ETV Bharat / bharat

କାଲି ଅପରାହ୍ନରେ ରେବନ୍ତଙ୍କ ଶପଥ: ସାମିଲ ହେବେ ସୋନିଆଙ୍କ ସହ ଟପ୍‌ କଂଗ୍ରେସ ନେତା, କେସିଆରଙ୍କୁ ମଧ୍ୟ ନିମନ୍ତ୍ରଣ - ତେଲେଙ୍ଗାନା ନିର୍ବାଚନ ଫଳାଫଳ

ସାମାନ୍ୟ ବଦଳିଲା ରେବନ୍ତ ରେଡ୍ଡୀଙ୍କ ଶପଥଗ୍ରହଣ ସମାରୋହ କାର୍ଯ୍ୟସୂଚୀ । ପୂର୍ବାହ୍ନ ନୁହେଁ ଅପରାହ୍ନ 1.୦4 ମିନିଟରେ କାର୍ଯ୍ୟକ୍ରମ । ଟପ୍‌ କଂଗ୍ରେସ ଭେଟେରାନଙ୍କ ସହ କେସିଆର ଓ ଏକାଧିକ ମଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ । ଅଧିକ ପଢନ୍ତୁ

କାଲି ଶପଥ ନେବେ ରେବନ୍ତ: ସୋନିଆ, ରାହୁଲ, ଖଡେଗ ଓ ପ୍ରିୟଙ୍କା ହେବେ ସାମିଲ

author img

By ETV Bharat Odisha Team

Published : Dec 6, 2023, 6:02 PM IST

ହାଇଦ୍ରାବାଦ: ଆସନ୍ତାକାଲି ଠାରୁ ତେଲେଙ୍ଗାନାରେ ଆରମ୍ଭ ହେବାକୁ ଯାଉଛି କଂଗ୍ରେସ ଶାସନ । ମୁଖ୍ୟମନ୍ତ୍ରୀ ଭାବେ ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଭେଟରାନ ସୋନିଆ ଗାନ୍ଧୀ, ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଶପଥ ସମାରୋହ ମଞ୍ଚରେ ଦେଖିବାକୁ ମିଳିବ । ଏହା ସହ ବିଦାୟୀ ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ତେଲେଙ୍ଗାନା ଗଠନ ହେବା ପରେ ରାଜ୍ୟ ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଥିବା ବେଳେ ଆୟୋଜନ ଭବ୍ୟ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛି କଂଗ୍ରେସ ।

ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର, ତେଲେଙ୍ଗାନା ହାଇକୋର୍ଟ ମୁଖ୍ୟ ବିଚାରପତି ଆଲୋକ ଆରାଧେ, ତେଲେଙ୍ଗାନାର ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ଓ ସ୍ବତନ୍ତ୍ର ତେଲେଙ୍ଗନା ପ୍ରଦେଶ ଗଠନ ଆନ୍ଦୋଳନର ଶହୀଦଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ କାର୍ଯ୍ଯକ୍ରମକୁ ନିୟମନ୍ତ୍ରଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଶିବକୁମାର, ରାଜସ୍ଥାନର ବିଦାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଗଡର ବିଦାୟୀ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ବରିଷ୍ଠ କଂଗ୍ରେସ ନେତା ବିରପ୍ପା ମୋଇଲି, ଜିଗବିଜୟ ସିଂ, ସୁଶୀଲ କୁମାର ସିନ୍ଦେ, ଅଶୋକ ଚୌହାନ ପ୍ରମୁଖଙ୍କୁ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି ।

ତେବେ ଶେଷ ପର୍ଯ୍ୟାୟରେ ହାଇଦ୍ରାବାଦର ଏଲ.ବି ନଗର ଷ୍ଟାଡିୟମରେ ହେବାକୁ ଥିବା ଏହି ଶପଥଗ୍ରହଣ ସମାରୋହର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହା ପୂର୍ବାହ୍ନ ସାଢେ 10ଟାରେ ହେବାକୁ ସ୍ଥିର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଅପରାହ୍ନ 1.୦4 ମିନିଟକୁ ପରିବର୍ତ୍ତନ କରାଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ସମସ୍ତ ବନ୍ଦୋବସ୍ତ ତଦାରଖ କରିଥିବା ବେଳେ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ପୋଲିସ ଡିଜି ସମୀକ୍ଷା କରିଛନ୍ତି ।

2013ରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ-2 ସମୟରେ ଦୀର୍ଘ ଦଶନ୍ଧିର ଆନ୍ଦୋଳନ ପରେ ତେଲେଙ୍ଗାନା ଆନ୍ଧ୍ର ପ୍ରଦେଶରୁ ବିଭାଜିତ ହୋଇ ସ୍ବତନ୍ତ୍ର ରାଜ୍ୟ ହୋଇଥିଲା । ତେଣୁ ନିର୍ବାଚନରେ କଂଗ୍ରେସ ମଧ୍ୟ ଏହି କାର୍ଡ ଖେଳିବାକୁ ଚେଷ୍ଟା କରିଥିଲା । ତେବେ ସ୍ବତନ୍ତ୍ର ତେଲେଙ୍ଗାନା ରାଜ୍ୟ ଆନ୍ଦୋଳନର ନେତୃତ୍ବ ନେଉଥିବା କେ.ଚନ୍ଦ୍ରଶେଖର ରାଓ ରାଜ୍ୟର ପ୍ରଥମ (2014) ବିଧାନସଭା ନିର୍ବାଚନରେ ବହୁମତ ପାଇ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହା ପରେ 2019ରେ ନିର୍ବାଚନ ହେବାକୁ ଥିବା ବେଳେ ବିଧାନସଭା ଭଙ୍ଗ କରି ଆଗୁଆ ନିର୍ବାଚନ କରାଇଥିଲେ କେସିଆର । ଯାହାର ରାଜନୈତିକ ଫାଇଦା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ

ସାରା ଦେଶରେ ମୋଦି ଲହର ସହ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପୂର୍ଣ୍ଣ ବହୁମତରେ ସରକାର କରିଥିଲା । ମାତ୍ର କେସିଆର ତେଲେଙ୍ଗାନାରେ ଶାସନ ବଜାୟ ରଖିବାରେ ସଫଳ ହୋଇଥିଲେ । ମାତ୍ର ରାଜ୍ୟ ଗଠନ ହେବା ପରଠାରୁ ପ୍ରାୟ ଦଶବର୍ଷ କ୍ଷମତାରେ ରହିବା ପରେ ଚଳିତ ଥର କେସିଆଙ୍କ ହ୍ୟାଟ୍ରିକ ସ୍ବପ୍ନ ଅଧା ରହିବା ସହ ତାଙ୍କୁ କ୍ଷମତାରୁ ହଟିବାକୁ ପଡିଥିଲା । ଏବେ ରାଜ୍ୟ ରେବନ୍ତଙ୍କୁ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.