ETV Bharat / bharat

ପାନ ଗୁଟ୍‌କା ଛେପରେ ରଙ୍ଗୀନ ହାୱଡା ପୋଲ, କାମ ଦେଉନି କୋଟିଂ - ନଷ୍ଟଶୀଳ ହାୱଡା ପୋଲ

ଲୋକଙ୍କ ପାନ ଗୁଟ୍‌କା ଛେପରେ ପ୍ରତିଦିନ ନଷ୍ଟ ହେଉଛି ଭାରତର ଆଇକନିକ ହାୱଡା ପୋଲ । କାମ ଦେଉନି କୋଟିଂ । ଅଧିକ ପଢନ୍ତୁ

ପାନ ଗୁଟ୍‌କା ଛେପରେ ରଙ୍ଗୀନ ହାୱଡା ପୋଲ, କାମ ଦେଉନି କୋଟିଂ

author img

By

Published : Apr 27, 2022, 1:55 PM IST

କୋଲକାତା: ଭାରତର ଆଇକନିକ ହାୱଡା ବ୍ରିଜ, ଯାହାକୁ ରବିନ୍ଦ୍ର ସେତୁ ମଧ୍ୟ କୁହାଯାଏ । ଅଦ୍ଭୁତ ଗଠନଶୈଳୀ ପାଇଁ ଜଣାଯାଉଥିବା ହାୱଡା ବ୍ରିଜର ଗାରିମା ଏବେ ନଷ୍ଟ ହେବାରେ ଲାଗିଛି । ପ୍ରତିଦିନ ପାନ ଓ ଗୁଟକା ଛେପରେ ରଙ୍ଗୀନ ହେଉଛି ବ୍ରିଜର ପିଲାର । ପିଲାର ସୁରକ୍ଷା ପାଇଁ କୋଲକାତା ପୋର୍ଟ ଟ୍ରଷ୍ଟ(Kolkata Port Trust) ସ୍ବତନ୍ତ୍ର କୋଟିଂ ବା ଲେପ ଦେଇଥିଲା । ଯେପରି ପାନ ଗୁଟକା ଛେପ ଦ୍ବାରା ପିଲାର ଗୁଡିକ ସିଧାସଳଖ ପ୍ରଭାବିତ ନ ହୁଏ, ସେଥିପାଇଁ ଏହାର ମୂଳରୁ ୬ ଫୁଟ ଯାଏଁ କୋଟିଂ କରାଯାଇଥିଲା ।

କେବଳ ଏତିକି ନୁହେଁ, ଲୋକଙ୍କୁ ସଚେତନ କରିବାକୁ କାନ୍ଥରେ 'ଏଠାରେ ଛେପ ପକାନ୍ତୁ ନାହିଁ ' ମଧ୍ୟ ଲେଖା ଯାଇଥିଲା । ହେଲେ ଏହି ଅନନ୍ୟ ସଂରଚନାକୁ ରକ୍ଷା କରିବାକୁ କରାଯାଇଥିବା ତମାମ୍ ପ୍ରଚେଷ୍ଟା ଏବଂ ଚେତାବନୀ ପ୍ରତି ଲୋକେ ଯେପରି କର୍ଣ୍ଣପାତ କରୁନାହନ୍ତି । ବ୍ରିଜର ଉଭୟ ପାର୍ଶ୍ବରେ ଯାତାୟତ କଲେ, ଆଜିର ସଭ୍ୟ ସମାଜର ଲୋକେ ଯେ ଐତିହ୍ୟର ସୁରକ୍ଷା ଦିଗରେ ଏ ଯାଏଁ ମଧ୍ୟ ସଚେତନ ନାହାନ୍ତି ତାହା ଜଳ ଜଳ ଦିଶୁଛି । ସେହିପରି ବ୍ରିଜର ସୁରକ୍ଷା ପାଇଁ ନାନା ବ୍ୟବସ୍ଥା କରାଯାଇଛି । ଦୁଇ ପାର୍ଶ୍ବରେ ସିସିଟିଭି ଲାଗିଛି ଏବଂ ପୋଲିସ ଜଗିଛନ୍ତି । ହେଲେ ଏସବୁ ତଦାରଖ କରିବା ଦିଗରେ ପୋଲିସ ଦୃଷ୍ଟି ଦେଉନି । ଫଳସୂରୁପ ଲୋକମାନେ ଯିବାଆସିବା କରୁଥିବା ବ୍ରିଜର ଦୁଇଟି ଯାକ ପାର୍ଶ୍ବ ବର୍ତ୍ତମାନ ଗୁଟଖା ଏବଂ ପାନ ଛେପରେ ରଙ୍ଗୀନ ଦିଶୁଛି । ଛେପ ଯୋଗୁଁ ପିଲରରେ ଲାଗିଥିବା ଲୌହ କୋଟିଂ ମଧ୍ୟ ନଷ୍ଟ ହୋଇଯାଇଛି ।

ଜଣେ IAS ଅଫିସର ନିକଟରେ ବଲିଉଡର ଦୁଇ ଲୋକପ୍ରିୟ କଳାକାର ଅମିତାଭ ବଚ୍ଚନ ଏବଂ ଶାହାରୁଖ ଖାନଙ୍କୁ ଗୁଟକା ବ୍ରାଣ୍ଡକୁ ସମର୍ଥନ କରିବା ପାଇଁ କଟାକ୍ଷ କରିଛନ୍ତି । ଏଥିପାଇଁ ଅଫିସର ହାୱଡା ବ୍ରିଜର ଏକ ପୁରୁଣା ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ବ୍ରିଜର ତଳ ଭାଗ ଲାଲ୍ ରଙ୍ଗରେ ରଙ୍ଗୀନ ଦିଶିବା ଘଟଣାକୁ ନେଇ ପୋର୍ଟ ଟ୍ରଷ୍ଟକୁ ପୋଷ୍ଟରେ ପରିହାସ କରାଯାଇଛି । ତେବେ ଇଟିଭି ଭାରତ ବର୍ତ୍ତମାନ ଏହି ପ୍ରତିଷ୍ଠିତ ବ୍ରିଜର ସ୍ଥିତି କିପରି ରହିଛି ତାହା ବୁଝିବାକୁ ଚେଷ୍ଟା କରିଛି । ଏନେଇ କୋଲକାତା ପୋର୍ଟ ଟ୍ରଷ୍ଟର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି, ୨୦୧୪ରେ ବ୍ରିଜ ସୁରକ୍ଷା ଜନିତ ସମସ୍ୟାର ସମାଧାନ କରାଯାଇଥିଲା । ପିଲାରକୁ ପାନ ଗୁଟକା ଛେପରୁ ରକ୍ଷା କରିବାକୁ କ୍ୟାପିଂ କରାଯାଇଥିଲା । ୨୦୨୧ରେ ପୁନର୍ବାର କୋଟିଂ କରାଯାଇଥିଲା । ବର୍ତ୍ତମାନ ବ୍ରିଜର ପିଲରଗୁଡିକ ସୁରକ୍ଷିତ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.