ETV Bharat / bharat

ସ୍ପାଇସଜେଟ ସହ ଯୋଡି ହେବ ୧୬ ନୂଆ ବିମାନ - ମୁମ୍ବାଇ

କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କୁ ଅଧିକ ସେବା ଯୋଗାଇବ ସ୍ପାଇସଜେଟ । ଭବନଗରକୁ ମୁମ୍ବାଇ ଏବଂ ସୁରଟ ସହିତ ସଂଯୋଗ କରୁଥିବା ସିଧାସଳଖ ସେବା ସମେତ 16 ଟି ନୂତନ ବିମାନ ଉଡ଼ାଣ ଆରମ୍ଭ କରିବ। ଅଧିକ ପଢନ୍ତୁ...

SpiceJet to launch 16 new flights from August
ସ୍ପାଇସଜେଟରେ ଯୋଡି ହେବ ୧୬ ନୂଆ ବିମାନ
author img

By

Published : Aug 1, 2021, 11:32 AM IST

ନୂଆଦିଲ୍ଲୀ: କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କୁ ଅଧିକ ସେବା ଯୋଗାଇବ ସ୍ପାଇସଜେଟ । ଭବନଗରକୁ ମୁମ୍ବାଇ ଏବଂ ସୁରଟ ସହିତ ସଂଯୋଗ କରୁଥିବା ସିଧାସଳଖ ସେବା ସମେତ 16 ଟି ନୂତନ ବିମାନ ଉଡ଼ାଣ ଆରମ୍ଭ କରିବ। ଫଳରେ ଯାତ୍ରୀ ମାନଙ୍କୁ ଆଉ ବିମାନ ପରିବର୍ତ୍ତନର ସମସ୍ୟା ଭୋଗିବାକୁ ପଡିବନି । ସିଧାସଳଖ ସେମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ । ଏନେଇ ସ୍ପାଇସଜେଟ ପକ୍ଷରୁ ସୂଚନା ଦିଆଯାଇଛି ।

କେବଳ ସେତିକି ନୁହେଁ, ଆହୁରି 10 ଟି ବିମାନ ସେବା ଆରମ୍ଭ ହେବ । ଯାହାକି ଗୱାଲିଅରକୁ ଜୟପୁର, କିଶାନଗଡ (ଅଜମେର) ସହିତ ମୁମ୍ବାଇ, ବେଲଗାଭି ସହିତ ଦିଲ୍ଲୀ ଏବଂ ବିଶାଖାପାଟନମ ସହିତ ବେଙ୍ଗାଲୁରୁ ସହିତ ସଂଯୋଗ କରିବ । ଏହା ବ୍ୟତୀତ ଦିଲ୍ଲୀ-ଜାମ୍ମୁ ସେକ୍ଟରରେ ଅତିରିକ୍ତ ଫ୍ରିକ୍ୱେନ୍ସି ଯୋଗ କରିବ। ଏକ ବିବୃତ୍ତିରେ ଏୟାରଲାଇନ୍ସ କହିଛି ଯେ, ଭବନଗର (ଗୁଜୁରାଟ)କୁ ଘରୋଇ ନେଟୱାର୍କରେ ଯୋଡିବା ସହିତ 16 ଟି ନୂତନ ବିମାନ ଉଡ଼ାଣ ଆରମ୍ଭ କରିବ। ଭବନଗରକୁ ଦିଲ୍ଲୀ, ମୁମ୍ବାଇ ଏବଂ ସୁରଟ ସହିତ ସଂଯୋଗ କରୁଥିବା ସିଧାସଳଖ ବିମାନ ସେବା ଅଗଷ୍ଟ 20 ରୁ ଆରମ୍ଭ ହେବ।

ସ୍ପାଇସଜେଟର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି ଯେ ,ବିମାନ ଯାତ୍ରା ନୂତନ ମାର୍ଗ ଏବଂ ଗନ୍ତବ୍ୟସ୍ଥଳକୁ ଯୋଗ କରି ଏକ ଦୃଢ, ସ୍ଥିର ଓ ପ୍ରଗତିଶୀଳ ସେବା ଯାତ୍ରୀଙ୍କୁ ଯୋଗାଇବା ପାଇଁ ପ୍ରତିଶ୍ରୃତିବଦ୍ଧ । ଯାହା ବିମାନ ଚଳାଚଳ ବଜାର ହେବାର ଭାରତର ସ୍ୱପ୍ନକୁ ସାକାର କରିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.