ETV Bharat / bharat

ATC କ୍ଲିୟରାନ୍ସ ନ ମାନି ଉଡାଣ ଭରିଲା SpiceJet

author img

By

Published : Jan 2, 2022, 9:45 PM IST

ATC କ୍ଲିୟରାନ୍ସ ନମାନି ଉଡାଣ ଭରିଲା SpiceJet । ଘଟଣାର ଅନୁସନ୍ଧାନ କରୁଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ATC କ୍ଲିୟରାନ୍ସ ନମାନି ଉଡାଣ ଭରିଲା SpiceJet

ନୂଆଦିଲ୍ଲୀ: ଏୟାର ଟ୍ରାଫିକ ନିୟନ୍ତ୍ରଣ (ATC)ର ବାଧ୍ୟତାମୂଳକ କ୍ଲିୟରାନ୍ସ ବିନା ଉଡାଣ ଭରିଲା ସ୍ପାଇସ ଜେଟର ଏକ ଯାତ୍ରୀବାହୀ ବିମାନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ରାଜକୋଟ ବିମାନବନ୍ଦରରେ । ଡିସେମ୍ବର 30 ରେ ଏହି ବାଧ୍ୟତାମୂଳକ ନିର୍ଦ୍ଦେଶାବଳୀ ଉଲଙ୍ଘନ କରି ସ୍ପାଇସଜେଟର ଏକ ଯାତ୍ରୀବାହୀ ବିମାନ ରାଜକୋଟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛି ।

ତେବେ କେଉଁ କାରଣରୁ ଏପରି ଅଭାବନୀୟ ସ୍ଥିତି ସୃଷ୍ଟି ହେଲା ତାକୁ ନେଇ ବିମାନ କମ୍ପାନୀ ପକ୍ଷରୁ କିଛି ପ୍ରତିକ୍ରିୟା ରଖାଯାଇ ନଥିବା ବେଳେ, ବିମାନର ପାଇଲଟ ମାନେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କ ତଦନ୍ତକୁ ଅପେକ୍ଷା କରିଛନ୍ତି ବୋଲି ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ।

ସମ୍ପୂର୍ଣ୍ଣ ଘଟଣା କ୍ରମ ଅନୁସାରେ, ରାଜକୋଟ-ଦିଲ୍ଲୀ ସ୍ପାଇସ ଜେଟ ବିମାନ ଡିସେମ୍ବର 30ରେ ପ୍ରାୟ 9.30 ସମୟରେ ଉଡ଼ାଣ ଭରି 11.15 ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା । ବିମାନ ବନ୍ଦରରୁ ଉଡ଼ାଣ ପୂର୍ବରୁ ଏକ ବିମାନକୁ ATC ରୁ ଏକାଧିକ ଥର ଅନୁମତି ନେବାକୁ ପଡେ । ତେବେ ଏହି ବିମାନର ପାଇଲଟ କୌଣସି ଅନୁମତି ନନେଇ ବିମାନକୁ ଟେକ-ଅଫ କରାଇଥିଲେ ।

ବିମାନ ପାର୍କିଂ ଷ୍ଟାଣ୍ଡରୁ ପଛକୁ ଠେଲିବାକୁ ଅନୁମତି ନେବା ଆବଶ୍ୟକ ରହିଥିବା ବେଳେ ପରେ ଇଞ୍ଜିନ ଷ୍ଟାର୍ଟ କରିବା ପୂର୍ବରୁ ଏହାକୁ ପୂନର୍ବାର ଅନୁମତି ନେବାକୁ ପଡେ । ତାପରେ, ରନଓ୍ବେରେ ଲାଇନରେ ଛିଡା ହେବା ପରେ ଚୂଡ଼ାନ୍ତ ଅନୁମତି ମିଳିବା ପରେ ଉଡାଣ ଭରେ ବିମାନ । ତେବେ ଏପରି ଚରମ ଅବହେଳା କେଉଁ କାରଣରୁ ଘଟିଲା ତାହା ତଦନ୍ତ କରିବା ପାଇଁ ଡିଜିସିଏ ଘଟଣାର ଅନୁସନ୍ଧାନ କରୁଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.