ETV Bharat / bharat

Omicron ବିରୁଦ୍ଧରେ ପ୍ରଭାବଶାଳୀ Sputnik V ଓ ସ୍ପୁଟନିକ ଲାଇଟ ବୁଷ୍ଟର

ଓମିକ୍ରନ(Omicron) ବିରୁଦ୍ଧରେ ସ୍ପୁଟନିକ ଭି ଟିକା ଏବଂ ସ୍ପୁଟନିକ ଲାଇଟ ବୁଷ୍ଟର(Sputnik V And Sputnik light Booster) ପ୍ରଭାବଶାଳୀ । ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ଶୁକ୍ରବାର ଦିନ ଗାମାଲିଆ କେନ୍ଦ୍ର ଦ୍ୱାରା କରାଯାଇଥିବା ଏକ ପ୍ରାରମ୍ଭିକ ଲାବୋରେଟୋରୀ ଅଧ୍ୟୟନରୁ ଏହା ଜଣାପଡିଥିବା କହିଛି । ଅଧିକ ପଢନ୍ତୁ

ଓମିକ୍ରନ ବିରୁଦ୍ଧରେ ପ୍ରଭାବଶାଳୀ ସ୍ପୁଟନିକ ଭି ଏବଂ ସ୍ପୁଟନିକ ଲାଇଟ ବୁଷ୍ଟର: RDIF

author img

By

Published : Dec 18, 2021, 10:58 AM IST

ନୂଆଦିଲ୍ଲୀ: ଓମିକ୍ରନ(Omicron) ବିରୁଦ୍ଧରେ ସ୍ପୁଟନିକ ଭି ଟିକା ଏବଂ ସ୍ପୁଟନିକ ଲାଇଟ ବୁଷ୍ଟର(Sputnik V And Sputnik light Booster) ପ୍ରଭାବଶାଳୀ । ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ଶୁକ୍ରବାର ଦିନ ଗାମାଲିଆ କେନ୍ଦ୍ର ଦ୍ୱାରା କରାଯାଇଥିବା ଏକ ପ୍ରାରମ୍ଭିକ ଲାବୋରେଟୋରୀ ଅଧ୍ୟୟନରୁ ଏହା ଜଣାପଡିଥିବା କହିଛି ।

ହେଟେରୋଲୋଜିସ୍ ବୁଷ୍ଟିଂ ସହିତ ସ୍ପୁଟନିକ୍ ଲାଇଟ୍ ଓମିକ୍ରନ୍ ସମେତ ଅନ୍ୟାନ୍ୟ ଟୀକାକରଣର ଦକ୍ଷତା ବୃଦ୍ଧି ଏବଂ ବୁଷ୍ଟର୍ ସୁରକ୍ଷା ଅବଧି ବୃଦ୍ଧି କରିବାର ଏକ ସମାଧାନ ବୋଲି RDIF ଏକ ବିବୃତ୍ତିରେ କହିଛି । ସ୍ପୁଟନିକ୍ ଲାଇଟ୍ ଏକ ବୁଷ୍ଟର୍ ଭାବରେ ଓମିକ୍ରନ୍ ଭାଇରସ ବିରୁଦ୍ଧରେ କାମ କରିବା ସହ 2-3 ମାସ ମଧ୍ୟରେ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ଅନ୍ୟ ଟୀକାକରଣ ପାଇଁ ଶକ୍ତିଶାଳୀ ଆଣ୍ଟିବଡି ଏବଂ ଟି-ସେଲ୍ ପ୍ରତିକ୍ରିୟା ସୃଷ୍ଟି କରିଥାଏ ବୋଲି କୁହାଯାଇଛି ।

ଓମିକ୍ରନ୍ ବିରୁଦ୍ଧରେ ଟୀକାକରଣର ପ୍ରଭାବକୁ ମଜବୁତ କରିବା ପାଇଁ ସ୍ପୁଟନିକ୍ ଲାଇଟ୍ ବୁଷ୍ଟରକୁ ସୁପାରିଶ କରାଯାଇଥିବା RDIF କହିଛି । ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ବିରୁଦ୍ଧରେ ଦିଆଯାଉଥିବା ଅନ୍ୟ ଟିକାଗୁଡିକୁ ସ୍ପୁଟନିକ୍ ଲାଇଟ୍ ବୁଷ୍ଟିଂ ଏବଂ ହେଟେରୋଲୋଜିକ୍ ବୁଷ୍ଟିଂ ମଜବୁତ କରିବାରେ ସହାୟକ ହେବ । ସ୍ପୁଟନିକ୍ ଲାଇଟ୍ ପୂର୍ବରୁ 20 ରୁ ଅଧିକ ଦେଶରେ ଅନ୍ୟ ଟିକାଗୁଡିକ ପାଇଁ ଏକ ସ୍ୱତନ୍ତ୍ର ଏବଂ ବିଶ୍ବସ୍ତରୀୟ ବୁଷ୍ଟର ଭାବେ ପଞ୍ଜୀକୃତ ହୋଇସାରିଛି ।

ଆର୍ଜେଣ୍ଟିନା, ୟୁଏଇ, ବାହାରିନ, ଫିଲିପାଇନ୍ସ ଏବଂ ସାନ୍ ମାରିନୋରେ ସ୍ପୁଟନିକ ଲାଇଟ ବୁଷ୍ଟର ଭାବେ ପଞ୍ଜିକୃତ ହୋଇସାରିଛି ।

ମୋଟ 4 ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ 71ଟି ଦେଶରେ ସ୍ପୁଟନିକ୍ ଭିକୁ ଅନୁମତି ମିଳିସାରିଥିବା RDIF କହିଛି । ତେବେ RDIF ହେଉଛି ଋଷର ସାର୍ବଭୌମିକ ଅର୍ଥ ପାଣ୍ଠି, ଯାହା 2011ରେ ପ୍ରତିଷ୍ଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.