ଶ୍ରୀନଗର: ଜାମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲା ସୋପୋରେ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏନକାଉଣ୍ଟରରେ ଗୁଣ୍ଡ ବାଥ ଅଞ୍ଚଳରେ ତିନିଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି ଜାମ୍ମୁ କାଶ୍ମୀର ପୋଲିସ ।
ଏମାନେ ଲସ୍କର-ଏ-ତୋଏବାର ବୋଲି ଜଣାପଡିଛି । ଏହି 3 ଆତଙ୍କୀ ତିନିଜଣ ପୋଲିସ, ଦୁଇଜଣ କାଉନସିଲର ଏବଂ ଦୁଇଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିବାର ସମ୍ପକ୍ତ ତଥା ଅନ୍ୟ ଆତଙ୍କବାଦୀ ଅପରାଧରେ ଜଡିତ ଥିଲେ ।
ପୂର୍ବରୁ ଜାମ୍ମୁ କାଶ୍ମୀର ଉରି ଅଞ୍ଚଳରେ ନାର୍କୋ ଆତଙ୍କୀକୁ ଠାବ କରିଥିଲା । 45 କୋଟି ଟଙ୍କା ମୂଲ୍ୟର ହେରୋଇନ ସହିତ 10ଜଣ ଆତଙ୍କବାଦୀଙ୍କୁ ବାରାମୁଲ୍ଲାର ଉରିରୁ ଗିରଫ କରିଥିଲା ଜମ୍ମୁ କାଶ୍ମୀର ପୋଲିସ । ଏନେଇ ଜମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇ କହିଛି ଯେ 10ଆତଙ୍କୀଙ୍କୁ ଗିରଫ କରାଯିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଏହା ପୂର୍ବରୁ ଜୁନ୍ 16ରେ ଶ୍ରୀନଗର ନାଉଗାମ ଅଞ୍ଚଳର ଓ୍ବାଗୋରା ଠାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ ।
(ANI)