ETV Bharat / bharat

ଇସ୍ରାଏଲରେ ରକେଟ ଆକ୍ରମଣ ଘଟଣା: କେରଳର ସୌମ୍ୟା ସନ୍ତୋଷଙ୍କ ମୃତ୍ୟୁ

author img

By

Published : May 12, 2021, 4:48 PM IST

ହମାସର ରକେଟ ମାଡରେ ଜଣେ ଭାରତୀୟ ନାଗରିକଙ୍କର ହୋଇଛି ମୃତ୍ୟୁ । ମୃତ ଭାରତୀୟ ଜଣଙ୍କ କେରଳର ସୌମ୍ୟା ସନ୍ତୋଷ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଇସ୍ରାଏଲରେ ରକେଟ ଆକ୍ରମଣ ଘଟଣା: କେରଳର ସୌମ୍ୟା ସନ୍ତୋଷଙ୍କ ମୃତ୍ୟୁ
ଇସ୍ରାଏଲରେ ରକେଟ ଆକ୍ରମଣ ଘଟଣା: କେରଳର ସୌମ୍ୟା ସନ୍ତୋଷଙ୍କ ମୃତ୍ୟୁ

ଥିରୁଅନନ୍ତପୁର: ଇସ୍ରାଏଲ ଓ ହମାସ ମଧ୍ୟରେ ପୁଣି ଆରମ୍ଭ ହୋଇଛି ସଂଘର୍ଷ । ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା ହମାସ । ଏହାର ପାଲଟା ଜବାବରେ ଇସ୍ରାଏଲ ମଧ୍ୟ ହମାସ ଉପରେ କରିଥିଲେ ଏୟାରଷ୍ଟ୍ରାଇକ । ଗାଜାରେ ହୋଇଥିବା ଏହି ଏୟାରଷ୍ଟ୍ରାଇକରେ 22ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇଛି ।

ହମାସର ରକେଟ ମାଡରେ ଜଣେ ଭାରତୀୟ ନାଗରିକଙ୍କର ହୋଇଛି ମୃତ୍ୟୁ । ମୃତ ଭାରତୀୟ ଜଣଙ୍କ କେରଳର ସୌମ୍ୟା ସନ୍ତୋଷ ବୋଲି ଜଣାପଡିଛି । ଇସ୍ରାଏଲରେ କାମ କରୁଥିବା ସୌମ୍ୟାଙ୍କ ମୃତ୍ୟୁ ପାଲେଷ୍ଟାଇନ ରକେଟ ଆକ୍ରମଣ କାରଣରୁ ହୋଇଥିବା କୁହାଯାଇଛି ।

ଏଭଳି ଦୁଃଖଦ ସମୟରେ ସୌମ୍ୟାଙ୍କ ପରିବାର ସହ ଥିବା ସମବେଦନା ପ୍ରକଟ କରି କହିଛି ଇସ୍ରାଏଲ । ସୌମ୍ୟାଙ୍କ ମୃତ୍ୟୁ ପରେ ଭାରତରେ ଇସ୍ରାଏଲ ରାଷ୍ଟ୍ରଦୂତ ରନ ମାକ୍ଲା କହିଛନ୍ତି, ମୁଁ ହାମାସ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ସୋମ୍ୟା ସନ୍ତୋଷଙ୍କ ପରିବାର ସହିତ କଥା ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଦେଶ ଶୋକ ବ୍ୟକ୍ତ କରିବା ସହ ଆମେ ତାଙ୍କ ପରିବାର ସହ ଅଛୁ ବୋଲି କହିଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ ।

ଏପଟେ ଇସ୍ରାଏଲରେ ପ୍ରାଣ ହରାଇଥିବା ସୌମ୍ୟଙ୍କ ମୃତଦେହକୁ ଭାରତ ଫେରାଇ ଆଣିବା ଏବଂ ଯଥାଶୀଘ୍ର ତାଙ୍କ ପରିବାରକୁ ହସ୍ତାନ୍ତର କରିବା ପାଇଁ କେରଳ ସରକାର ଇସ୍ରାଏଲର ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛନ୍ତି। ସୌମ୍ୟାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ହୃଦୟରୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.