ETV Bharat / bharat

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ୍, ଫେବ୍ରୁଆରୀ ୧ରୁ ନିୟମିତ ଉଡ଼ାଣ - ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ

Air carrier SpiceJet : ଫେବ୍ରୁଆରୀ ୧ ତାରିଖରୁ ଅଯୋଧ୍ୟାରୁ ଚେନ୍ନାଇ, ମୁମ୍ବାଇ ଓ ବେଙ୍ଗାଲୁରୁକୁ ନିୟମିତ ବିମାନ ସେବା ଆରମ୍ଭ କରିବ ସ୍ପାଇସଜେଟ । ଅଧିକ ପଢନ୍ତୁ

Air carrier SpiceJet
Air carrier SpiceJet
author img

By ETV Bharat Odisha Team

Published : Jan 15, 2024, 2:41 PM IST

ହାଇଦ୍ରାବାଦ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶରେ ନୁହେଁ ସାରା ବିଶ୍ବରେ ଉତ୍ସାହ ପରିଲକ୍ଷିତ ହୋଇଛି । ସମସ୍ତେ ଜାନୁୟାରୀ 22ରେ ଅନୁଷ୍ଠିତ ହେବାକୁ ଥିବା ରାମଲାଲାଙ୍କ ଭବ୍ୟ ଉତ୍ସବକୁ ଅନାଇ ବସିଛନ୍ତି । ଏହାରି ମଧ୍ୟରେ ଆସନ୍ତା ଫେବୃଆରୀ ୧ ତାରିଖରୁ ଅଯୋଧ୍ୟାରୁ ଚେନ୍ନାଇ, ମୁମ୍ବାଇ ଓ ବେଙ୍ଗାଲୁରୁକୁ ନିୟମିତ ବିମାନ ସେବା ଆରମ୍ଭ ହେବ । ଏନେଇ ବିମାନ ସେବା ଯୋଗାଉଥିବା ସ୍ପାଇସଜେଟ ପକ୍ଷରୁ ସୂଚନା ମିଳିଛି ।

ଏହି ରୁଟରେ କମ୍ପାନି ବୋଇଙ୍ଗ 189 ସିଟ୍ ବିଶିଷ୍ଟ 737 ବିମାନ ନିୟୋଜିତ କରିବ । ଏନେଇ ସ୍ପାଇସଜେଟ ଏୟାରଲାଇନ କହିଛି ଯେ, ଆମର ନେଟୱର୍କକୁ ମଜବୁତ କରିବା ପାଇଁ ସ୍ପାଇସଜେଟ ନିରନ୍ତର ପ୍ରୟାସ କରୁଛି । ତେଣୁ ଅଯୋଧ୍ୟାକୁ ଶୀଘ୍ର ଭାରତର ଅନ୍ୟାନ୍ୟ ପ୍ରମୁଖ ସହର ସହ ଯୋଡିବାକୁ ଲକ୍ଷ୍ୟ ରଖିଛି ବୋଲି ଏୟାରଲାଇନ୍ସ ଏକ ମିଡିଆ ବିବୃତ୍ତିରେ କହିଛି। ଗତ ସପ୍ତାହରେ ସ୍ପାଇସଜେଟ୍ ଜାନୁଆରୀ 21 ତାରିଖରେ ଦିଲ୍ଲୀରୁ ଅଯୋଧ୍ୟାକୁ ଏକ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ ବୋଲି ଘୋଷଣା କରିଥିଲା । ଜାନୁଆରୀ 22ରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ଯାତ୍ରୀମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ ହେବ । ସେହିପରି ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ସ୍ପାଇସଜେଟ ରିଟର୍ଣ୍ଣ ଫ୍ଲାଇଟର ମଧ୍ୟ ବ୍ୟବସ୍ଥା କରିଛି ।

ଏହା ମଧ୍ୟ ପଢନ୍ତୁ- ରାମଲାଲାଙ୍କ ଉତ୍ସବ ପାଇଁ ସାରା ବିଶ୍ୱରେ ଉତ୍ସାହ; ୨୨ ତାରିଖରେ ମରିସସ୍‌ରେ ସ୍ବତନ୍ତ୍ର ଛୁଟି ଘୋଷଣା

ଏହା ମଧ୍ୟ ପଢନ୍ତୁ- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନୃତ୍ୟ ନାଟକ ପ୍ରଦର୍ଶନ କରିବେ ହେମା ମାଲିନୀ

ସ୍ପାଇସଜେଟ୍ ପକ୍ଷରୁ ଅଯୋଧ୍ୟାକୁ ବିମାନ ଉଡ଼ାଣ ବ୍ୟତୀତ ଫେବୃଆରୀ ୧ ତାରିଖରୁ ମୁମ୍ବାଇରୁ ଶ୍ରୀନଗର, ଚେନ୍ନାଇରୁ ଜୟପୁର ଏବଂ ବେଙ୍ଗାଲୁରୁରୁ ବାରାଣାସୀକୁ ବିମାନ ସେବା ସଂଯୋଗ କରିବା ନେଇ ଘୋଷଣା କରିଛି । ଏନେଇ ସ୍ପାଇସଜେଟର ମୁଖ୍ୟ ଶିଳ୍ପା ଭାଟିୟା କହିଛନ୍ତି ଯେ, ଅଯୋଧ୍ୟାକୁ ଚେନ୍ନାଇ, ବେଙ୍ଗାଲୁରୁ ଏବଂ ମୁମ୍ବାଇକୁ ନିୟମିତ ବିମାନ ଉଡ଼ାଣ ଘୋଷଣା କରି ଆମେ ଖୁସି । ଏହା ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ଯୋଗାଇବ । ସ୍ପାଇସଜେଟ୍ ଖୁବ୍ ଶୀଘ୍ର ଭାରତର ଅନ୍ୟ ସହର ଗୁଡ଼ିକୁ ଅଯୋଧ୍ୟା ସହିତ ସଂଯୋଗ କରିବାକୁ ସହଜ କରିବା ସହ ଆରାମଦାୟକ ଯାତ୍ରା ପାଇଁ ନିୟମିତ ବିମାନ ସେବା ଯୋଗାଇବ ବୋଲି ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.