ETV Bharat / bharat

ବେଙ୍ଗାଲୁରୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବନାରସୀ ପଗଡି

author img

By

Published : Nov 9, 2022, 9:09 AM IST

Updated : Nov 9, 2022, 9:37 AM IST

ଦିନକ ପରେ ବେଙ୍ଗାଲୁରୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ତାଙ୍କୁ ଭେଟି ଦେବାକୁ ଏକ ଆକର୍ଷଣୀୟ ବନାରସୀ ପଗଡି ପ୍ରସ୍ତୁତ କରିଛନ୍ତି ମହୀଶୂର ଶିଳ୍ପୀ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବନାରସୀ ପଗଡି
ବେଙ୍ଗାଲୁରୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବନାରସୀ ପଗଡି

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ରେ ବେଙ୍ଗାଲୁରୁ ଗସ୍ତ କରିବେ । ଏହି ଦିନ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ବିମାନ ବନ୍ଦର ଠାରେ ନଦପ୍ରଭୁ କେମ୍ପେଗୋଡାଙ୍କ ୧୦୮ ଫୁଟ ଉଚ୍ଚର ଏକ ବିଶାଳ ପ୍ରତିମୂର୍ତ୍ତି(statue of Nadaprabhu Kempegowda) ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ମୁଣ୍ଡର ଶୋଭାବର୍ଦ୍ଧନ ପାଇଁ ପ୍ରସ୍ତୁତ ହୋଇଛି ଏକ ଆକର୍ଷଣୀୟ ଉପହାର । ମହୀଶୂରର ଜଣେ କାରିଗର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେବାକୁ ଏକ ସୁନ୍ଦର ବନାରସୀ ପଗଡି ପ୍ରସ୍ତୁତ କରିଛନ୍ତି । ନନ୍ଦନ ସିଂହ ନାମକ କାରିଗର ଲାଲ୍ ବନାରସୀ କପଡାରେ ପଗଡିଟି ତିଆରି କରିଛନ୍ତି । ଏଥିରେ ସେ ମୋତି ବ୍ୟବହାର କରିଛନ୍ତି । ଉକ୍ତ ବନାରସୀ ପଗଡି କେମ୍ପେଗୋଡାଙ୍କ ପ୍ରତିମୂର୍ତ୍ତିରେ ଥିବା ପଗଡି ଆକୃତିରେ ତିଆରି କରାଯାଇଛି ।

କର୍ଣ୍ଣାଟକ ଉଚ୍ଚଶିକ୍ଷା ମନ୍ତ୍ରୀ ଅଶ୍ବଥ ନାରାୟଣଙ୍କ ସୁପାରିଶକ୍ରମେ ମହୀଶୂର ସ୍ଥିତ ନାମ୍ମୁର-ନାମ୍ମୋର ସମାଜ ସେବା ଟ୍ରଷ୍ଟର ତତ୍ତ୍ବବଧାନରେ କାରିଗର ନନ୍ଦନ ସିଂହ ଆକର୍ଷଣୀୟ ବନାରସୀ ପଗଡି ପ୍ରସ୍ତୁତ କରିଛନ୍ତି । କାରିଗର ଜଣକ ଏହି ପଗଡିକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ହସ୍ତାନ୍ତର କରିଛନ୍ତି । କେମ୍ପେଗୋଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପଗଡି ପିନ୍ଧାଇବେ । ଯାହାକି ସେହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେବ ।

ନିକଟରେ ପ୍ରଧାନମନ୍ତ୍ରୀ କେଦାରନାଥ ଧାମ ଗସ୍ତ ସମୟରେ ପାହାଡି ପୋଷାକରେ ନଜର ଆସିଥିଲେ । ସେ ଆକର୍ଷଣୀୟ ପୋଷାକ ସାଙ୍ଗକୁ ମୁଣ୍ଡରେ ପାହାଡି ଟୋପି ପିନ୍ଧିଥିଲେ । ହିମାଚଳ ପ୍ରଦେଶ ଚମ୍ବାର ଏକ ମହିଳା ମୋଦିଙ୍କୁ ଏହି ପରିପାଟ୍ଟୀ ଉପହାର ରୂପେ ପ୍ରଦାନ କରିଥିଲେ । ଉପହାର ଗ୍ରହଣ କରି ପ୍ରଧାମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ କୌଣସି ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ଯିବା ଅବସରରେ ଏହାକୁ ପରିଧାନ କରିବେ । କେଦାରନାଥରେ ପ୍ରଧାନମନ୍ତ୍ରୀ ସେହି ପୋଷାକ ପରିଧାନ କରିଥିଲେ ।

Last Updated : Nov 9, 2022, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.