ETV Bharat / bharat

ଭାରତଛାଡ ଆନ୍ଦୋଳନ ଭାବନା ଦେଶର ଯୁବକଙ୍କୁ ଶକ୍ତି ଦେଇଛି: ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ

ଭାରତ ଛାଡ ଆନ୍ଦୋଳନର ଆଜି ହେଉଛି 79 ତମ ବର୍ଷ ପୂର୍ତ୍ତି । ଏ ଅବସରରେ ଉପନିବେଶବାଦ ବିରୋଧ ଲଢେଇରେ ସାମିଲ ହୋଇଥିବା ଜନନାୟକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ...

Spirit of Quit India Movement energised youth of our nation: PM Modi
‘ଭରତଛାଡ ଆନ୍ଦୋଳନ ଭାବନା ଦେଶରେ ଯୁବକଙ୍କୁ ଶକ୍ତି ଦେଇଛି’
author img

By

Published : Aug 9, 2021, 10:26 AM IST

ନୂଆଦିଲ୍ଲୀ: ଭାରତ ଛାଡ ଆନ୍ଦୋଳନର ଆଜି ହେଉଛି 79 ତମ ବର୍ଷ ପୂର୍ତ୍ତି । ଏ ଅବସରରେ ଉପନିବେଶବାଦ ବିରୋଧ ଲଢେଇରେ ସାମିଲ ହୋଇଥିବା ଜନନାୟକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତ ଛାଡ ଆନ୍ଦୋଳନର ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ପିଏମ । ସମଗ୍ର ଭାରତରେ ଆନ୍ଦୋଳନର ଆତ୍ମା ​​ପୁର୍ନଃଜୀବିତ ରହିଛି । ଯାହା ଦେଶର ଯୁବକ ମାନଙ୍କୁ ଶକ୍ତି ଯୋଗାଉଛି । ଯାହା ଉପନିବେଶବାଦ ବିରୋଧରେ ସଂଗ୍ରାମକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ମହାତ୍ମାଗାନ୍ଧୀଙ୍କ ଦ୍ବାର ଅନୁପ୍ରାଣିତ ହୋଇ ଭାରତ ଛାଡିବା ଆନ୍ଦୋଳନର ଆତ୍ମା ​​ସମଗ୍ର ଭାରତରେ ଗୁଜଂରିତ ହୋଇଥିଲା । ଯାହା ଆମ ଦେଶର ଯୁବକମାନଙ୍କୁ ଶକ୍ତି ପ୍ରଦାନ କରିଥିଲା ବୋଲି ଟ୍ବିଟ କରିଛନ୍ତି ପିଏମ । ଭାରତ ଛାଡ ଆନ୍ଦୋଳନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା । ଗାନ୍ଧୀଙ୍କ ନେତୃତ୍ୱରେ ସମଗ୍ର ଭାରତରେ ଲୋକମାନେ ସାମ୍ରାଜ୍ୟବାଦକୁ ହଟାଇବା ପାଇଁ ଏକାଠି ହୋଇଥିଲେ ।

1942 ମସିହା ଆଜିର ଦିନ ଇଂରେଜମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ସମସ୍ତ ଭାରତୀୟଙ୍କୁ କର ବା ମରର ନାରା ଦେଇଥିଲେ ଗାନ୍ଧୀ । ମୁମ୍ବାଇର ଗାୱାଲିଆ ଟ୍ୟାଙ୍କରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହି ଦିନକୁ ପ୍ରତିବର୍ଷ ଅଗଷ୍ଟ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଏ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.