ଲକ୍ଷ୍ନୌ: ସିତାପୁର ଜେଲରୁ ମୁକୁଳିଲେ ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ (SP leader Azam Khan) । ଦୀର୍ଘ ୨୭ ମାସ ପରେ ଆଜି ଜେଲରୁ ତାଙ୍କୁ ଖଲାସ କରାଯାଇଛି । ଗତକାଲି ରାତିରେ ଆଜମ ଖାନଙ୍କୁ ମୁକ୍ତ କରିବାର ଆଦେଶ ଆସିବା ପରେ ବିଳମ୍ବିତ ରାତିରେ ସିତାପୁର ଜେଲରେ ପହଞ୍ଚିଥିଲେ ସମାଜବାଦୀ ପାର୍ଟି ନେତା ସିପଓ୍ବାଲା ଯାଦବ ଓ ତାଙ୍କ ବଡ ପୁଅ ଅଦିବ ଆଜମ ।
ଏହା ମଧ୍ୟ ପଢନ୍ତୁ:-23 ମାସ ପରେ ଜେଲରୁ ମୁକୁଳିଲେ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ
ଗତ ମେ’ ୧୦ ତାରିଖ ଦିନ ଆଜମ ଖାନଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ସେ ଜେଲରୁ ବାହାରିବା ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଆଜି ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି ।