ETV Bharat / bharat

ଭାଇରାଲ ଗୀତ ପତଲି କମରିୟାରେ ନାଚିବା ପଡ଼ିଲା ମହଙ୍ଗା, ୪ ମହିଳା କନେଷ୍ଟବଳ ସ୍ଥାନାନ୍ତର

author img

By

Published : Dec 15, 2022, 8:47 PM IST

ପତଲି କମରିୟା ନାଚିବା ପରେ ୪ ମହିଳା କନେଷ୍ଟବଳ ସ୍ଥାନାନ୍ତର । ଭାଇରାଲ ଗୀତ 'ପତଲି କମରିୟା' (Patli Kamariya)ନାଚିବା ପରେ ଉତ୍ତରପ୍ରଦେଶ ଅଯୋଧ୍ୟାରେ ୪ ମହିଳା କନେଷ୍ଟବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଭାଇରାଲ ଗୀତ ପତଲି କମରିୟାରେ ନାଚିବା ପଡ଼ିଲା ମହଙ୍ଗା, ୪ ମହିଳା କନେଷ୍ଟବଳ ସ୍ଥାନାନ୍ତର
ଭାଇରାଲ ଗୀତ ପତଲି କମରିୟାରେ ନାଚିବା ପଡ଼ିଲା ମହଙ୍ଗା, ୪ ମହିଳା କନେଷ୍ଟବଳ ସ୍ଥାନାନ୍ତର

ଲକ୍ଷ୍ନୌ: ଏବେ ସୋସିଆଲ ମିଡ଼ିଆରେ 'ପତଲି କମରିୟା' ଗୀତ (Reels on 'Patli Kamariya')ଖୁବ ଭାଇରାଲ ହେବାରେ ଲାଗିଛି । ଅଧିକାଂଶ ୟୁଜର୍ସ ଏଥିରେ ରିଲ୍ସ ବନାଇ ଏହାକୁ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି । ତେବେ ଡ୍ୟୁଟି ସମୟରେ ଏହି ଗୀତରେ ରିଲ୍ସ ବନାଇବା ୪ ମହିଳା ପୋଲିସ କର୍ମଚାରୀଙ୍କ ଉପରେ ମହଙ୍ଗା ପଡ଼ିଛି । ଏହି ମାମଲାରେ ଅଯୋଧ୍ୟାର ଏସଏସପି ମୁନିରାଜ ୪ ମହିଳା କନେଷ୍ଟବଳଙ୍କୁ ସ୍ଥାନାନ୍ତରଣ କରିଥିବା ଜଣାପଡ଼ିଛି ।

ରାମ ଜନ୍ମଭୂମିର ସୁରକ୍ଷାରେ ନିୟୋଜିତ ଥିବା ଏହି ୪ ମହିଳା କନେଷ୍ଟବଳ ରିଲ୍ସ ବନାଇ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ପରବର୍ତ୍ତୀ ସମୟରେ ଏହା ଖୁବ ଭାଇରାଲ ହୋଇଥିଲା । ଯାହାକୁ ଭିତ୍ତି କରି ମହିଳା ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁ ସମୟରେ ଏହି ରିଲ୍ସ ଉତ୍ତୋଳନ ହୋଇଥିଲା ସେହି ସମୟରେ ୪ ଜଣ ମହିଳା ପୋଲିସ କର୍ମଚାରୀ ଡ୍ୟୁଟିରେ ଥିଲେ । ମାତ୍ର ଏମାନେ ଡ୍ୟୁଟି ସମୟରେ ୟୁନିଫର୍ମରେ ନଥିଲେ । ଫଳରେ ପ୍ରଥମେ ସେମାନଙ୍କୁ ଚିହ୍ନଟ କରାଯାଇନଥିଲା । ମାତ୍ର ତଦନ୍ତ ପ୍ରକ୍ରିୟା ଆଗେଇବା ପରେ ଏସଏସପି ମୁନିରାଜ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ- Agni-V ICBM: ଅଗ୍ନି-୫ର ସଫଳ ପରୀକ୍ଷଣ, ମାରକ କ୍ଷମତା 5500 KM, ବନ୍ଦ ହୋଇଥିଲା ଓଡିଶାରୁ ଶ୍ରୀଲଙ୍କା ଏୟାର ସ୍ପେସ୍

ସ୍ଥାନାନ୍ତର କରାଯାଇଥିବା ମହିଳା କନଷ୍ଟେବଲ ହେଉଛନ୍ତି କବିତା ପଟେଲ, କାମିନି କୁଶବାହା, କଶିଶ ସାହନି ଓ ସନ୍ଧ୍ୟା ସିଂ । ଭିଡ଼ିଓରେ ଦେଖିବାକୁ ମିଳୁଛି ୨ ଜଣ ମହିଳା ଚେୟାର ବସିଥିବା ବେଳେ ଆଉ ଜଣେ ମହିଳା ଗୀତକୁ ନେଇ ଡାନ୍ସ କରିଥିଲେ । ଭିଡ଼ିଓଟି ଭାଇରାଲ ହେବା ପରେ ଅଯୋଧ୍ୟା ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.