ETV Bharat / bharat

ଚଳିତ ମାସ ଶେଷ ସପ୍ତାହରେ ଉପଲବ୍ଧ ହେବ 'ସ୍ପୁଟନିକ ଭି' ଟିକା

author img

By

Published : Apr 16, 2021, 8:39 AM IST

ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଭାରତରେ ଉପଲବ୍ଧ ହେବ ଋଷ ପ୍ରସ୍ତୁତ କୋରୋନା ଟିକା 'ସ୍ପୁଟନିକ ଭି' । ଗୁରୁବାର ଏନେଇ ଋଷରେ ଥିବା ଭାରତୀୟ ଆମ୍ବାସଡର ବାଲା ଭେଙ୍କଟେସ ବର୍ମା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Sputnik V deliveries to India to begin in April: Indian envoy Venkatesh
ଚଳିତ ମାସ ଶେଷ ସପ୍ତାହାରେ ଉପଲବ୍ଧ ହେବ 'ସ୍ପୁଟନିକ ଭି' କୋରୋନା ଟିକା

ମସ୍କୋ: ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଭାରତରେ ଉପଲବ୍ଧ ହେବ ଋଷ ପ୍ରସ୍ତୁତ କୋରୋନା ଟିକା 'ସ୍ପୁଟନିକ ଭି' । ଗୁରୁବାର ଏନେଇ ଋଷରେ ଥିବା ଭାରତୀୟ ଆମ୍ବାସଡର ବାଲା ଭେଙ୍କଟେସ ବର୍ମା ସୂଚନା ଦେଇଛନ୍ତି । ଏପ୍ରିଲରେ ହିଁ ପ୍ରଥମ ପର୍ଯ୍ୟାୟ ସ୍ପୁଟନିକ ଭି ଟିକା ଭାରତରେ ପହଞ୍ଚିବ ବୋଲି ସେ କହିଛନ୍ତି ।

କୋରୋନା ଦ୍ବିତୀୟ ଲହରୀ ଆରମ୍ଭ ହୋଇଥିବାବେଳେ ଭାରତରେ ଭ୍ୟାକ୍ସିନର ଆବଶ୍ୟକତା ବଢିଯାଇଛି । ପ୍ରତିଦିନ ଏକ ଲକ୍ଷରୁ ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଭଳି ସମୟରେ ଭାରତରେ ଆଉ ଏକ କୋରୋନା ଟିକା ଉପଲବ୍ଧ ହେବା ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଏକ ଋଷିଆର ଖବରସଂସ୍ଥାର ସୂଚନା ଅନୁସାରେ ଭାରତୀୟ ଅମ୍ବାସଡର ବାଲା ଭଙ୍କେଟସ ବର୍ମା ସୂଚନା ଦେଇଛନ୍ତି ଯେ କୋରୋନା ଟିକା ସ୍ପୁଟନିକ ଭି ଭାରତରେ ତାର ପ୍ରଥମ ପର୍ଯ୍ୟାୟ ଚଳିତ ମାସ ଶେଷ ସପ୍ତାହରେ ପହଞ୍ଚିବ । ବର୍ତ୍ତମାନ ଟିକା ପ୍ରସ୍ତୁତକାରୀ କମ୍ପାନୀ ଗୁଡିକରେ କାର୍ଯ୍ୟ ଜୋରଦାର ଚାଲିଛି । ଟିକା ପ୍ରସ୍ତୁତକାରୀ କମ୍ପାନୀ ଅଧିକାରୀଙ୍କ ସହ ଯୋଗାଯୋଗ ପରେ ଜଣାପ଼ଡିଛି ଯେ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଭାରତରେ ପହଞ୍ଚିବ ସ୍ପୁଟନିକ ଭି କୋରୋନା ଟିକା । ଏହା ପରେ ଭାରତରେ ସ୍ପୁଟନିକ ଭି ଟୀକା ଧିରେ ଧିରେ କାର୍ଯ୍ୟକ୍ଷମ କରି ଅଧିକ ଉତ୍ପାଦନ କରାଯିବ । ଭାରତରେ ପ୍ରତି ମାସରେ 50 ମଲିଅନ ସ୍ଫୁଟନିକ ଭି କୋରୋନା ଟିକା ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ ଭାରତରେ ଥିବା ଋଷ ଆମ୍ବାସଡର ରୋମାନ ବାବୁସ୍କିନ କହିଛନ୍ତିି ଯେ ଭାରତ ସରକାର ସ୍ଫୁଟନିକ ଭି ଟିକାକୁ ଅନୁମତି ଦେଇଥିବାରୁ ଖୁସି ପ୍ରକଟ କରିଛନ୍ତି । ଏହା ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତା ସ୍ବତନ୍ତ୍ରତାର ନିଦର୍ଶନ ବୋଲି କହିଛନ୍ତି । ଏହା ସହ ଦୁଇ ଦେଶର ଥିବା ସମ୍ପର୍କକୁ ଉଚ୍ଚସ୍ତରକୁ ନେଇଯାଇଛି ବୋଲି କହିଛନ୍ତି ।

ସୂଚନାଥାଉକି ଭାରତ ସରକାର ପୂର୍ବରୁ ନିଜ ଦେଶରେ ପ୍ରସ୍ତୁତ ଦୁଇଟି କୋରୋନା ଟିକାକୁ ଅନୁମତି ଦେଇଛି । ଭାରତ ବାୟୋଟେକର କୋଭାକ୍ସିନ ଓ ସେରୋମର କୋଭିସିଲ୍ଡକୁ ଅନୁମତି ପ୍ରଦାନ କରିଛନ୍ତି । ତୃତୀୟ କୋରୋନା ଟିକା ଭାବରେ ଭାରତ ସରକାରର ଋଷ ପ୍ରସ୍ତୁତ ସ୍ଫୁଟନିକ ଭିକୁ ଅନୁମତି ପ୍ରଦାନ କରିଛନ୍ତି । କୋରୋନା ଦ୍ବିତୀୟ ଲହରୀ ଚାଲିଥିବାବେଳେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହାକି କୋରୋନା ମୁକାବିଲା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.