ETV Bharat / bharat

Interesting News: ଜେଲରେ ଏକା ସାଙ୍ଗେ ରମଜାନ ଓ ନବରାତ୍ରୀ ପାଳୁଛନ୍ତି କଏଦୀ - କଏଦୀ ମନାଉଛନ୍ତି ପର୍ବ

ଉତ୍ତରପ୍ରଦେଶ ପ୍ରୟାଗରାଜର ଏକ ଜେଲରେ ନବରାତ୍ର ଏବଂ ରମଜାନ ପାଳନ କରୁଛନ୍ତି କଏଦୀ । ଜେଲ ପ୍ରଶାସନ ଯୋଗାଇ ଦେଉଛି ସମସ୍ତ ସୁବିଧା । ଅଧିକ ପଢନ୍ତୁ

ଜେଲରେ ନବରାତ୍ର ଏବଂ ରମଜାନ ପାଳୁଛନ୍ତି କଏଦୀ
ଜେଲରେ ନବରାତ୍ର ଏବଂ ରମଜାନ ପାଳୁଛନ୍ତି କଏଦୀ
author img

By

Published : Apr 10, 2022, 5:52 PM IST

ଲକ୍ଷ୍ନୌ: କୁହାଯାଏ ଯେ ପୂଜାପାଠ ଏବଂ ଉପାସନା ଯେକୌଣସି ସ୍ଥାନରେ କରାଯାଇପାରିବ, କେବଳ ମନରେ ବିଶ୍ବାସ ଓ ଭକ୍ତି ଥିବା ଆବଶ୍ୟକ । ଭକ୍ତଟିଏ ଭଗବାନଙ୍କୁ ଯେଉଁଠୁ ବି ଡାକିପାରବି । ବାସ୍ତବରେ ଏପରି ଏକ ଉଦାହରଣ ଦେଖିବାକୁ ମିଳୁଛି ପ୍ରୟାଗରାଜ ଜେଲରେ । ଜେଲରେ ଥିବା ହିନ୍ଦୁ ଧର୍ମର କଏଦୀମାନେ ନବରାତ୍ର ଉପବାସ ପାଳନ କରୁଥିବାବେଳେ ମୁସଲମାନ ସମ୍ପ୍ରଦାୟର କଏଦୀମାନେ ରମଜାନ ମାସ ପାଳନ କରୁଛନ୍ତି ।

ତେବେ ଉଭୟ ସମ୍ପ୍ରଦାୟର କଏଦୀଙ୍କ ପାଇଁ ଜେଲ୍ ପ୍ରଶାସନ ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଛି । ଫଳରେ ସଭିଏଁ ସେମାନଙ୍କ ପରମ୍ପରାକୁ ମନାଇବାର ସୁଯୋଗ ପାଇପାରିଛନ୍ତ । ତେବେ ଜେଲ ପ୍ରଶାସନ ଏପରି ବନ୍ଦୋବସ୍ତ କରିଥିବାରୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ କଏଦୀ ନବରାତ୍ରୀ ଉପବାସ କରିଛନ୍ତି ।

ଜେଲରେ ନବରାତ୍ର ଏବଂ ରମଜାନ ପାଳୁଛନ୍ତି କଏଦୀ

ପ୍ରୟାଗରାଜ ନୈନୀ ସେଣ୍ଟ୍ରାଲ ଜେଲରେ କ୍ଷମତା ଠାରୁ ଦ୍ବିଗୁଣିତ କଏଦୀ ଥିଲେ ମଧ୍ୟ ଜେଲ ପ୍ରଶାସନ ପକ୍ଷରୁ ବ୍ରତ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ସୂଚନା ଅନୁଯାୟୀ, ଜେଲରେ 516 ଜଣ କଏଦୀ ନବରାତ୍ର ବ୍ରତ ରଖି ଥିବାବେଳେ 450 କଏଦୀ ରୋଜା ରଖିଛନ୍ତି । ନବରାତ୍ର ପ୍ରଥମ ଦିନ 1532 କଏଦୀ ବ୍ରତ ରଖିଥିବା ଜଣାପଡିଛି । କଏଦୀମାନଙ୍କୁ ଜେଲ ପ୍ରଶାସନ ପକ୍ଷରୁ ଫଳମୂଳ ସାଙ୍ଗକୁ କ୍ଷୀର ମଧ୍ୟ ପ୍ରଦାନ କରାଯାଇଥାଏ ।

ସେହିପରି ଜେଲରେ କଏଦୀମାନଙ୍କ ପାଇଁ ଧାର୍ମିକ ପୁସ୍ତକ ମଧ୍ୟ ରଖାଯାଇଛି । କେବଳ ଏତିକି ନୁହେଁ, ଉପବାସ କରୁଥିବା କଏଦୀମାନଙ୍କୁ ମଧ୍ୟ କାର୍ଯ୍ୟରୁ ବିରତି ମିଳୁଛି । ଯେଉଁ ବନ୍ଦୀମାନେ ଉପବାସ ପାଳନ କରନ୍ତି ସେମାନେ କେବଳ ନିଜ ଇଚ୍ଛା ହେଲେ କାମ କରିପାରିବେ । ଉପବାସ ସମୟରେ କାମ କରିବାକୁ ସେମାନଙ୍କ ଉପରେ କୌଣସି ଚାପ ପକାଯାଏ ନାହିଁ । ସବୁଠୁ ବଡ କଥା ହେଉଛି କି ଜେଲରେ ଏକା ସାଙ୍ଗରେ ହିନ୍ଦୁ କଏଦୀ ଗୀତା ପଠନ କରୁଥିବାବେଳେ ମୁସଲିମ କଏଦୀ ମଧ୍ୟ ନମାଜ ପଠନ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.