ETV Bharat / bharat

ବିଜେପି ଫେରିବେ ମୁକୁଲ ରୟ ! ଜାଣନ୍ତୁ ଚର୍ଚ୍ଚାର କାରଣ

author img

By

Published : Apr 18, 2023, 10:53 PM IST

ବିଜେପିରେ ପୁଣି ମିଶିବେ ମୁକୁଲ ରୟ । ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର । ସୋମବାର ଠାରୁ ପରିବାର ସହ ନଥିଲା ଯୋଗାଯୋଗ । ଅଧିକ ପଢନ୍ତୁ

ବିଜେପି ଫେରିବେ ମୁକୁଲ ରୟ ! ରାଜନୈତିକ ମହଲରେ ଚର୍ଚ୍ଚା ଜୋର

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ଟିଏମସି ନେତା ମୁକୁଲ ରୟଙ୍କୁ ନେଇ ପୁୁଣି ଚର୍ଚ୍ଚା । ସୋମବାର (18 ଏପ୍ରିଲ) ଠାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା । ତେବେ ତାଙ୍କ ପୁଅ ଶୁଭ୍ରାଂଶୁ ଏନେଇ ଏକ ନିଖୋଜ ଅଭିଯୋଗ କରିଥିଲେ । ଶେଷରେ ସେ ଦିଲ୍ଲୀରେ ଥିବା ନେଇ ସୂଚନା ମିଳିଥିଲା । ହେଲେ ତାଙ୍କର ଏପରି ଦିଲ୍ଲୀ ଗସ୍ତକୁ ଭିନ୍ନ ଏକ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ପରେ ବିଜେପି କ୍ଷମତା ହାତେଇବାରେ ବିଫଲ ହେବା ପରେ ସେ ବିଜେପି ଛାଡି ମମତାଙ୍କ ଟିଏମସି ଶିବିରକୁ ଫେରିଥିଲେ । ଏବେ ସେ ପୁଣି ବିଜେପି ଫେରିବା ପାଇଁ ଚାହୁଁଥିବା ଚର୍ଚ୍ଚା ହେଉଛି । ଏଇ କାରଣରୁ ସେ କୌଣସି ଆଲୋଚନା ପାଇଁ ଦିଲ୍ଲୀ ଗସ୍ତ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ସେ (ମଙ୍ଗଳବାର) ଆଜି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେପରି କିଛି ଘଟଣା ନଜର ଆସିନାହିଁ ।

ସୋମବାର ସନ୍ଧ୍ୟା ପରେ ହଠାତ୍ ବିମାନ ବନ୍ଦରରୁ ମୁକୁଲ ରୟ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । ପରିବାର ସଦସ୍ୟ ତାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେ ସୁଦ୍ଧା ସମ୍ଭବ ହୋଇପାରିନଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଖରାପ ଥିବାରୁ ପରିବାରର ଚିନ୍ତା ବଢିଥିଲା । ପୁଅ ଶୁଭ୍ରାଂଶୁ ଏନେଇ ଏକ ନିଖୋଜ ରିପୋର୍ଟ ମଧ୍ୟ ଦେଇଥିଲେ । କିନ୍ତୁ ଗତକାଲି (ସୋମବାର) ବିଳମ୍ବିତ ରାତିରେ ସେ ଦିଲ୍ଲୀରେ ଥିବା ଜଣାପଡିଥିଲା ।

ତେବେ ତାଙ୍କୁ ଦିଲ୍ଲୀରେ ଦେଖି ଦଳବଦଳ ଚର୍ଚ୍ଚା ଆହୁରି କେନ୍ଦ୍ରୀଭୂତ ହୋଇଥିଲା । ହେଲେ ସେ ଏସବୁୁକୁ ଖଣ୍ଡନ କରିଥିଲେ । କହିଥିଲେ, ସେ ଜଣେ ଦୀର୍ଘ ସମୟର ସାଂସଦ ଏବଂ ବର୍ତ୍ତମାନ ଜଣେ ବିଧାୟକ । ତେଣୁ ସେ ଯେକୌଣସି ସମୟରେ ଦିଲ୍ଲୀ ଆସିପାରିବେ । ତେବେ ଚଳିତ ଥର ସେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ନୁହେଁ ବରଂ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଆସିଥିବା କହି ସମସ୍ତ ଚର୍ଚ୍ଚାକୁ ଏଡାଇ ଯାଇଥିଲେ ।

ତେବେ ଅନ୍ୟ ଏକ ଚର୍ଚ୍ଚା ଅନୁସାରେ ଏହି ଗସ୍ତରେ ମୁକୁଲଙ୍କ ସହ ତାଙ୍କର 2 ଘନିଷ୍ଠ ସହଯୋଗୀ ମଧ୍ୟ ଦିଲ୍ଲୀ ଯାଇଥିଲେ । ତାଙ୍କର ଏହି ଗସ୍ତ ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ପାଇଁ ହୋଇଥିବା ଚର୍ଚ୍ଚା ହେଉଥିଲା । ହେଲେ ମୁକୁଲ ଏପରି ସ୍ପଷ୍ଟୀକରଣ ରଖିବା ସତ୍ତ୍ବେ ମଧ୍ୟ ଦଳବଦଳ ଚର୍ଚ୍ଚା ଲାଗିରହିଛି । ଆସନ୍ତା ବର୍ଷ 2024 ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାର ରଣନୀତି ଆରମ୍ଭ କରିସାରିଲାଣି । ତେଣୁ ଦଳ ନିର୍ବାଚନ ପୂର୍ବରୁ କିଛି ବରିଷ୍ଠ ଟିଏମସି ନେତାଙ୍କୁ ନିଜ କ୍ୟାମ୍ପକୁ ଆଣିବାକୁ ପ୍ରୟାସ କରୁଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.