ETV Bharat / bharat

ମିଳିବ ସିଙ୍ଗଲ ଡୋଜ, ଭାରତରେ ସ୍ପୁଟନିକ ଲାଇଟ ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ - DCGI

ସ୍ପୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ ଦେଇଛି ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ(DCGI) । ସ୍ପୁଟନିକ ଲାଇଟ 78.6ରୁ 83.7 ପ୍ରତିଶତ ପ୍ରଭାବଶାଳୀ । ଅଧିକ ପଢନ୍ତୁ...

ଭାରତରେ sputnik light 3ୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ

author img

By

Published : Sep 15, 2021, 5:55 PM IST

Updated : Sep 15, 2021, 6:07 PM IST

ନୂଆଦିଲ୍ଲୀ: ଋଷ ଟିକା ସ୍ପୁଟନିକ ଲାଇଟର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ ଦେଇଛି ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ(DCGI) । ଋଷରେ ପ୍ରସ୍ତୁତ ସ୍ପୁଟନିକ ଲାଇଟ ହେଉଛି ସ୍ପୁଟନିକ-ଭିର ସିଙ୍ଗଲ ଡୋଜ କୋଭିଡ ଟିକା ।

ଏହାପୂର୍ବର ମେଡିକାଲ ଜର୍ଣ୍ଣାଲ ଦ ଲାନସେଟରେ କୁହାଯାଇଥିଲା ଯେ କୋଭିଡ ବିରୋଧରେ ସ୍ପୁଟନିକ ଲାଇଟ 78.6ରୁ 83.7 ପ୍ରତିଶତ ପ୍ରଭାବଶାଳୀ । ଏହା ଦୁଇ ଡୋଜ ବିଶିଶ୍ଟ କୋଭିଡ ଭ୍ୟାକ୍ସିନଠାରୁ ଅଧିକ ପ୍ରଭାବ ପକାଇବ ବୋଲି କୁହାଯାଇଥିଲା । ଏଭଳିସ୍ଥିତିରେ ସ୍ପୁଟନିକ ଲାଇଟକୁ ଡିସିଜିଆଇର ମଞ୍ଜୁରୀ ଭାରତରେ କୋରୋନାକୁ ମାତ ଦେବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁଯାଉଛି ।

ଜୁଲାଇରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ)ର ବିଶେଷଜ୍ଞ କମିଟି ସ୍ପୁଟନିକର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବାକୁ ମନା କରିଦେଇଥିଲେ ଏବଂ ଦେଶରେ ଋଷର ଟିକା ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାର ଆବଶ୍ୟକତା ଦର୍ଶାଇଥିଲେ। କମିଟି ସୂଚାଇ ଦେଇଛି ସ୍ପୁଟନିକ ଲାଇଟରେ ସ୍ପୁଟନିକ-ଭିରେ ବ୍ୟବହୃତ ସମାନ ଉପାଦାନ ରହିଛି ।

ସ୍ପୁଟନିକ ଭି ଲଞ୍ଚ କରିବା ପରେ ଋଷ ମେ ମାସରେ ସ୍ପୁଟନିକ ଲାଇଟ ନାମକ ଏକ ନୂତନ ଟିକା ଆଣିଥିଲା । ଋଷର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏପିଡେମିଓଲୋଜି , ମାଇକ୍ରୋବାୟୋଲୋଜି ଏବଂ ଋଷିଆନ ଡାଇରେକ୍ଟ ଇନଭେଶ୍ଟମେଣ୍ଟ ଫଣ୍ଡ (RDIF) ଦ୍ବାରା ସ୍ପୁଟନିକ ଲାଇଟ ମଧ୍ୟ ବିକଶିତ ହୋଇଛି ।

Last Updated : Sep 15, 2021, 6:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.