ETV Bharat / bharat

ଆଜି ସୋନିଆଙ୍କ ନେତୃତ୍ବରେ ଏକାଠି ହେବେ ବିରୋଧୀ ନେତା

author img

By

Published : Aug 20, 2021, 9:35 AM IST

ଆଜି(ଶୁକ୍ରବାର) 14 ବିରୋଧୀ ଦଳ ନେତାଙ୍କ ସହିତ ଅପରାହ୍ନ ୪ଟା ୩୦ରେ ଭିଡିଓ କନଫରେନ୍ସିଂରେ ବୈଠକ କରିବେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡିଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ଆଜି(ଶୁକ୍ରବାର) 14 ବିରୋଧୀ ଦଳ ନେତାଙ୍କ ସହିତ ଅପରାହ୍ନ ୪ଟା ୩୦ରେ ଭିଡିଓ କନଫରେନ୍ସିଂରେ ବୈଠକ କରିବେ ସୋନିଆ ।

ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜାତୀୟ କଂଗ୍ରେସ ସଭାପତି ଶରତ ପାୱାର ଯୋଗ ଦେବେ । ଏହା ସହିତ ତାଲିମନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଉପସ୍ଥିତ ରହିବେ । ଆମ୍ ଆଦମୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିକୁ ବୈଠକରେ ନିମନ୍ତ୍ରଣ ମିଳିନାହିଁ ।

ସୁତ୍ର ଅନୁସାରେ, ବୈଠକରେ ବିରୋଧୀ ଦଳର ନେତାମାନେ ମିଳିତ ରିଜୋଲ୍ୟୁସନକୁ ନେଇ ବିବୃତ୍ତି ଆଣିବାର ସମ୍ଭାବନା ରହିଛି । । ମହାମାରୀ ସମୟରେ ମୋଦି ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଏକ ସମାଲୋଚନା ହୋଇପାରେ । ସରକାରଙ୍କୁ କିପରି ଘେରା ଯିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ ।

ସଂସଦର ମୌସୁମୀ ଅଧିବେଶନରେ ପ୍ରାୟ ୧୫ଟି ବିରୋଧୀ ଦଳ ଏକାଠି ହୋଇ ସରକାରଙ୍କୁ ଘେରିଥିଲେ । ବିଭିନ୍ନ ପ୍ରସଙ୍ଗରେ ନାରାବାଜୀ କରିବା ସହ ଆଲୋଚନା ପାଇଁ ଦାବି କରିବାରୁ ପୂରା ଅଧିବେଶନ ସମୟରେ ଗୃହ ଠିକ ଭାବେ ଚାଲି ପାରି ନଥିଲା । ଏହି ବୈଠକ ବିରୋଧୀ ଏକତାକୁ ଆହୁରି ମଜବୁତ କରିବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.