ETV Bharat / bharat

ଭାରତ ଆସିପାରେ ପଳାତକ ହୀରା ବ୍ୟବସାୟୀ ଚୋକସି - ମେହଲୁ ଚୋକସି

ଭାରତ ଆସିପାରନ୍ତି ପଳାତକ ହୀରା ବ୍ୟବସାୟୀ ମେହଲୁ ଚୋକସି । ଡୋମିନିକା ଦେଶର ଜେଲରୁ ତାଙ୍କୁ ଭାରତ ଆଣିବାକୁ ସରକାର ବ୍ୟବସ୍ଥା କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଭାରତ ଆସିପାରେ ପଳାତକ ହୀରା ବ୍ୟବସାୟୀ ଚୋକସି !

author img

By

Published : May 30, 2021, 12:47 PM IST

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଭାରତରୁ ଫେରାର ହୋଇଯାଇଥିଲେ । ତେବେ ସେ ବର୍ତ୍ତମାନ ଡୋମିନିକା ଜେଲରେ ରହିଥିବା ବେଳେ ତାଙ୍କୁ ଭାରତ ଆଣିବାକୁ ସରକାର ଏକ ଘରୋଇ ଜେଟ ପଠାଇଥିବା ଜଣାପଡିଛି । ଚୋକସିଙ୍କୁ ଭାରତ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ଦେଶ ଡୋମିନିକାକୁ କହିଛି ।

ଭାରତ ଆସିପାରେ ପଳାତକ ହୀରା ବ୍ୟବସାୟୀ ଚୋକସି !
ଭାରତ ଆସିପାରେ ପଳାତକ ହୀରା ବ୍ୟବସାୟୀ ଚୋକସି !

ଡୋମିନିକା ଉତ୍ତର ଆମେରିକା ମହାଦେଶରେ ରହିଥିବା ବେଳେ ଏହାର ଡଗଲ୍ସ-ଚାର୍ଲ୍ସ ଏୟାରପୋର୍ଟରେ ଭାରତର ଏକ ଘରୋଇ ଜେଟ ରହିଥିବା ସମ୍ପର୍କରେ ଏଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନେ ସୂଚନା ଦେଇଛନ୍ତି । ଡୋମିନିକାରେ ଠକ ହୀରା ବ୍ୟବସାୟୀ ଧରାପଡିବା ପରେ ତାଙ୍କୁ ଭାରତ ଆଣିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ତେବେ ଡୋମିନିକାରେ ଭାରତର ଜେଟ ରହିଥିବା ଯୋଗୁଁ ଭାରତକୁ ଚୋକସିଙ୍କୁ ଆଣିବା ପାଇଁ ଯୋଜନା କରାଯାଉଥିବା ଆଶା କରାଯାଉଛି । କିନ୍ତୁ ଏ ସମ୍ପର୍କରେ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇନାହିଁ ।

ଚୋକସି ବର୍ତ୍ତମାନ ଡୋମିନିକା ସିବିଆଇର ତଦନ୍ତ ପରିସରରେ ରହିଛନ୍ତି । ହୀରା କାରବାରରେ ହେରଫେର୍ ଅଭିଯୋଗରେ ଗତ 4 ଦିନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଜେଲରେ ଥିବା ସମୟରେ ମେହୁଲଙ୍କ ପ୍ରଥମ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ସେ ଜେଲରେ ତାଲା ଭିତରେ ଥିବା ଦେଖିବାକୁ ମିଳିଛି । ତାଙ୍କ ହାତରେ ଆଘାତ ଲାଗିଥିବା, ଆଖି ଲାଲ୍ ପଡିଯାଇଥିବା ଫଟୋ ଗୁଡ଼ିକରେ ଦେଖିବାକୁ ମିଳିଛି | ଏହି ଫଟୋଗୁଡ଼ିକୁ ଆଣ୍ଟିଗୁଆ ନ୍ୟୁଜ୍ ରୁମ୍ ପୋଷ୍ଟ କରିଛି । ଅନ୍ୟପଟେ ମେହୁଲଙ୍କ ତରଫରୁ ତାଙ୍କୁ ଡୋମିନିକା ଜେଲରେ ମାଡ ଦିଆଯାଇଥିବା ଅଭିଯୋଗ ହୋଇଛି ।

ତେବେ ସୂଚନା ଥାଉ କି ଚୋକସିଙ୍କ ନାମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ 13 ହଜାର 500କୋଟି ଟଙ୍କାର ଋଣ ଜାଲିଆତି ମାମଲା ରହିଛି । ଚୋକସି ଓ ତାଙ୍କ ଭଣଜା ନୀରବ ମୋଦି ମିଳିତ ଭାବେ ଏହି ଜାଲିଆତି କରିଛନ୍ତି । ଚୋକସି 2017ରେ ଆଣ୍ଟିଗୁଆ ଓ ବାରମୁଡାର ନାଗରିକତା ଗ୍ରହଣ କରିବା ପରେ 2018 ଜାନୁଆରୀରେ ଭାରତ ଛାଡି ଫେରାର ହୋଇଯାଇଥିଲେ । ବର୍ତ୍ତମାନ ଉଭୟ ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିବା ବେଳେ ଭାରତ ସରକାର ତାଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.