ETV Bharat / bharat

ରାଜନୀତିରେ ନୂଆ ଇଂନିସ ଖେଳିବେ ସୌରଭ ଗାଙ୍ଗୁଲି !

ରାଜନୀତି ମୈଦାନରେ ପୁଣି ଥରେ ଲମ୍ବା ଛକା, ଚୌକା ମାରିବେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) ! ଅଧିକ ପଢନ୍ତୁ

ରାଜନୀତି ଇଂନିସ ଖେଳିବେ ସୌରଭ ଗାଙ୍ଗୁଲୀ !
ରାଜନୀତି ଇଂନିସ ଖେଳିବେ ସୌରଭ ଗାଙ୍ଗୁଲୀ !
author img

By

Published : Jun 1, 2022, 7:09 PM IST

Updated : Jun 1, 2022, 7:16 PM IST

ହାଇଦ୍ରାବାଦ: ରାଜନୀତି ମୈଦାନରେ ପୁଣି ଥରେ ଲମ୍ବା ଛକା, ଚୌକା ମାରିବେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) । କାରଣ ଗାଙ୍ଗୁଲୀଙ୍କ ଏକ ଟ୍ୱିଟ୍ ସପପେନ୍ସ ଏବଂ ଚର୍ଚ୍ଚାକୁ ବଢାଇଦେଇଛି । ଟ୍ବିଟ କରି ସୌରଭ ଗାଙ୍ଗୁଲି କହିଛନ୍ତି, "ଆଜି ମୋର କ୍ରିକେଟ ଯାତ୍ରାକୁ 30 ବର୍ଷ ପୂରଣ ହୋଇଛି । 1992 ଠାରୁ ଆଜି ପର୍ଯ୍ୟନ୍ତ କ୍ରିକେଟ ମତେ ସବୁ କିଛି ଦେଇଛି । ଏଥିପାଇଁ ମତେ ସମର୍ଥନ କରିଥିବା ସମସ୍ତ ସମର୍ଥକ ଶୁଭେଛୁଙ୍କ ନିକଟରେ ମୁଁ ଋଣୀ । ମୋ କ୍ରିକେଟ ଯାତ୍ରାରେ ସହଯୋଗ କରିଥିବା ପ୍ରତ୍ୟେକ ଲୋକଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ।" ଏପଟେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ପଦରୁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ଏହାସହ ସୌରଭ ଲେଖିଛନ୍ତି ବର୍ତ୍ତମାନ ନୂଆ କିଛି କରିବାକୁ ଯୋଜାନ କରିଛି । ଲୋକଙ୍କର ବୃହତର ସ୍ବାର୍ଥ ପାଇଁ କାମ କରିବି । ଏଥିପାଇଁ ପୂର୍ବ ପରି ସହଯୋଗ ସମର୍ଥନ ଜାରି ରଖିବେ ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି ।

ତେବେ ସୌରଭ ଗାଙ୍ଗୁଲି ଖୁବ ଶୀଘ୍ର ରାଜନୀତିରେ ଯୋଗଦେଉଥିବା ଚର୍ଚ୍ଚା ହେଉଛି । ଯଦି ରାଜନୀତିରେ ଯୋଗଦେବେ କେଉଁ ଦଳକୁ ଯିବେ । ଟିଏମସି ନା ବିଜେପି ? କାରଣ ଉଭୟ ଦଳ ସହ ସୌରଭ ଗାଙ୍ଗୁଲିଙ୍କ ଭଲ ଗଭୀର ସମ୍ପର୍କ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୌରଭ ଗାଙ୍ଗୁଲିଙ୍କୁ ରାଜନୀତିକୁ ଆସିବା ପାଇଁ ଖୋଲାଖୋଲି ନିମନ୍ତ୍ରଣ ଦେଇଛନ୍ତି ।

ସେହିପରି ସୌରଭ ଗାଙ୍ଗୁଲିଙ୍କୁ ବିଜେପି ମଧ୍ୟ ଦଳରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଛି । ତେବେ ବର୍ତ୍ତମାନର ପଶ୍ଚିମବଙ୍ଗ ରାଜନୀତି ଓ ବିଜେପିର ରାଜନୀତି ମଧ୍ୟରେ ସୌରଭ କେଉଁ ଦଳକୁ ଯିବେ ତାହା ବଡ ପ୍ରଶ୍ନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2022, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.