକା ନେଇଥିଲେ ନେଇପାରିବେSputnik V ଟିକା ନେଇଥିଲେ ନେଇପାରିବେ ବୁଷ୍ଟରଡୋଜ: NTAGI ବୁଷ୍ଟରଡୋଜ: NTAGI
Sputnik V ଟିକା ନେଇଥିଲେ ନେଇପାରିବେ ବୁଷ୍ଟରଡୋଜ: NTAGI

ନୂଆଦିଲ୍ଲୀ: ଋଷ ଟିକା ସ୍ପୁଟନିକ ଭି(Sputnik V) ନେଇଥିଲେ, ସେମାନେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହି ଟିକାର ପ୍ରଥମ ଡୋଜ୍‌ ନେଇପାରିବେ। ଏନେଇ ଅନୁମତି ଦେଇଛି ନ୍ୟାସ୍‌ନାଲ ଟେକ୍ନିକାଲ ଆଡ୍‌ଭାଇଜରୀ ଗ୍ରୁପ୍(NTAGI) ।

ସ୍ପୁଟନିକ ଟିକା ନେଇଥିବା ଲୋକମାନଙ୍କୁ ଏହି ଟିକାର ବୁଷ୍ଟର ଡୋଜ୍ ନେବା ପାଇଁ କୌଣସି ନୀତି ପ୍ରସ୍ତୁତ ହୋଇନଥିଲା । ସ୍ପୁଟନିକ ଟିକା ନେଇଥବା ଲୋକ କେଉଁ ଟିକା ବୁଷ୍ଟର ଡୋଜ ହିସାବରେ ନେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହା ପରେ ଗତକାଲି(ଶନିବାର) NTAGI ସ୍ପୁଟନିକ ବୁଷ୍ଟର ଡୋଜ୍ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି ।

ସ୍ପୁଟନିକ ଭିର ଦୁଇଟି ଡୋଜର ଭିନ୍ନଭିନ୍ନ କମ୍ପୋଜିସନ ରହିଛି । ପ୍ରଥମ ଡୋଜରେ ରେକମ୍ବିନାଣ୍ଟ ଆଡେନୋଭାଇରସ26(rAd26-S) ରହିଥିବା ବେଳେ ଦ୍ବିତୀୟ ଡୋଜରେ ରେକମ୍ବିନାଣ୍ଟ ଆଡେନୋଭାଇରସ୍ 5(rAd5-S) ରହିଛି ।

୧୮ ବର୍ଷରୁ ଅଧିକ ବୟସ୍କମାନେ ଚାହିଁଲେ ଏପ୍ରିଲ ୧୦ ତାରିଖ ପରଠାରୁ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକରେ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ । ଏହି ବୟସ ବର୍ଗରେ ଯେଉଁମାନେ ଦ୍ୱିତୀୟ ଟିକା ନେବାର ୯ ମାସ ପୂରା କରିଛନ୍ତି ସେମାନେ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.