ETV Bharat / bharat

ମ୍ୟାଚ୍‌ ଦେଖିବାକୁ ଯାଉଥିବା ଦର୍ଶକଙ୍କୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ମେସେଜ, ତଦନ୍ତ ଆରମ୍ଭ

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ ଦେଖିବାକୁ ଜମୁଛି ପ୍ରଶଂସକଙ୍କ ଭିଡ଼ । ଏହାରି ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଏକ ଧମକପୂର୍ଣ୍ଣ ମେସେଜ ଦର୍ଶକଙ୍କ ପାଖରେ ପହଞ୍ଚିଛି । ମ୍ୟାଚ୍‌ ଦେଖିବାକୁ ନଯିବାକୁ ଏଥିରେ ଧମକ ଦିଆଯଇଛି । ଅଧିକ ପଢ଼ନ୍ତୁ

author img

By

Published : Mar 11, 2023, 10:44 PM IST

ଦର୍ଶକଙ୍କୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ମେସେଜ

ଅହମଦାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁଜୁରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ର ତୃତୀୟ ଦିନ ଖେଳ ସରିଥିବା ବେଳେ ଆହୁରି ଦୁଇ ଦିନ ଖେଲ ହେବ । ମ୍ୟାଚ୍‌ ଦେଖିବାକୁ ପ୍ରତିଦିନ ଏଠାକୁ ଦେଶର କୋଣ ଅନୁକୋଣରୁ ପ୍ରଶଂସକଙ୍କର ଭିଡ଼ ଜମୁଥିବା ବେଳେ ସେମାନଙ୍କୁ ଷ୍ଟାଡିୟମକୁ ନଯିବା ପାଇଁ ମିଳିଛି ଧମକ ।

ମିଳିଥିବା ସୂଚନା ଅନୁସାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ପୂର୍ବରୁ ରେକର୍ଡ ହୋଇଥିବା ଏକ ମେସେଜ ମ୍ୟାଚ୍‌ ଦେଖିବାକୁ ଯାଉଥିବା ପ୍ରଶଂସକଙ୍କୁ ଭୟରେ ପକାଇଛି । 'ଘରେ ରୁହ ଓ ସୁରକ୍ଷିତ ରୁହ' ମେସେଜ କରି ପ୍ରଶଂସକଙ୍କୁ ଧମକ ଦିଆଯାଉଛି । ଏନେଇ ଅହମଦାବାଦ ସିଟି କ୍ରାଇମବ୍ରାଞ୍ଚ ପୂର୍ବରୁ ରେକର୍ଡ ହୋଇଥିବା ଏହି ମେସେଜକୁ ଟ୍ରାକ୍‌ କରି ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଥଉକି, ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ସମେତ ଷ୍ଟାଡିୟମକୁ ଆସୁଥିବା ସମସ୍ତ ଦର୍ଶକ ମାନଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି । ଅହମଦାବାଦ ସିଟି କ୍ରାଇମବ୍ରାଞ୍ଚ ଦ୍ବାରା ମାମଲା ରୁଜୁ ହେବା ପରେ ସାରା ରାଜ୍ୟ ପୋଲିସକୁ ସଜାଗ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଆସିବା ପୂର୍ବରୁ ଏହି ରେକର୍ଡ ହୋଇଥିବା ଭଏସ ମେସେଜ ରାଜ୍ୟରେ ଅନେକ ଲୋକଙ୍କ ପାଖକୁ ଆସିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଘରୋଇ ମୈଦାନରେ ୪୦୦୦ ରନ ପୂରଣ କଲେ ରନ ମେସିନ, ୧୪ ମାସ ପରେ ଅର୍ଦ୍ଧଶତକ

ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂହ ପନ୍ନୁର ସ୍ବରରେ ରେକର୍ଡ ହୋଇଥିବା ଏହି ମେସେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅନେକ ବୟାନ ଦିଆଯାଇଛି । ଏହା ସହିତ ଗୁଜୁରାଟ ଲୋକଙ୍କୁ ଇଂରାଜୀରେ ସନ୍ଦେଶ ଦିଆଯାଇଛି ଯେ, 'ଘରେ ରୁହ, ସୁରକ୍ଷିତ ରୁହ' । ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକଙ୍କ ଫୋନକୁ କଲ ଆସି ଏହି ସନ୍ଦେଶ ଦିଆଯାଇଛି । ଅହମଦାବାଦ ସିଟି କ୍ରାଇମବ୍ରାଞ୍ଚ ଏହି ମେସେଜକୁ ଟ୍ରାକ କରିବା ସହ ଖୋଳତାଡ଼ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହା ପାକିସ୍ତାନରେ ଥିବା ଖଲିସ୍ତାନୀ ଆତଙ୍କୀ ସଂଗଠନର ଏକ ଷଡ଼ଯନ୍ତ୍ର । ଏହି ମେସେଜ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରାଯାଉଛି । ଏଥିରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ନାଁ ମଧ୍ୟ ନିଆଯାଉଛି । ତେବେ ଏନେଇ ପୋଲିସ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି ।

ବ୍ୟୁରୋ ରିପେର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.